ସର୍ବଦା କୃଷକଙ୍କ ସ୍ୱାର୍ଥ ପ୍ରତି ଧ୍ୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ – କୃଷିମନ୍ତ୍ରୀ
ଡେସ୍କ: କେନ୍ଦ୍ର କୃଷିମନ୍ତ୍ରୀ ଅର୍ଜୁନ ମୁଣ୍ଡା କହିଛନ୍ତି ଯେ ନରେନ୍ଦ୍ର ମୋଦୀ ସରକାର ବ୍ୟାବହାରିକ ଆଭିମୁଖ୍ୟ ନେଇ କାମ କରୁଛନ୍ତି। ଶ୍ରୀ ମୁଣ୍ଡା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବଦା କୃଷକଙ୍କ ସ୍ୱାର୍ଥ ପ୍ରତି ଧ୍ୟାନ ଦେଇଛନ୍ତି ଏବଂ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଶ୍ରୀ ମୁଣ୍ଡା କହିଛନ୍ତି ଯେ ଗତକାଲି ସରକାର ନଳିତା (ଝୋଟ) ଚାଷୀଙ୍କ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରିଛନ୍ତି ଯାହା ସେମାନଙ୍କୁ ଉପକୃତ କରିବ। ୨୦୨୪-୨୫ ବର୍ଷ ପାଇଁ ଏମଏସପି ପୂର୍ବ ଋତୁ ତୁଳନାରେ କ୍ୱିଣ୍ଟାଲ ପିଛା ୨୮୫ ଟଙ୍କା ବୃଦ୍ଧି ପାଇଛି।
୯ଟି ମନ୍ତ୍ରଣାଳୟ ମାଧ୍ୟମରେ କାର୍ଯ୍ୟକାରୀ ହେଉଛି ଜନଜାତି ନ୍ୟାୟ ମହା ଅଭିଯାନ
Comments are closed.