ଭୁବନେଶ୍ୱର : ଡ଼ୁମୁଡ଼ୁମାରେ ଜଣେ ଠିକାଦାରଙ୍କ ଘର ଉପରକୁ ଆକ୍ରମଣ ହୋଇଛି। ପ୍ରାୟ ୨୦ ରୁ ୨୫ ଯୁବକ ଶନିବାର ବିଳମ୍ବିତ ରାତିରେ ଠିକାଦାରଙ୍କ ଘର ଉପରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ତାଙ୍କ ଗାଡ଼ି ଚୁରମାର୍ ହୋଇଯାଇଥିବା ସୂଚନା ମିଳିଛି। ଏହି ଘଟଣାରେ ୨ଟି କାର୍ ଓ ମାରଣାସ୍ତ୍ର ଜବତ ହେବା ସହ ପୁଲିସ ୨ ଜଣ ଯୁବକକୁ ଗିରଫ କରିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି।
Popular Categories



