www.samajalive.in
Monday, December 15, 2025
26.1 C
Bhubaneswar

ଆଦିତି ମିଶ୍ର ହେଲେ JNU ଛାତ୍ର ସଂସଦ ସଭାପତି, ୪ ପ୍ରମୁଖ ପଦବୀରେ ବାଜି ମାରିଲା ବାମପନ୍ଥୀ ମେଣ୍ଟ

ସମାଜଲାଇଭ ଡେସ୍କ: ଜବାହରଲାଲ ନେହେରୁ ବିଶ୍ଵବିଦ୍ୟାଳୟ(JNU) ଛାତ୍ର ସଂସଦ ନିର୍ବାଚନରେ ବାଜି ମାରିଛି ବାମପନ୍ଥୀ ମେଣ୍ଟ। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)କୁ ନିର୍ବାଚନରେ ପରାଜୟବରଣ କରିବାକୁ ପଡ଼ିଛି। ୪ ପ୍ରମୁଖ ପଦବୀ ଯଥା- ସଭାପତି, ଉପସଭାପତି, ସାଧାରଣ ସମ୍ପାଦକ ଏବଂ ଯୁଗ୍ମ ସମ୍ପାଦକ ପଦବୀରେ ବାମପନ୍ଥୀ ମେଣ୍ଟ ପ୍ରାର୍ଥୀମାନେ ବିଜୟଲାଭ କରିଛନ୍ତି।

ଛାତ୍ର ସଂସଦ ସ ଭାପତି ଭାବେ ବାମପନ୍ଥୀର ଆଦିତି ମିଶ୍ର(୧୮୬୧ ଭୋଟ) ନିର୍ବାଚିତ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦ୍ଵୀ ତଥା ଏବିଭିପି ପ୍ରାର୍ଥୀ ବିକାଶ ପଟେଲ(୧୪୪୭ ଭୋଟ)ଙ୍କୁ ପରାଜିତ କରିଛନ୍ତି।

- Advertisement -

ସେହିପରି ଉପସଭାପତି ପଦବୀରେ ବାମପନ୍ଥୀ ପ୍ରାର୍ଥୀ କେ. ଗୋପିକା ବିଜୟୀ ହୋଇଛନ୍ତି। ସେ ୨୯୬୬ ଭୋଟ ପାଇଥିବାବେଳେ ଏବିଭିପି ପ୍ରାର୍ଥୀ ତନୟା କୁମାରୀଙ୍କୁ ୧୭୩୦ ଭୋଟ ମିଳିଛି।

ସାଧାରଣ ସମ୍ପାଦକ ପଦବୀରେ ବାମପନ୍ଥୀ ପ୍ରାର୍ଥୀ ସୁନିଲ ଯାଦବ ବିଜୟୀ ହୋଇଥିବା ବେଳେ ଯୁଗ୍ମ ସମ୍ପାଦକ ପଦବୀରେ ଦାନିଶ ଅଲ୍ଲୀ ବିଜୟୀ ହୋଇଛନ୍ତି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories