ମାଲକାନଗିରି : ମାଲକାନଗିରିର ଜିଲ୍ଲା ସାମ୍ବାଦିକ ସଂଘର ନୃତନ ଗୃହ ଉଦଘାଟନ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି । ଉଦଘାଟନ ଉତ୍ସବରେ ଜଣ ବରିଷ୍ଠ ମନ୍ତ୍ରୀ ୫ଜଣ ନିଗମ ଅଧ୍ୟକ୍ଷ ଯୋଗଦାନ କରିଥିଲେ। ବରିଷ୍ଠ ମନ୍ତ୍ରୀ ପଦ୍ମନାଭ ବେହେରା, ମନ୍ତ୍ରୀ ଅରୁଣ ସାହୁ ୨ଟି ଫଳକ ଉଦଘାଟନ କରିଥିଲେ। ଫିତା କାଟି ଗୃହ ପ୍ରବେଶ କରିଥିଲେ ମନ୍ତ୍ରୀ ସମୀର ରଂଜନ ଦାଶ, ମନ୍ତ୍ରୀ ଜଗନ୍ନାଥ ସାରକା ଓ ମନ୍ତ୍ରୀ ପଦ୍ମିନୀ ଦିଆନ, ସାଂସଦ ରମେଶ ମାଝି । କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଇଶୋର ପାଣିଗ୍ରାହୀ, ପୂର୍ବତନ ବିଧାୟକ ଆକାଶ ଦାସ ନାୟକ, ପ୍ରୀୟଦର୍ଶୀ ମିଶ୍ର, ମିଶନ ଶକ୍ତି କମିଶନ ଲୋପାମୁଦ୍ରା ବସ୍କିପାତ୍ର, ଓଟିଡିସି ଅଧ୍ୟକ୍ଷ ଶ୍ରୀମୟୀ ମିଶ୍ର, ଚଳଚ୍ଚିତ୍ର ନଗମ ଅଧ୍ୟକ୍ଷ କୁନା ତ୍ରପାଠି, ସ୍ବତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡ଼କାମୀ।

ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଦେବ ପ୍ରସାଦ ଦାସ, ଉପସଭାପତି ସତ୍ୟନାରାୟଣ ପଣ୍ଡା, ଆବାହକ ଭାସ୍କର ବେହେରା ପ୍ରମୁଖ ଯୋଗଦେଇ ବର୍ତ୍ତମାନ ସମାଜ ଗଠନରେ ଗଣମାଧ୍ୟମ ପ୍ରତିନିଧିମାନଙ୍କର ଭୁମିକା ଗୁରୁତ୍ୱପୂର୍ଣ୍ଣ ବିଶେଷ କରି ମାଲକାନଗିରି ଜିଲ୍ଲାର ସାମ୍ବାଦିକ ମାନଙ୍କ ସମ୍ବାଦ ପରିବେଷଣ ନିରପେକ୍ଷ ଓ ନିଆରା ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିତେନ୍ଦ୍ର ବେହୁରା ଉପଦେଷ୍ଟା ଗୋପିକୃର୍ଣ୍ଣ ପଟ୍ଟନାୟକ, ନିର୍ବାଚନ ଅଧିକାରୀ ଇଶୋର ପଟ୍ଟନାୟକ ସଂଗଠନ ସମ୍ପାଦକ କାମରାଜ ଜେନା ବରିଷ୍ଠ ସାମ୍ବାଦିକ ଚନ୍ଦନ ବାରିକ ଅସୀମ ବିସ୍ବାସ, ପ୍ରସାଦ ନାୟକ, ଇଶ୍ବର ରାଓ, ରତ୍ନାକର ପ୍ରଧାନ, ଦେବବ୍ରତ ସେନ, ବାବୁ ପୁରୋହିତ, ରବି ରଶ୍ମୀ ଗୁରୁ, ରାଜ କୁମାର ପୁରୋହିତ, ବିକ୍ରମ ପାଢ଼ୀ ପ୍ରମୁଖ ଯୋଗଦାନ କରିଥିଲେ।



