www.samajalive.in
Saturday, December 6, 2025
14.1 C
Bhubaneswar

ଚଳଚ୍ଚିତ୍ର ସମାଜର ଆଇନା, ଚରିତ୍ର ପ୍ରତିଫଳନ

କଟକ ଜିଲ୍ଲାର ମାହାଙ୍ଗା ସ୍ଥିତ ଅଗ୍ରଣୀ ଉଚ୍ଚ ଶିକ୍ଷାନୁଷ୍ଠାନ ଜବାହରଲାଲ ନେହେରୁ ମହାବିଦ୍ୟାଳୟର ଇତିହାସ ଓ ରାଜନୀତି ବିଜ୍ଞାନ ବିଭାଗ ଏବଂ ଓଡିଶା ସରକାରଙ୍କ ଆଦିବାସୀ ଗବେଷଣା ଓ ବିକାଶ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ରଣଜିତ ଗୁରୁ ସ୍ମାରକୀ ଆନ୍ତର୍ଜାତିୟ ସମ୍ପାନ କାର୍ଯ୍ୟକ୍ରମରେ ଆଜି ଅନୁଷ୍ଠିତ ଭର୍ଚୁଆଲ୍ ଆଲୋଚନା ଚକ୍ରର ଦୁଇଟି ଅଧିବେଶନରେ ଦେଶର ବିଶିଷ୍ଟ ବକ୍ତାମାନେ ଗଣମାଧ୍ୟମର ଏକ ସ୍ୱୀକୃତ ପରିସର ଭାବେ ଚଳଚ୍ଚିତ୍ରର ଭୂମିକା ତଥା ସମାଜ ଉପରେ ଏହାର ପ୍ରଭାବ ସମ୍ପର୍କରେ ସାରଗର୍ଭକ ଆଲୋଚନା କରିଛନ୍ତି।

ପ୍ରଥମ ଅଧିବେଶନରେ କେନ୍ଦ୍ର ଆୟୁଷ ମନ୍ତ୍ରାଳୟର ଅନୁସନ୍ଧାନ ଅଧିକାରୀ ପ୍ରଫେସର ରାଧା କ୍ରିଷନ ‘ଇଣ୍ଡିଆନ ସିନେମା, ଫ୍ରମ ସୋସାଇଟି ଟୁ ମାର୍କେଟ’ ଶୀର୍ଷକରେ ଭାରତରେ କିଭଳି ଚଳଚ୍ଚିତ୍ର ସାଧାରଣ ମଣିଷ ପାଇଁ ଆବଶ୍ୟକତା ପାଲଟି ଯାଇଛି ଓ ତାହା ଆମ ମାନସିକତାକୁ ଗ୍ରହଣୀୟତା ଆଡକୁ ନେଉଛି ଆଲୋଚନା କରିଛନ୍ତି। ଅନ୍ୟତମ ବକ୍ତା ପଞ୍ଜାବ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଗଣଯୋଗାଯୋଗ ବିଭାଗର ପ୍ରଫେସର ପରମବୀର ସିଂ ଏବଂ ହାଇଦ୍ରାବାଦ ମୌଲାନା ଆଜାଦ ରାଷ୍ଟ୍ରୀୟ ଉର୍ଦୁ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରାଧ୍ୟାପକ ଡଃ ମେରାଜ ଅହମଦ ମୁବାରକି ଭାରତୀୟ ଚଳଚ୍ଚିତ୍ରରେ ସାମ୍ପ୍ରତିକ ସମୟରେ ଘଟୁଥିବା ପରିବର୍ତ୍ତନ ସମ୍ପର୍କରେ ଆଲୋଚନା କରିଛନ୍ତି।

- Advertisement -

ସଂପାନର ଦ୍ଵିତୀୟ ଅଧିବେଶନରେ ଆଇଆଇଏମସି ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ମୃଣାଳ ଚାଟାର୍ଜୀ, ନେସନାଲ ସ୍କୁଲ ଅଫ ଡ୍ରାମାର ନିର୍ଦ୍ଦେଶକ ପ୍ରଫେସର ଶ୍ରୀରାମ ଜୀ ବାଲି ଏବଂ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ଅଶୋକ କୁମାର ପଣ୍ଡା ପ୍ରମୁଖ ‘ସୋସାଇଟି ଟୁ ମାର୍କେଟ ଓ ଭାରତୀୟ ଚଳଚ୍ଚିତ୍ରରେ ହେଉଥୁବା ପରିବର୍ତ୍ତନ ସମ୍ପର୍କରେ ଆଲୋଚନା କରିଛନ୍ତି।

ଏହି ୱେବିନାରରେ କାର୍ଡର ନିର୍ଦେଶକ ବିକ୍ରମ କେଶୋରୀ ଜେନା, ସହ ନିର୍ଦେଶକ ଚିନ୍ମୟ କୁମାର ସାହୁ ଓ ଦେଶ ବିଦେଶରୁ ଅନେକ ପ୍ରାଧ୍ୟାପକ, ଅଧ୍ୟାପକ, ଗବେଷକ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ପଲ୍ଲବ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ୱେବିନାରରେ ଆବାହକ ପ୍ରଫେସର ଶରତ ଚନ୍ଦ୍ର ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ ଦେଇଥିବା ବେଳେ ଅଧ୍ୟାପିକା ପାୟଲ ଅଗ୍ରୱାଲ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଅଧ୍ୟାପକ ରୁଦ୍ରନାରାୟଣ ଦାଶ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅଧ୍ୟାପକ ବାଇଧର ଦାସ ଓ ଅଧ୍ୟାପକ ଶୁଭମ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories