ଶ୍ରୀନଗର: ଦେଶରେ ମଙ୍ଗଳବାର ୩ୟ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହୋଇଥିବାବେଳେ ସକାଳ ୯ଟା ସୁଦ୍ଧା ବିଭିନ୍ନ ସ୍ଥାନରେ ମତଦାନ ୮ରୁ ୯ପ୍ରତିଶତ ମଧ୍ୟରେ ରହିଥିଲା। କିନ୍ତୁ ଜାମ୍ମୁ-କାଶ୍ମୀରର ଅନନ୍ତନାଗ ଲୋକସଭା ନିର୍ବାଚନମଣ୍ଡଳୀରେ ମତଦାନ ଶୂନ ପ୍ରତିଶତ ରହିଥିଲା। ସକାଳ ୯ଟା ସୁଦ୍ଧା ଏହି ନିର୍ବାଚନମଣ୍ଡଳୀର କୌଣସି ବୁଥ୍ରେ ଗୋଟିଏ ହେଲେ ଭୋଟ ପଡ଼ି ନହିଁ। ୧୮୪୨ ବୁଥ୍ ଫାଙ୍କା ରହିଥିବା ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି।
ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଟ୍ବିଟ୍ କରି ଭୋଟରମାନଙ୍କୁ ମତଦାନ କରିବାକୁ ନିବେଦନ କରିଛନ୍ତି। ଘରେ ରହି ଭୋଟ ବର୍ଜନ ନ କରିବାକୁ ସେ ଅନୁରୋଧ କରିଛନ୍ତି। ଘରୁ ପଦାକୁ ବାହାରି ନିଜର ଶ୍ରେଷ୍ଠ ପ୍ରତିନିଧଙ୍କୁ ଭୋଟ ଦେବାକୁ ଓମାର କହିଛନ୍ତି।
ଏହି ନିର୍ବାଚନମଣ୍ଡଳୀରେ ଆତଙ୍କବାଦୀ କାର୍ଯ୍ୟକଳାପ ସବୁଠାରୁ ଅଧିକ। ତେଣୁ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ୩ଟି ପର୍ଯ୍ୟାୟରେ ଏଠାରେ ନିର୍ବାଚନ ହେବ ବୋଲି ନିଷ୍ପତ୍ତି ହୋଇଛି। ମଙ୍ଗଳବାର ଅନନ୍ତନାଗ ନିର୍ବାଚନମଣ୍ଡଳୀରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଆରମ୍ଭ ହୋଇଛି।



