www.samajalive.in
Saturday, December 6, 2025
26.1 C
Bhubaneswar

ରାହୁଲଙ୍କୁ ବାରମ୍ବାର କ୍ଷମା ମାଗିବାକୁ ପଡ଼ିବ: ଯୋଗୀ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଯେପରି ଟିପ୍ପଣୀ ଦେଉଛନ୍ତି, ସେଥିପାଇଁ ତାଙ୍କୁ ବରାମ୍ବାର କ୍ଷମା ମାଗିବାକୁ ପଡ଼ିବ ବୋଲି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି। ଯୋଗୀ କହିଛନ୍ତି ଯେ, ରାଫେଲ ମାମଲାରେ ସୁପ୍ରିମକୋର୍ଟଙ୍କ ନାଁରେ ରାହୁଲ ମିଥ୍ୟା ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଶେଷରେ ରାହୁଲ ସୁପ୍ରିମକୋର୍ଟରେ ନିଜର ଭୁଲ ସ୍ବୀକାର କରିବା ସହ କ୍ଷମା ପ୍ରାର୍ଥନା କରିଛନ୍ତି। ​‌ଆମେଠିରେ ରାହୁଲଙ୍କ ନାମାଙ୍କନପତ୍ର ବୈଧ ଘୋଷଣା କରାଯିବା ଉପରେ ଯୋଗୀ କହିଛନ୍ତି, ନିର୍ବାଚନ ଆୟୋଗ ନିଜର ଗାଇଡ୍‌ଲାଇନ ଅନୁସାରେ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଲୋକଙ୍କ ମଧ୍ୟରେ ଏବେ ବି ଅନେକ ପ୍ରଶ୍ନ ରହିଛି ଯେ, ରାହୁଲ କିଛି ଲୁଚାଇଛନ୍ତି।

ଯୋଗୀ ଆହୁରି କହିଛନ୍ତି ଯେ, ଚଳିତ ଲୋକସଭା ନିର୍ବାଚନରେ ବିଜେପି ଉତ୍ତର ପ୍ରଦେଶରେ ୭୪ରୁ ଅଧିକ ଆସନରେ ବିଜୟୀ ହେବ। ସାରା ଦେଶରେ ଦଳ ୪୦୦ରୁ ଅଧିକ ଆସନ ହାତେଇବ। ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ଦଳର ସ୍ଥିତି ମଜଭୁତ ହୋଇଛି ବୋଲି ଯୋଗୀ କହିଛନ୍ତି।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories