www.samajalive.in
Sunday, December 7, 2025
14.1 C
Bhubaneswar

ଦୋହଲିଲାଣି କରୋନା ଗୋଡ ; ଆକ୍ରାନ୍ତ ଖସିଲା ୬ଶହ ତଳକୁ

ଭୁବନେଶ୍ୱର : ରାଜ୍ୟରେ କରୋନା ମହାମାରୀର ମହାପ୍ରଭାବ ଏବେ ଧୀରେ ଧୀରେ ଶୂନ୍ୟ ଆଡକୁ ଗତି କରୁଛି। ନଭେମ୍ବର ମାସ ଶେଷ ନହେଉଣୁ ରାଜ୍ୟରେ ଆକ୍ରାନ୍ତଙ୍କ ହାର ଅଧାରୁ ଅଧିକ କମି ସାରିଲାଣି। ଏଥିଯୋଗୁଁ ରାଜ୍ୟର ୧୨ଟି ଜିଲାରେ କରୋନା ସଂକ୍ରମଣର ହାର ନିୟନ୍ତ୍ରଣ ଭିତରକୁ ଆସି ସାରିଲାଣି। ସବୁଠାରୁ ବଡ଼କଥା ହେଲା ରାଜ୍ୟରେ ଦୈନିକ ସଂକ୍ରମଣ ଏବେ ଖସି ୫୯୪ରେ ପହଞ୍ଚିଛି। ଚଳିତମାସରେ ଶୀତ ଆରମ୍ଭ ହୋଇଥିଲେ ହେଁ ସଂକ୍ରମଣ ବଢ଼ିବ ବୋଲି ଆଶା କରାଯାଉଥିଲା। ହେଲେ ଏବେ ଗାଁ ଗଣ୍ଡାରେ ଲୋକେ କୋଭିଡ଼ ମାର୍ଗଦର୍ଶିକାକୁ କେହି ଠିକଣା ଭାବେ ପାଳନ କରୁନାହାନ୍ତି। ଏହାସତ୍ତ୍ବେ ଆକ୍ରାନ୍ତ କମିବା ରାଜ୍ୟପାଇଁ ଏକ ଶୁଭ ଲକ୍ଷଣ ବୋଲି ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ବିଭାଗର ସୂଚନା ଅନୁଯାୟୀ, ରାଜ୍ୟରେ ସଂକ୍ରମଣ ଏବେ ୫.୪୯କୁ ଖସି ଆସିଛି। ଏହି ପରିପ୍ରେକ୍ଷୀରେ ସୁସ୍ଥ ହାର ବଢ଼ି ୯୪.୫୧ରେ ପହଞ୍ଚିଛି। ଶୁକ୍ରବାର ରାଜ୍ୟରେ ୫୯୪ ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ୩୪୩ଜଣ ସଙ୍ଗରୋଧ କେନ୍ଦ୍ରରୁ ବାହାରିଥିବାବେଳେ ୨୫୧ଜଣ ସ୍ଥାନୀୟ କଣ୍ଟାକ୍ଟରୁ ବାହାରିଛନ୍ତି। ଏଥିଧ୍ୟରେ ଖୋର୍ଦ୍ଧା ଜିଲାରେ ୫୬ ନୂତନ ଆକ୍ରାନ୍ତ ରହିଥିବାବେଳେ କଟକ ଓ ସୁନ୍ଦରଗଡ଼ରେ ୫୫ ଲେଖାଏଁ ଆକ୍ରାନ୍ତ ବାହାରିଛନ୍ତି। ସେହିପରି ଅନୁଗୋଳରେ ୩୭, ବାଲେଶ୍ୱରରେ ୩୪, ବରଗଡ଼ରେ ୧୪, ଭଦ୍ରକରେ ୧୧, ବଲାଙ୍ଗୀରରେ ୪୨, ଜଗତସିଂହପୁରରେ ୨୪, ଝାରସୁଗୁଡାରେ ୨୭, କଳାହାଣ୍ଡିରେ ୨୦, କେନ୍ଦ୍ରାପଡାରେ ୧୬, କେନ୍ଦୁଝରରେ ୧୯, ମୟୂରଭଞ୍ଜରେ ୪୨, ନୂଆପଡାରେ ୨୫, ପୁରୀରେ ୩୭, ସମ୍ବଲପୁରରେ ୧୭ ରହିଛି। ଏହାବାଦ୍ ବୌଦ୍ଧରେ ୩ଜଣ ଆକ୍ରାନ୍ତ ବାହାରିଥିବାବେଳେ ଦେବଗଡ଼ରେ ୩, ଢ଼େଙ୍କାନାଳରେ ୨, ଗଜପତିରେ ଜଣେ, ଗଞ୍ଜାମରେ ୮, ଯାଜପୁରରେ ୧୦, କନ୍ଧମାଳରେ ୭, ମାଲକାନାଗିରିରେ ୬, ନବରଙ୍ଗପୁରରେ ଜଣେ, ନୟାଗଡରେ ୪, ରାୟଗଡାରେ ୫, ସୁବର୍ଣ୍ଣପୁରରେ ୩ ଏବଂ ରାଜ୍ୟର ଅନ୍ୟାନ୍ୟ ସ୍ଥାନରୁ ୧୦ଜଣ ନୂତନ ଆକ୍ରାନ୍ତ ବାହାରିଛନ୍ତି।

- Advertisement -

ଏହି ପରିପ୍ରେକ୍ଷୀରେ ରାଜ୍ୟରେ ଆଜି ୧୪ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇଲେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୭୧୮କୁ ଛୁଇଁଛି। ଆଜି ସର୍ବାଧିକ ଅନୁଗୋଳ ଓ ସୁନ୍ଦରଗଡ଼ରୁ ୪ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧା, ବାଲେଶ୍ୱରରୁ ୨ଜଣ ଲେଖାଏଁ, ନୟାଗଡ ଓ ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories