www.samajalive.in
Saturday, December 6, 2025
15.1 C
Bhubaneswar

ଚୀନକୁ ବାଇଡେନ୍‌ଙ୍କ ଝଟ୍‌କା

ୱାଶିଂଟନ୍‌: ଚୀନ ପ୍ରତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଠୋର ଆଭିମୁଖ୍ୟ ଗ୍ରହଣ କରୁଥିଲେ। ଦୁଇ ଦେଶ ମଧ୍ୟରେ ବାଣିଜ୍ୟକୁ ନେଇ ଆମେରିକା ଚୀନ ଉପରେ କିଛି କଟକଣା ଲଗାଇଥିଲା। ଚୀନରୁ ବିଭିନ୍ନ ସାମଗ୍ରୀ ଆମଦାନୀ ଉପରେ ଟ୍ରମ୍ପ ଶୁଳ୍କ ଲଗାଇଥିଲେ। ସେହିପରି କରୋନା ଭୂତାଣୁ ବ୍ୟାପିବା ପଛରେ ଚୀନର ହାତ ଥିବା ଆମେରିକା ଅଭିଯୋଗ କରିଆସୁଥିଲା। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଥିଲା। ଏବେ ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଜୋ ବାଇଡେନ୍‌ ନିର୍ବାଚିତ ହେବା ପରେ ଚୀନ ସହିତ ବାଣିଜ୍ୟିକ ସହିତ ସାମଗ୍ରିକ ସମ୍ପର୍କ ସୁଧୁରିବ ବୋଲି ଆଶା କରାଯାଉଥିଲା। କିନ୍ତୁ ବାଇଡେନ୍‌ଙ୍କ ସଦ୍ୟ ମନ୍ତବ୍ୟ ଏହାକୁ ଭୁଲ ପ୍ରମାଣିତ କରିବ ବୋଲି ଆଲୋଚନା ହେଉଛି।

Image Courtesy: CNBC

ବାଇଡେନ୍‌ କହିଛନ୍ତି, ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ବାରା ଚୀନରୁ ଆମଦାନୀ ହେବାକୁ ଥିବା ସାମଗ୍ରୀଗୁଡ଼ିକ ଉପରେ ଲଗାଯାଇଥିବା ଶୁଳ୍କକୁ ତୁରନ୍ତ ହଟାଇବେ ନାହିଁ। ଟ୍ରମ୍ପ ସରକାରଙ୍କ ଦ୍ବାରା ଚୀନ ସହିତ ହୋଇଥିବା ପ୍ରାରମ୍ଭିକ ବାଣିଜ୍ୟିକ ଚୁକ୍ତିକୁ ବର୍ତ୍ତମାନ ରଦ୍ଦ କରିବେ ନାହିଁ। ଆମେରିକାର ଭୂ-ରାଜନୈତିକ ପ୍ରତିଦ୍ବନ୍ଦ୍ବୀ ସହିତ ଭବିଷ୍ୟତର ଆଲୋଚନାରେ ନିଜର ଫାଇଦାକୁ ଅଧିକ ଗୁରୁତ୍ଵ ଦେବେ ବୋଲି ବାଇଡେନ୍‌ କହିଛନ୍ତି।

- Advertisement -

ନ୍ୟୁୟର୍କ ଟାଇମ୍ସର ସ୍ତମ୍ଭକାର ଥୋମାସ୍‌ ଫ୍ରିଡ୍‌ମ୍ୟାନଙ୍କ ସହିତ ଆଲୋଚନା ସମୟରେ ବାଇଡେନ୍‌ କହିଛନ୍ତି, ମୁଁ ତତ୍କାଳ କୌଣସି ପଦକ୍ଷେପ ନେବାକୁ ଯାଉନାହିଁ ଏବଂ ଶୁଳ୍କ ପ୍ରସଙ୍ଗରେ ବି ଏହି ନୀତି ଆପଣାଇବି।

ସୂଚନାଯୋଗ୍ୟ, ବାଇଡେନ୍‌ ଗତ ମଙ୍ଗଳବାର କଂଗ୍ରେସକୁ ଏକ ଦୃଢ଼ ଅର୍ଥନୈତିକ ସଂସ୍କାର ପ୍ୟାକେଜ ପାରିତ କରିବାକୁ ଅନୁରୋଧ କରିଛନ୍ତି, ଯାହା କରୋନା ଦ୍ୱାରା ପ୍ରଭାବିତ ଆମେରିକୀୟଙ୍କ ତୁରନ୍ତ ଆବଶ୍ୟକତା ପୂରଣ କରିପାରିବ। ସେ କହିଛନ୍ତି ଯେ, ଅସୁବିଧା ସମୟରେ ଆମେରିକା କଂଗ୍ରେସ ଏକତ୍ରିତ ହୋଇ ସହାୟତା ପାଇଁ ଏକ ଦୃଢ଼ ଅର୍ଥନୈତିକ ପ୍ୟାକେଜ ପାରିତ କରିବା ଉଚିତ। ଏହାଦ୍ବାରା ତତ୍କାଳ ଆବଶ୍ୟକତାକୁ ପୂରଣ କରାଯାଇପାରିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories