www.samajalive.in
Saturday, December 6, 2025
26.1 C
Bhubaneswar

ବେସରକାରୀ କ୍ଷେତ୍ରରେ କାର୍ଯ୍ୟରତ ୯ ଦକ୍ଷ ବ୍ୟକ୍ତିଙ୍କୁ ଯୁଗ୍ମ ସଚିବ ପାହ୍ୟାରେ ନିଯୁକ୍ତି

ନୂଆଦିଲ୍ଲୀ: ଭାରତରେ ପ୍ରଥମ ଥର ବେସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା ୯ଜଣ ଦକ୍ଷ ବ୍ୟକ୍ତିଙ୍କୁ କେନ୍ଦ୍ର ସରକାର ବିଭିନ୍ନ ବିଭାଗରେ ଯୁଗ୍ମ ସଚିବ ଭାବରେ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ସାଧାରଣତଃ କେନ୍ଦ୍ରୀୟ ଲୋକସେବା ଆୟୋଗ ଦ୍ୱାରା ପ୍ରଶାସନିକ ସେବା ପରୀକ୍ଷା ମାଧ୍ୟମରେ ଏବଂ କାର୍ଯ୍ୟ କ୍ଷେତ୍ରରେ ଅଧିକ ଦିନ କାର୍ଯ୍ୟ କରିଥିବା ଅଧିକାରୀଙ୍କୁ ଏହି ଯୁଗ୍ମ ସଚିବ ପଦବୀରେ ନିଯୁକ୍ତି ଦିଆଯାଇଥାଏ। ତେବେ କାର୍ମିକ ମନ୍ତ୍ରାଳୟ ଦ୍ୱାରା ୨୦୧୮ରେ ଦିଆଯାଇଥିବା ବିଜ୍ଞାପନ ଅନୁଯାୟୀ ୬ ହଜାର ୭୭ ଜଣ ଏହି ପଦବୀ ପାଇଁ ଆବେଦନ କରିଥିଲେ। ପରେ ମନ୍ତ୍ରାଳୟ ଚଳିତ ବର୍ଷ କେନ୍ଦ୍ରୀୟ ଲୋକସେବା ଆୟୋଗକୁ ଚୟନ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ନାମ ତାଲିକା ପଠାଇଥିଲେ। ଶୁକ୍ରବାର ଦିନ କେନ୍ଦ୍ରୀୟ ଲୋକସେବା ଆୟୋଗ ଏହି ପଦବୀ ପାଇଁ ୯ଜଣଙ୍କ ନାଁ ସୁପାରିଶ କରିଥିଲେ।

କେନ୍ଦ୍ରୀୟ ଲୋକସେବା ଆୟୋଗରୁ ମିଳିଥିବା ସୂଚନା ଅନୁଯାୟୀ ସୁମନ ପ୍ରସାଦ ସିଂହ, ଭୂଷଣ କୁମାର, କୋକଲୀ ଘୋଷ, ଅମ୍ବର ଦୁବେ, ଅରୁଣ ଗୋଏଲ, ରାଜୀବ ସାକ୍ସେନା, ସୁଜିତ କୁମାର ବାଜପାୟୀ, ସୌରଭ ମିଶ୍ର ଓ ଦୀନେଶ ଦୟାନନ୍ଦ ଜଗଦଲେଙ୍କ ନାମ ସୁପାରିଶ କରାଯାଇଛି। ଅନୁବନ୍ଧ ଆଧାରଙ୍କୁ ପରବର୍ତ୍ତୀ ସମୟରେ ନିଯୁକ୍ତି ଦିଆଯିବାକୁ ମଧ୍ୟ ସୁପାରିଶ କରାଯାଇଛି। ୮୯ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଏହି ବ୍ୟକ୍ତିମାନଙ୍କୁ ଯୁଗ୍ମ ସଚିବ ପାଦରେ ନିଯୁକ୍ତି ଦେବାକୁ ଚୟନ କରାଯାଇଛି।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories