ନୂଆଦିଲ୍ଲୀ : ପୁଣି ଥରେ ଗ୍ରାହକଙ୍କ ପାଇଁ ଖୁସି ଖବର ଆଣିଲା ଜିଓ। ୪୭୦ ମିଲିୟନରୁ ଅଧିକ ଉପଭୋକ୍ତା ଥିବା ଜିଓ ଏବେ ଏଭଳି ଏକ ରିଚାର୍ଜ ପ୍ଲାନ୍ ଆଣିଛି, ଏଥିରେ ଆପଣ କେବଳ ୫୧ ଟଙ୍କା ଖର୍ଚ୍ଚ କରି ଏକ ମାସ ପର୍ଯ୍ୟନ୍ତ ଅସୀମିତ ୫ଜି ଡାଟାର ସୁବିଧା ପାଇ ପାରିବେ। ଏହି ଅଫର୍ ସେମାନଙ୍କ ପାଇଁ ଖାସ୍ ଯେଉଁମାନେ ୫ଜି ସ୍ମାର୍ଟଫୋନ୍ ବ୍ୟବହାର ସହ ୫ଜି ନେଟ୍ୱର୍କ ଅଞ୍ଚଳରେ ରହୁଛନ୍ତି।
ଜିଓର ଅଫିସିଆଲ ୱେବସାଇଟ୍ ଅନୁସାରେ ୫୧ ଟଙ୍କିଆ ଏହି ପ୍ଲାନ୍ରେ କେବଳ ଡାଟା ବ୍ୟବହାରକାରୀଙ୍କ ପାଇଁ । ଏଥିରେ ଉପଭୋକ୍ତାଙ୍କୁ ମିଳିବ ଅସୀମିତ ୫ଜି ଡାଟା । ୩ଜିବି ହାଇସ୍ପିଡ୍, ୪ଜି ଡାଟା ମଧ୍ୟ ସାମିଲ ରହିଛି।
ଏହି ପ୍ଲାନ୍ ସେହି ଉପଭୋକ୍ତା ମାନେ ବ୍ୟବହାର କରିବେ, ଯେଉଁମାନେ ପୂର୍ବରୁ ସକ୍ରିୟ ଥିବା ପ୍ଲାନ୍ ୧.୫ଜିବି ଥିବା ମାସିକ ରିଚାର୍ଜ ପ୍ଲାନ୍ ବ୍ୟବହାର କରୁଥିବେ । ଅର୍ଥାତ୍ ଏହି ପ୍ଲାନ୍ ସେହି ମାସିକ ରିଚାର୍ଜ ପ୍ଲାନ୍ ସହ ସକ୍ରିୟ ହେବ ଓ ପ୍ରତ୍ୟେକ ଦିନ ୧.୫ ଜିବି ଡାଟା ଏଥିରେ ମିଳିବ । ୧ ମାସର ସମୟସୀମା ମିଳିବ । ଏହା ବ୍ୟତୀତ ଜିଓ ୧୦୧ କିମ୍ବା ୧୫୧ଟଙ୍କାର ପ୍ଲାନ୍ ମଧ୍ୟ ରହିଛି । ଏଥିରେ ମଧ୍ୟ ଅସୀମିତ ୫ଜି ଡାଟା ମିଳିବ।
ବର୍ଷର ଆରମ୍ଭରେ ଜିଓ ଟ୍ରାଇର ନିର୍ଦ୍ଦେଶ ଅନୁସାରେ ଏଭଳି ୨ଟି ପ୍ରିପେଡ୍ ପ୍ଲାନ୍ ଲଞ୍ଚ କରିଛି, ଯେଉଁଥିରେ ଡାଟା ମିଳିବ ନାହିଁ । ଏହି ପ୍ଲାନ୍ର ସମୟସୀମା ୮୪ ଦିନ ଓ ୩୩୬ ଦିନ ପାଇଁ ।
୩୩୬ ଦିନର ପ୍ଲାନ୍ ୧,୭୪୮ଟଙ୍କା । ଏଥିରେ ଉପଭୋକ୍ତାଙ୍କୁ ମିଳିବ ଅସୀମିତ କଲିଙ୍ଗ୍, ଯେକୌଣସି ନେଟ୍ୱର୍କରେ ମାଗଣାରେ ରୋମିଙ୍ଗ୍ । ୩,୬୦୦ ମାଗଣା ଏସଏମଏସ । ଜିଓ ଟିଭି ଓ ଜିଓ କ୍ଲାଉଡ୍ର ମାଗଣାରେ ଏକ୍ସେସ ମିଳିବ ।
୫୧ ଟଙ୍କିଆ ପ୍ଲାନ୍କୁ ୩୩୬ ଦିନର ରିଚାର୍ଜ ପ୍ଲାନ୍ ବ୍ୟବହାର କରୁଥିବା ଉପଭୋକ୍ତା ବ୍ୟବହାର କରି ପାରିବେ ନାହିଁ । ଡାଟା ପାଇଁ ଇଚ୍ଛୁକ ଥିଲେ ଅନ୍ୟାନ୍ୟ ପ୍ଲାନ୍ ଚୟନ କରିବାକୁ ପଡିବ । ଜିଓର ଡାଟା ପାଇଁ ଅନେକ ପ୍ଲାନ୍ ରହିଛି । ୧୯ ଟଙ୍କାରୁ ଆରମ୍ଭ ହୋଇ ୩୫୯ ଟଙ୍କା ପର୍ଯ୍ୟନ୍ତ ପ୍ଲାନ୍ ରହିଛି।
ଦେଖନ୍ତୁ ଭୟଭୀତ କରିବ ଭିଡିଓ ; ଘର ସଫା କରୁଥିଲେ, ଡବା ଭିତରୁ ମିଳିଲା ୧୦୦ ସାପ, ତା’ପରେ



