www.samajalive.in
Monday, December 15, 2025
26.1 C
Bhubaneswar

ସ୍ୱାଧୀ ପ୍ରଜ୍ଞାଙ୍କୁ ଦଳରୁ ବହିଷ୍କାର କରି ବିଜେପି ରାଜଧର୍ମ ପାଳନ କରୁ : କୈଳାଶ ସତ୍ୟାର୍ଥୀ

ନୂଆଦିଲ୍ଲୀ : ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗୋଡସେଙ୍କୁ ‘ଦେଶଭକ୍ତ’ କହିଥିବା ବିଜେପିର ଭୋପାଳ ଲୋକସଭା ଆସନ ପ୍ରାର୍ଥୀ ସ୍ୱାଧୀ ପ୍ରଜ୍ଞା ସିଂହ ଠାକୁରଙ୍କୁ ନୋବେଲ ଶାନ୍ତି ପୁରସ୍କାର ବିଜେତା କୈଳାଶ ସତ୍ୟାର୍ଥୀ କଡା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ବିଜେପି ନିଜର ଛୋଟ ରାଜନୈତିକ ଆଶା ହାସଲ କରିବା ବଦଳରେ ସ୍ୱାଧୀ ପ୍ରଜ୍ଞାଙ୍କୁ ଦଳରୁ ବହିଷ୍କାର କରି ରାଜଧର୍ମ ପାଳନ କରୁ। କୈଳାଶ ସତ୍ୟାର୍ଥୀ ଆହୁରି କହିଛନ୍ତି, ନାଥୁରାମ ଗୋଡସେ ମହାତ୍ମା ଗାନ୍ଧୀଙ୍କ ଶରୀରକୁ ହତ୍ୟା କରିଥିଲା, କିନ୍ତୁ ପ୍ରଜ୍ଞା ସିଂହ ଠାକୁର ଭଳି ଲୋକ ତାଙ୍କ ଆତ୍ମାକୁ ହତ୍ୟା କରିଛନ୍ତି। ମହାତ୍ମା ଗାନ୍ଧୀ ସମସ୍ତ ରାଜନୀତି ଠାରୁ ଊର୍ଦ୍ଧ୍ବରେ ବୋଲି ସେ କହିଛନ୍ତି। ଲୋକସଭା ନିର୍ବାଚନର ୭ମ ପର୍ଯ୍ୟାୟ ମତଦାନ ପୂର୍ବରୁ ଏଭଳି ଘଟଣା ଦେଶରେ ରାଜନୈତିକ ପାଣିପାଗକୁ ସରଗରମ ହେବାରେ ଲାଗିଛି।
ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ କହିଛନ୍ତି, ଏହାକୁ ନେଇ ପ୍ରଜ୍ଞା ନିଜ ଭୁଲ ସ୍ୱୀକାର କରିଛନ୍ତି, ମୁଁ ତାଙ୍କୁ କେବେ ବି କ୍ଷମା କରିପାରିବି ନାହିଁ। ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେବା ସମୟରେ ମୋଦୀ ଏହା କହିଛନ୍ତି। ମୋଦୀ ଆହୁରି କହିଛନ୍ତି, ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ଗୋଡସେଙ୍କ ଉପରକୁ ଯେଉଁ ପ୍ରକାର ଭାଷା ବ୍ୟବହାର କରାଯାଇଛି ତାହା ନିନ୍ଦନୀୟ।
ପ୍ରଜ୍ଞା ସିଂହ ଠାକୁରଙ୍କ ଏହି ମନ୍ତବ୍ୟ ଆସିବ ପରେ ବିଜପି ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାର ହେଗଡେ ଓ ନଲିନ କୁମାର କଟିଲ ପ୍ରଜ୍ଞାଙ୍କ ସମର୍ଥନ କରିଥିଲେ।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories