www.samajalive.in
Saturday, December 6, 2025
16.1 C
Bhubaneswar

ଜୁନାଗଡରେ ବିଜେଡିର ମିଳନ ସମାବେଶ

ଧର୍ମଗଡ/କଲମପୁର(ନି.ପ୍ର)/ଜୁନାଗଡ : ଶନିବାର ଜୁନାଗଡରେ ବିଜେଡିର ମିଳନ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ମିଳନ ସମାବେଶରେ ବିଜେପି ଓ କଂଗ୍ରେସ ଦଳରୁ ଅନେକ କର୍ମୀ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବାଗତଙ୍କୁ ବିଜେଡି ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ । ଏମାନଙ୍କ ମଧ୍ୟରେ ନର୍ଲା ବ୍ଳକ ଚେୟାରମ୍ୟାନ ମନୋରମା ମହାନ୍ତି, ନର୍ଲା ବ୍ଳକ ଉପାଧକ୍ଷ୍ୟ ଦୁର୍ଗା ପ୍ରସାଦ  ମହାନ୍ତି, ଧନୁ ଗୋପାଳ, ବିଶ୍ୱନାଥ କର, ବୃଷବ ଧ.ମାଝି, ହିମାଂଶୁ ବରାଡଙ୍କ ନେତୃତ୍ୱରେ ଗୋଲାମୁଣ୍ଡା ଓ ଜୁନାଗଡ ବ୍ଳକର ପଂଚାୟତ ୱାର୍ଡ ମେମ୍ବର ପ୍ରମୁଖ ନିଜ ନିଜ ସମର୍ଥକଙ୍କ ସହ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଥିଲେ । ତେବେ ଦିବ୍ୟାଙ୍ଗ ଟଙ୍କଧର ଖର୍ସେଲଙ୍କ ବିଜେଡିରେ ଯୋଗଦାନ ସବୁଠୁଁ ଚର୍ଚ୍ଚାରେ ଥିଲା । ଟଙ୍କଧରଙ୍କୁ ଜଣେ ଯାଦବ ନେତା ବୋଲି ମୁଖ୍ୟମନ୍ତ୍ରୀଙ୍କ ଆଗରେ ପରିଚୟ କରାଯାଇଥିଲା । ଟଙ୍କଧର ହେଉଛନ୍ତି ସେଇ ବ୍ୟକ୍ତି ଯାହାଙ୍କୁ ଏକ ସଭାରେ ଜୁନାଗଡ ବିଧାୟକ ଦିବ୍ୟଶଂକର ମିଶ୍ର ଦୁର୍ବ୍ୟହାର ପ୍ରଦର୍ଶନ ପୂର୍ବକ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା । ଏହାକୁ ନେଇ କଳାହାଣ୍ଡି ଯାଦବ ସମାଜ ବିଭିନ୍ନ ଥାନା ଘେରାଉ କରିବା ସହ ବିଧାୟକଙ୍କ ନିଲମ୍ବନ ଦାବୀ କରି ରାଜରାସ୍ତାକୁ ଓହ୍ଳାଇଥିଲା ।  ସେ ଶନିବାର ସପତ୍ନୀକ ବିଜେଡିରେ ଯୋଗ ଦେଇଥିଲେ । ତେବେ କେଉଁ ପରିସ୍ଥିତିରେ ଟଙ୍କଧର ବିଜେଡିରେ ଯୋଗଦେଲେ ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ନିର୍ଦ୍ଧାରିତ ସମୟର ସାମାନ୍ୟ ବିଳମ୍ବ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ହେଲିକେପ୍ଟର ଜୁନାଗଡ ବିଜୁପଟ୍ଟନାୟକ ଷ୍ଟାଡିୟମରେ ଅବତରଣ କଲାପରେ ତାଙ୍କୁ ବିଧାୟକ ପୁଷ୍ପନ୍ଦ୍ରେ ସିଂ ଦେଓ,ବିଧାୟକ ଦିବ୍ୟଶଂକର ମିଶ୍ର ,ହିମାଂଶୁ ବରାଡ ପ୍ରମୂଖ ତାଙ୍କୁ ଫୁଲତୋଡା ଦେଇ ସବାଗତ କରିଥିଲେ।

Hot this week

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

Related Articles

Popular Categories