www.samajalive.in
Saturday, December 6, 2025
26.1 C
Bhubaneswar

କଟକରେ ଅବକାରୀ ଚଢାଉ, ବିପୁଳ ପରିମାଣର ନକଲି ମଦ ଜବତ

ସମାଜ ଡିଜିଟାଲ ଡେସ୍କ: କଟକ ଜିଲା ନିଶ୍ଚିନ୍ତକୋଇଲି ଏସଆର ବାର୍‌ ଉପରେ ଅବକାରୀ ବିଭାଗ ଚଢ଼ାଉ କରିଛି। ଘଟଣା ସ୍ଥଳରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ ହୋଇଛି। ଘଟଣାରୁ ପ୍ରକାଶ, ଗୁରୁବାର ଅବକାରୀ ବିଭାଗର ୧୦ଜଣିଆ ଟିମ୍ ଏସଆର ବାର୍‌ ମାଲିକଙ୍କ ଘର ଭଦ୍ରେଶ୍ୱର ଥାନା ପ୍ରହରାଜପୁରଠାରେ ଚଢ଼ାଉ କରି ନକଲି ବିଦେଶୀ ମଦ ସହିତ ବ୍ୟବହାର ହେଉଥିବା ବୋତଲ ଲୋଗୋକୁ ଜବତ କରିଛନ୍ତି। ଏଥିସହ ନିଶ୍ଚିନ୍ତକୋଇଲି ଏସଆର ବାର୍‌ ଉପରେ ଚଢ଼ାଉ କରି ବିପୁଳ ପରିମାଣର ଲକ୍ଷାଧିକ ଟଙ୍କାର ନକଲି ବିଦେଶୀ ମଦ ଜବତ କରିବା ସହିତ ୫ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ବାର୍‌ର କର୍ମଚାରୀ ଏବଂ ଘରେ ପ୍ରସ୍ତୁତ କରୁଥିବା ଯୁବକମାନେ ଗିରଫ ହୋଇଛନ୍ତି। ଏଥିରେ ବ୍ୟବହୃତ ୩ଟି ସ୍କୁଟିକୁ ମଧ୍ୟ ଜବତ କରିଛି ଅବକାରୀ ବିଭାଗ। ଅଧିକ ତଦନ୍ତ ଚଳାଇଛି ଅବକାରୀ ଟିମ୍‌।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories