www.samajalive.in
Tuesday, December 9, 2025
15.1 C
Bhubaneswar

ଇଂଲଣ୍ଡ ଟେଷ୍ଟ ଦଳରୁ ବେୟାରଷ୍ଟୋ ବାଦ୍

ଲଣ୍ଡନ୍‌: ଇଂଲଣ୍ଡ କ୍ରିକେଟ୍‌ ଦଳ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଖେଳିବ। ଏହି ସିରିଜ୍‌ ପାଇଁ ଇଂଲଣ୍ଡ ଟେଷ୍ଟ ଦଳ ଘୋଷିତ ହୋଇଛି। ଦଳରେ ଜନି ବେୟାରଷ୍ଟୋଙ୍କୁ ସ୍ଥାନ ମିଳିନଥିବା ବେଳେ ଆଘାତଜନିତ କାରଣରୁ ଦ୍ରୁତ ବୋଲର ଜେମ୍‌ସ ଆଣ୍ଡରସନ୍‌ ଦଳରେ ନାହାନ୍ତି। ସେହିପରି ଏହି ଦଳରେ ବ୍ୟାଟସମ୍ୟାନ୍‌ ଜେସନ୍‌ ରୟଙ୍କୁ ମଧ୍ୟ ସ୍ଥାନ ମିଳି ନାହିଁ। ଦଳରେ ବ୍ୟାଟସମ୍ୟାନ୍‌ ଓଲି ପୋପ୍‌ଙ୍କୁ ସ୍ଥାନ ମିଳିଥିବା ବେଳେ ବେୟାରଷ୍ଟୋଙ୍କ ଅନୁପସ୍ଥିତିରେ ଜସ୍‌ ବଟଲର୍‌ ଦଳର ୱିକେଟରକ୍ଷକ ଦାୟିତ୍ବ ନିର୍ବାହ କରିବେ। ସୂଚନାଥାଉକି ବେୟାରଷ୍ଟୋ ଆସେସ୍‌ ସିରିଜ୍‌ର ୫ଟି ଟେଷ୍ଟ ମ୍ୟାଚ୍‌ ଖେଳି ୨୧୪ ରନ୍‌ ସଂଗ୍ରହ କରିଥିଲେ। ସେହିପରି ଦୁଇ ଦେଶ ମଧ୍ୟରେ ନଭେମ୍ବର ୧ରୁ ଆରମ୍ଭ ହେବାକୁ ଥିବା ୫ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି୨୦ ସିରିଜ୍‌ ନିମନ୍ତେ ଇଂଲଣ୍ଡ ଦଳ ଘୋଷିତ ହୋଇଛି। ଦଳର ଅଧିନାୟକ ଭାବେ ଇଅନ୍‌ ମୋର୍ଗାନ୍‌ ଦାୟିତ୍ବ ନିର୍ବାହ କରିବାକୁ ଥିବା ବେଳେ ଏହି ଦଳରେ ବେୟାରଷ୍ଟୋଙ୍କୁ ସାମିଲ କରାଯାଇଛି।
ଟେଷ୍ଟ ଦଳ: ଜୋ ରୁଟ୍‌ (ଅଧିନାୟକ), ଜୋଫ୍ରା ଆର୍ଚର, ଷ୍ଟୁଆର୍ଟ ବ୍ରଡ୍‌, ରୋରି ବର୍ଣ୍ଣସ୍‌, ଜୋସ୍‌ ବଟଲର, ଜାକ୍‌ କ୍ରଲି, ସାମ୍‌ କରନ୍‌, ଜୋ ଡେନ୍‌ଲି, ଜ୍ୟାକ୍‌ ଲିଚ୍‌, ସାକିବ୍‌ ମେହମୁଦ୍, ମାଟ୍‌ ପାର୍କିନସନ୍‌, ଓଲି ପୋପ୍‌, ଡମିନିକ୍‌ ସିବ୍‌ଲେ, ବେନ୍‌ ଷ୍ଟୋକ୍‌ସ, କ୍ରିସ୍‌ ୱକ୍‌ସ।
ଟ୍ବେଣ୍ଟି୨୦ ଦଳ: ଇଓନ୍ ମୋର୍ଗାନ୍‌ (ଅଧିନାୟକ), ଜନି ବେୟାରଷ୍ଟୋ, ଟମ୍‌ ବାଣ୍ଟନ୍‌, ସାମ୍‌ ବିଲିଙ୍ଗ୍‌ସ, ପାଟ୍‌ ବ୍ରାଉନ୍‌, ସାମ୍‌ କରନ୍‌, ଟମ୍‌ କରନ୍‌, ଜୋ ଡେନ୍‌ଲେ, ଲୁଇସ୍‌ ଜର୍ଜେ, କ୍ରିସ୍‌ ଜୋର୍ଡାନ୍‌, ସାକିବ୍‌ ମେହମୁଦ୍‌, ଡାୱିନ୍‌ ମାଲାନ୍‌, ମାଟ୍‌ ପାର୍କିନସନ୍‌, ଆଦିଲ୍‌ ରସିଦ୍‌ ଓ ଜେମ୍‌ସ ଭିନ୍‌ସ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories