www.samajalive.in
Saturday, December 6, 2025
16.1 C
Bhubaneswar

ବାମପନ୍ଥୀଙ୍କ କବଜାରେ ପୁଣି ଜେଏନୟୁ

ନୂଆଦିଲ୍ଲୀ: ଦେଶର ପ୍ରତିଷ୍ଠିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ)ରେ ପୁଣି ଥରେ ବାମନ୍ଥୀ ଦଳ ନିର୍ବାଚନରେ ବିଜୟୀ ହୋଇଛି। ରବିବାର ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦର ନିର୍ବାଚନ ଫଳାଫଳ ଘୋଷଣା କରାଯାଇ ଥିଲା। ଏଥିରେ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ମହାସଚିବ ଓ ଯୁଗ୍ମ ସଚିବ ପଦରେ ବାମପନ୍ଥୀ ପ୍ରାର୍ଥୀ ବିଜୟୀ ହୋଇଛି। ନିର୍ବାଚନର ପ୍ରମୁଖ ପଦ ଗୁଡ଼ିକରେ ଏବିଭିପି ଦ୍ୱିତୀୟ ସ୍ଥାନରେ ରହିଛି।
ଶୁକ୍ରବାର ବିଶ୍ୱବିଦ୍ୟାଳୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲେ ମଧ୍ୟ ଭୋଟ ଗଣତିକୁ ନେଇ ବିଳମ୍ବ ହୋଇଥିଲା। ଛାତ୍ର ସଂଗଠନ ମଧ୍ୟରେ ବିବାଦକୁ ଦୃଷ୍ଟିରେ ରଖି ଏକାଧିକ ପଦର ଭୋଟ ଗଣତିକୁ ଅସ୍ଥାୟୀଭାବେ ବାତିଲ କରି ଦିଆଯାଇ ଥିଲା। ରବିବାର ଉପରୋକ୍ତ ପଦଗୁଡ଼ିକର ଗଣତି ହେବା ସହ ପରିଣାମ ଘୋଷଣା କରାଯାଇଛି। ଚଳିତ ବର୍ଷ ୭୦ପ୍ରତିଶତ ମତଦାନ ହୋଇଥିଲା। ବିଗତ ୬ବର୍ଷ ମଧ୍ୟରେ ଏତେ ଅଧିକ ମାତ୍ରାରେ ଭୋଟ ହୋଇ ନଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories