www.samajalive.in
Saturday, December 6, 2025
14.1 C
Bhubaneswar

ଏଣିକି ଟିଭି ସ୍କ୍ରିନକୁ ମାତ୍ର ୪୦୦ ଟଙ୍କାରେ ସ୍ମାର୍ଟ ପିସିରେ ପରିଣତ କରିପାରିବେ, ଜିଓ ଆଣିଲା ଏମିତି ସୁବିଧା

ଭୁବନେଶ୍ୱର : ଜିଓ ପକ୍ଷରୁ ଆଜି ‘ଜିଓ-ପିସି’ ଶୁଭାରମ୍ଭ ଘୋଷଣା କରାଯାଇଛି। ଜିଓ-ପିସି ଏକ ଅଭିନବ କ୍ଲାଉଡ୍- ଆଧାରିତ ଭର୍ଚୁଆଲ୍ ଡେସ୍କଟପ୍ ପ୍ଲାଟଫର୍ମ ଯାହା ମାଧ୍ୟମରେ ଆପଣ ଘର କିମ୍ବା ଅଫିସରେ ଥିବା ଟିଭି ସ୍କ୍ରିନକୁ ଏକ ମୁହୂର୍ତ୍ତରେ ଏକ ଉଚ୍ଚ-ସ୍ତରୀୟ ବ୍ୟକ୍ତିଗତ କମ୍ପ୍ୟୁଟରରେ ପରିଣତ କରିପାରିବ।  ଯେଉଁ ଗ୍ରାହକମାନଙ୍କ ପାଖରେ ଜିଓଫାଇବର କିମ୍ବା ଜିଓଏୟାରଫାଇବର ସଂଯୋଗ ଅଛି ସେମାନଙ୍କୁ ଜିଓ-ପିସି ବ୍ୟବହାର କରିବା ପାଇଁ ଏକ ମାସିକ ପ୍ଲାନ ନେବାକୁ ପଡିବ। ନୂତନ ଉପଭୋକ୍ତାମାନେ ଏହି ସେବାକୁ ଗୋଟିଏ ମାସ ପାଇଁ ମାଗଣାରେ ବ୍ୟବହାର କରିପାରିବେ।

କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି ଯେ କ୍ଲାଉଡ୍ ଆଧାରିତ ଜିଓ-ପିସି ବହୁତ ଶକ୍ତିଶାଳୀ। ଏହାର ପ୍ରସେସିଙ୍ଗ କ୍ଷମତା ମଧ୍ୟ ବେଶ ଉତ୍କୃଷ୍ଟ ଏବଂ ଏହା ଦୈନନ୍ଦିନ କାର୍ଯ୍ୟ ସହିତ ଗେମିଂ ଏବଂ ଗ୍ରାଫିକ୍ ରେଣ୍ଡରିଂ ଭଳି ଉଚ୍ଚ-ସ୍ତରୀୟ କାର୍ଯ୍ୟଗୁଡ଼ିକୁ ସହଜରେ ପରିଚାଳନା କରିପାରିବ। ଜିଓ-ପିସି ଭଳି କ୍ଷମତା ବିଶିଷ୍ଟ ଏକ କମ୍ପ୍ୟୁଟର ବଜାରରେ ୫୦ ହଜାର ଟଙ୍କାରୁ ଅଧିକ ମୂଲ୍ୟରେ ଉପଲବ୍ଧ। ଅନ୍ୟପକ୍ଷରେ, ଜିଓ-ପିସିର ପ୍ଲାନ ଗୁଡିକ ମାସିକ ମାତ୍ର ୪୦୦ ଟଙ୍କାରୁ ଆରମ୍ଭ ହେଉଛି।  ଅର୍ଥାତ୍, ପ୍ରତି ମାସରେ ୪୦୦ ଟଙ୍କା ଦେଇ, ଗ୍ରାହକ ୫୦ ହଜାର ପର୍ଯ୍ୟନ୍ତ ଏକକାଳୀନ ଖର୍ଚ୍ଚ ସଞ୍ଚୟ କରିପାରିବେ। ସବସ୍କ୍ରିପସନ୍ ସହିତ, ବ୍ୟବହାରକାରୀମାନଙ୍କୁ ସମସ୍ତ ପ୍ରମୁଖ ଏଆଇ ଟୁଲ, ଆପ୍ଲିକେସନ୍ ଏବଂ ୫୧୨ ଜିବି କ୍ଲାଉଡ୍ ଷ୍ଟୋରେଜ୍ ମଧ୍ୟ ମିଳିବ। ଛାତ୍ରଛାତ୍ରୀ, ପ୍ରଫେସନାଲ, କ୍ଷୁଦ୍ର ବ୍ୟବସାୟ, ଏବଂ ପରିବାରଗୁଡିକର ପରିବର୍ତ୍ତନଶୀଳ ଆବଶ୍ୟକତା ପୁରଣ କରିବା ଦିଗରେ ଏହା ବେଶ ଉପଯୋଗୀ ସାବ୍ୟସ୍ତ ହେବ।

- Advertisement -

ଜିଓ-ପିସି ବ୍ୟବହାର କରିବାକୁ ମଧ୍ୟ ବହୁତ ସହଜ। ଅଧିକାଂଶ ଘରେ, ଜିଓଫାଇବର ଏବଂ ଜିଓଏୟାରଫାଇବରର ସେଟ୍-ଟପ୍ ବକ୍ସ ଟିଭି ସହିତ ସଂଯୁକ୍ତ ହୋଇଛି। ଆପଣଙ୍କୁ କେବଳ କି-ବୋର୍ଡ ଏବଂ କମ୍ପ୍ୟୁଟର ମାଉସ୍ ତାରକୁ ସିଧାସଳଖ ଜିଓ ସେଟ୍-ଟପ୍ ବକ୍ସ ସହିତ ସଂଯୋଗ କରିବାକୁ ପଡିବ। ମୁଖ୍ୟ ସ୍କ୍ରିନରେ ଜିଓ-ପିସି ଆପ୍ ଲଞ୍ଚ କରନ୍ତୁ, ଲଗ୍ ଇନ୍ କରନ୍ତୁ, ଏହା ପରେ ଜିଓ-ପିସି ଆପଣଙ୍କ ବ୍ୟବହାର ପାଇଁ ପ୍ରସ୍ତୁତ ହୋଇଯିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories