www.samajalive.in
Monday, December 15, 2025
26.1 C
Bhubaneswar

ବିଜେପିରେ ନେତା ପୁଅ ନେତା ହୁଏନି, କାର୍ଯ୍ୟକର୍ତ୍ତା ହୁଏ: ନଡ୍ଡା

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରେ ନେତାଙ୍କ ପୁଅ ନେତା ହୁଅନ୍ତି। ହେଲେ ବିଜେପିରେ ନେତାଙ୍କ ପୁଅ ନେତା ହୁଏନି। ମାଟିରୁ ଆସିଥିବା ବ୍ୟକ୍ତି ନେତା ହୁଏ। ଏଠାରେ ନେତାଙ୍କ ପୁଅ କାର୍ଯ୍ୟକର୍ତ୍ତା ହୁଏ। ବିଜେପିର ସଦସ୍ୟ ସଂଗ୍ରହ ଅଭିଯାନରେ ଯୋଗଦେଇ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଏହା କହିଛନ୍ତି।

ଭୁବନେଶ୍ଵରେ ଆୟୋଜିତ ସଦସ୍ୟତା ଅଭିଯାନ ଏବଂ ବୁଦ୍ଧିଜୀବୀ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ପ୍ରଭାରୀ ସୁନୀଲ ବଂଶଲ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଏବଂ ବୁଦ୍ଧିଜୀବୀ ସାମିଲ ହୋଇଥିଲେ।

- Advertisement -

କାର୍ଯ୍ୟକ୍ରମରେ ନୂତନ ସଦସ୍ୟଙ୍କୁ ମାର୍ଗଦର୍ଶନ କରାଇ ନଡ୍ଡା କହିଥିଲେ, ଭାରତରେ ୫ ହଜାର ଦଳ ରହିଛନ୍ତି। ସେଥିରୁ ୫୦ରୁ ଅଧିକ ଦଳ କାର୍ଯ୍ୟକ୍ଷମ ଅଛନ୍ତି। ହେଲେ ବିଜେପି ଦେଶର ଏକମାତ୍ର ଗଣତାନ୍ତ୍ରିକ, କ୍ୟାଡରଯୁକ୍ତ ରାଜନୈତିକ ଦଳ। ବିଜେପି ସ୍ଵଚ୍ଛତାର ସହିତ ସଦସ୍ୟ ସଂଗ୍ରହ କରେ। ଆପଣମାନେ କେବେ କଂଗ୍ରେସରେ ଏମିତି ସଦସ୍ୟତା ଅଭିଯାନ ଦେଖିଛନ୍ତି କି ବୋଲି ନଡ୍ଡା ପ୍ରଶ୍ନ କରିଥିଲେ। ସଦସ୍ୟତା ଗ୍ରହଣ ପରେ କାର୍ଯ୍ୟକର୍ତ୍ତା ନିର୍ବାଚନ ହେବ। ସେପ୍ଟେମ୍ବର ୨ରୁ ବର୍ତ୍ତମାନ ସୁଦ୍ଧା ୬ କୋଟି ନୂଆ ସଦସ୍ୟ ସୃଷ୍ଟି ହୋଇଛନ୍ତି ବୋଲି ନଡ୍ଡା କହିଥିଲେ।

ସେ ଆହୁରି କହିଥିଲେ, କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯାଇ ସମ୍ବିଧାନକୁ ସାର୍ବଭୌମ କରାଯାଇଛି। ଧାରା ୩୭୦ ହଟିବା ପରେ କାଶ୍ମୀରରେ ପ୍ରଥମ ଥର ଭୋଟ ହେଉଛି। ସେହିପରି ମୋଦୀଙ୍କ ନେତୃତ୍ଵରେ ଦେଶ ବିଶ୍ଵର ୫ମ ବୃହତ୍ତ ଅର୍ଥଶକ୍ତିରେ ପରିଣତ ହୋଇଛି। ଖୁବଶୀଘ୍ର ୩ୟ ବୃହତ୍ତ ଅର୍ଥନୀତିରେ ପରିଣତ ହେବାକୁ ଯାଉଛି। ମୋଦୀଙ୍କ ନେତୃତ୍ଵରେ ମୁସଲମାନ ଭାଇଭଉଣୀଙ୍କୁ ନ୍ୟାୟ ମିଳିଛି। ତିନି ତଲାକକୁ ଉଚ୍ଛେଦ କରାଯାଇଛି। ପାକିସ୍ତାନ, ଇରାନ ଏବଂ ବାଂଲାଦେଶରେ ତିନି ତଲାକ ନାହିଁ। କିନ୍ତୁ ଭାରତରେ ଧର୍ମନିରପେକ୍ଷତା ନାଁରେ ତିନି ତଲାକ ଦୀର୍ଘ କାଳ ଧରି ଚାଲିଆସିଥିଲା।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories