www.samajalive.in
Sunday, December 7, 2025
26.1 C
Bhubaneswar

ବାଇଡେନ୍‌ଙ୍କ ପ୍ରଶାସନରେ ୨୦ ଭାରତୀୟ-ଆମେରିକୀୟ

ୱାଶିଂଟନ : ଆମେରିକାର ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ରାଷ୍ଟ୍ରପତି-ନିର୍ବାଚିତ ଜୋ ବାଇଡେନ୍‌ ଅନ୍ୟୂନ ୨୦ଜଣ ଭାରତୀୟ-ଆମେରିକୀୟଙ୍କୁ ତାଙ୍କ ପ୍ରଶାସନର ପ୍ରମୁଖ ପଦବୀ ପାଇଁ ମନୋନୟନ କରିଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ୧୩ଜଣ ମହିଳା। ମନୋନୀତ ୨୦ ଜଣଙ୍କ ମଧ୍ୟରୁ ପ୍ରାୟ ୧୭ଜଣ ହ୍ବାଇଟ୍‌ ହାଉସ୍‌ ପରିସରର କ୍ଷମତାସମ୍ପନ୍ନ ପଦବୀରେ ଅବସ୍ଥାପିତ ହେବେ।
ମନୋନୀତ ହୋଇଥିବା ଭାରତୀୟ-ଆମେରିକୀୟଙ୍କ ତାଲିକାର ଶୀର୍ଷରେ ଅଛନ୍ତି ନୀରା ତାନ୍ଦେନ୍‌। ସେ ହ୍ବାଇଟ ହାଉସ୍‌ ଅଫିସ୍‌ ଅଫ୍‌ ମ୍ୟାନେଜ୍‌ମେଣ୍ଟ୍‌ ଆଣ୍ଡ୍‌ ବଜେଟ୍‌’ର ନିର୍ଦେଶିକା ଭାବେ ମନୋନୀତ ହୋଇଛନ୍ତି। ଆମେରିକାର ଜେନେରାଲ୍‌ ସର୍ଜନ୍‌ ଭାବେ ମନୋନୀତ ହୋଇଛନ୍ତି ଡାକ୍ତର ବିବେକ ମୂର୍ତ୍ତି। ବିଚାର ବିଭାଗର ସହକାରୀ ଆଟର୍ଣ୍ଣି ଜେନେରାଲ୍‌ ଭାବେ ମନୋନୀତ ହୋଇଛନ୍ତି ବନୀତା ଗୁପ୍ତା। ସାଧାରଣ ନାଗରିକ ସୁରକ୍ଷା, ଗଣତନ୍ତ୍ର ଏବଂ ମାନବ ଅଧିକାର ଅଣ୍ଡର୍‌ ସେକ୍ରେଟେରି ଭାବେ ମନୋନୀତ ହୋଇଛନ୍ତି ଉଜ୍‌ରା ଜେୟା। ବାଇଡେନଙ୍କ ପତ୍ନୀ ଜିଲ୍‌ ବାଇଡେନ୍‌ଙ୍କର ପଲିସି ଡାଇରେକ୍ଟର୍‌ ଭାବେ ନିଯୁକ୍ତ ହୋଇଛନ୍ତି ମାଳା ଆଦିଗା। ଜିଲ୍‌ଙ୍କ କାର୍ଯ୍ୟାଳୟର ଡିଜିଟାଲ୍‌ ଡାଇରେକ୍ଟର୍‌ ହେବେ ଗରିମା ବର୍ମା ଏବଂ ଡେପୁଟି ପ୍ରେସ୍‌ ସେକ୍ରେଟେରି ହେବେ ସର୍ବିଣା ସିଂହ। ଏମାନଙ୍କ ବ୍ୟତୀତ, ଆଶିଷ ଶାହା, ସମୀରା ଫଜିଲି, ଭରତ ରାମମୂର୍ତ୍ତି, ଗୌତମ ରାଘବନ, ବିନୟ ରେଡ୍ଡୀ, ବେଦାନ୍ତ ପଟେଲ, ତରୁଣ ଛାବ୍ରା, ସୁମନା ଗୁହା, ଶାନ୍ତି କଲତିଲ, ସୋନିଆ ଅଗ୍ରୱାଲ୍‌, ବିଦୁର ଶର୍ମା, ନେହା ଗୁପ୍ତ ଏବଂ ରୀମା ସିଂହଙ୍କ ଭଳି ଭାରତୀୟ-ଆମେରିକୀୟମାନେ ମଧ୍ୟ ବାଇଡେନ୍‌ଙ୍କ ପ୍ରଶାସନର ପ୍ରମୁଖ ଅଂଶ ହେବାକୁ ଯାଉଛନ୍ତି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories