www.samajalive.in
Saturday, December 6, 2025
23.1 C
Bhubaneswar

ବୌଦ୍ଧଗୁରୁଙ୍କ ବ୍ୟଭିଚାର ନୂଆ ନୁହେଁ: ଦଲାଇ ଲାମା

ଦିହଗ୍‍/ନେଦରଲ୍ୟାଣ୍ଡ: ବୌଦ୍ଧଗୁୁରୁମାନେ ଶିଷ୍ୟମାନଙ୍କୁ ଅସତ୍‍ ବ୍ୟବହାର କରୁଥିବା ଅଭିଯୋଗ ଆସିବାରେ ଲାଗିଛି। ତେବେ ଏହି ଘଟଣା ନୂଆ ନୁହେଁ ବୋଲି କହିଛନ୍ତି ବୌଦ୍ଧଧର୍ମର ସର୍ବୋଚ୍ଚ ଗୁରୁ ଦଲାଇ ଲାମା। ୧୯୯୦ ମସିହାରୁ ଏଭଳି ଚାଲିଆସୁଥିବା ସେ କହିଛନ୍ତି।
ନେଦରଲ୍ୟାଣ୍ଡକୁ ଚାରିଦିନିଆ ଗସ୍ତ ଅବସରରେ ଦଲାଇ ଲାମାଙ୍କୁ ଭେଟି ବୌଦ୍ଧ ଧର୍ମରେ ଦୀକ୍ଷିତ ପୀଡ଼ିତାମାନେ ବ୍ୟଭିଚାର ସମ୍ପର୍କରେ ଅଭିଯୋଗ କରିଥିଲେ। ପରବର୍ତ୍ତୀ ସମୟରେ ଡଚ୍‍ ପବ୍ଲିକ୍‍ ଟେଲିଭିଜନକୁ ଏକ ସାକ୍ଷାତକାର ଅବସରରେ ଦଲାଇଲାମା କହିଛନ୍ତି ଯେ ଏହି ଅଭିଯୋଗ ନୂଆ ନୁହେଁ। ପ୍ରାୟ ୨୫ ବର୍ଷ ପୂର୍ବେ ହିମାଚଳ ପ୍ରଦେଶରେ ଅନୁଷ୍ଠିତ ବିଶ୍ୱ ବୌଦ୍ଧ ସମ୍ମିଳନୀରେ ମଧ୍ୟ କେତେକ ଛାତ୍ରୀ ଏଭଳି ଅଭିଯୋଗ ଆଣିଥିଲେ। ଯେଉଁମାନେ ଏଭଳି ଘୃଣ୍ୟକାମ କରୁଛନ୍ତି ସେମାନେ ନିଜକୁ ବୌଦ୍ଧ ଧର୍ମାବଲମ୍ବୀ କହିବା ସମୀଚୀନ ନୁହେଁ। ତେଣୁ ସେମାନଙ୍କର କାରନାମା ସାର୍ବଜନୀନ ହେବା ଆବଶ୍ୟକ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories