www.samajalive.in
Monday, December 15, 2025
26.1 C
Bhubaneswar

ମାନବ ଅଧିକାର କମିସନର ଅଧ୍ୟକ୍ଷ ହେଲେ ଜଷ୍ଟିସ ବିଜୟ କୃଷ୍ଣ ପଟେଲ

ସୁନ୍ଦରଗଡ଼: ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ଜଜ୍‍ ଜଷ୍ଟିସ ବିଜୟ କୃଷ୍ଣ ପଟେଲଙ୍କୁ ରାଜ୍ୟ ସରକାର ଓଡ଼ିଶା ମାନବ ଅଧିକାର କମିସନର ଅଧ୍ୟକ୍ଷ ଭାବେ ମନୋନୀତ କରିଛନ୍ତି। ରାଜ୍ୟ ବିଧିବିଭାଗ ପକ୍ଷରୁ ଜଷ୍ଟିସ୍ ବିଜୟ କୃଷ୍ଣ ପଟେଲ୍‌ଙ୍କ ନିଯୁକ୍ତି ନେଇ ସୂଚନା ଦିଆଯାଇଛି। ଜଷ୍ଟିସ ବିଜୟ କୃଷ୍ଣ ପଟେଲ୍‌ ଓଡ଼ିଶା ମାନବ ଅଧିକାର କମିଶନ୍‌ର ଅଧ୍ୟକ୍ଷ ଭାବେ ମନୋନୀତ ହେବା ଖବର ସୁନ୍ଦରଗଡ଼ ସମେତ ସମଗ୍ର ପଶ୍ଚିମ ଓଡ଼ିଶାରେ ଆନନ୍ଦର ଲହରି ଖେଳାଇଦେଇଛି। ଜଷ୍ଟିସ ପଟେଲଙ୍କ ନିକଟକୁ ତାଙ୍କର ନୂତନ ନିଯୁକ୍ତି ନେଇ ଅଭିନନ୍ଦନର ସୂଅ ଛୁଟିଛି।

ସୂଚନା ଯୋଗ୍ୟ ଯେ ଜଷ୍ଟିସ ବିଜୟ କୃଷ୍ଣ ପଟେଲ ଉଚ୍ଚ ନ୍ୟାୟାଳୟର ଅନ୍ୟତମ ଜଜ୍‍ ଭାବେ ୧୭ଜାନୁଆରୀ ୨୦୦୮ରୁ ୨୩ଜାନୁଆରୀ ୨୦୧୫ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ଏହାପରେ ୨୦୧୭ରୁ ୨୩ଜାନୁଆରୀ ୨୦୨୦ ପର୍ଯ୍ୟନ୍ତ ରାଜ୍ୟ ଖାଉଟି ଅଦାଲତର ସଭାପତି ଭାବେ କାର୍ଯ୍ୟ କରିଥିଲେ। ସେହିପରି ଜଷ୍ଟିସ ପଟେଲ ରାଜ୍ୟ ସରକାରଙ୍କ ବିଧିବିଭାଗର ପ୍ରମୁଖ ଶାସନ ସଚିବ, ବାଣିଜ୍ୟକର ଟ୍ରିବୁନାଲର ଅଧ୍ୟକ୍ଷ, ଓଡ଼ିଶା ହାଇକୋର୍ଟର ପ୍ରଶାସନିକ ରେଜିଷ୍ଟାର, ରାଜ୍ୟ ଆଇନସେବା ପ୍ରାଧିକରଣ ସଦସ୍ୟ ସଚିବ ଭାବେ ଦକ୍ଷତାର ସହ ଦାୟିତ୍ୱ ନିର୍ବାହ କରିଥିଲେ।
ଏହା ପୂର୍ବରୁ ସେ ପୁରୀ ଓ ବଲାଙ୍ଗୀରର ଜିଲା ଜଜ୍‍ ଭାବେ ଅବସ୍ଥାପିତ ହୋଇ ଅତ୍ୟନ୍ତ ନିରପେକ୍ଷ ଓ ନିଷ୍ଠାର ସହ କାର୍ଯ୍ୟ ସମ୍ପାଦନ କରିଥିଲେ। ୧୯୭୯ରୁ ୧୯୯୩ ପର୍ଯ୍ୟନ୍ତ ସେ ସୁନ୍ଦରଗଡ଼ ଜିଲା ଅଦାଲତରେ ଜଣେ ଆଗଧାଡ଼ିର ଓକିଲ ଭାବେ ନିଜକୁ ପରିଚିତ କରି ଗରିବ, ନିରାଶ୍ରୟଙ୍କୁ ଆଇନସେବା ପ୍ରଦାନ କରିବାରେ ସକ୍ଷମ ହୋଇଥିଲେ। ଜଷ୍ଟିସ ପଟେଲ ଜିଲାର ପ୍ରଥମ ବ୍ୟକ୍ତି ଯିଏକି ଓଡ଼ିଶା ଉଚ୍ଚ ନ୍ୟାୟଳୟରେ ଜଜ୍‍ ଭାବେ ନିଯୁକ୍ତି ପାଇଥିଲେ । ଜଷ୍ଟିସ ପଟେଲଙ୍କ ବାପା ସ୍ୱର୍ଗତ ରାମଚନ୍ଦ୍ର ପଟେଲ ମଧ୍ୟ ସୁନ୍ଦରଗଡ଼ର ଜଣେ ଜଣାଶୁଣା ଆଇନଜୀବୀ ଭାବେ ପରିଚିତ ଥିଲେ। ଯେଉଁ କେତେକ ହାତଗଣତି ବ୍ୟକ୍ତିତ୍ୱ ଜିଲା ପାଇଁ ଗୌରବ ଓ ସମ୍ମାନ ଆଣିଦେଇଛନ୍ତି ସେମାନଙ୍କ ମଧ୍ୟରୁ ଜଷ୍ଟିସ ପଟେଲ ଅନ୍ୟତମ।

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories