ରାଇକିଆ : ରାଇକିଆ ସ୍ଥାନୀୟ ବିଜୟ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ୍ ସ୍ତରୀୟ ଦୁଇ ଦିନିଆ ଟାଏକୋଣ୍ଡୋ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। କନ୍ଧମାଳ ଜିଲ୍ଲା ଶିକ୍ଷା ଅଧିକାରୀ ଓଇଏସ-୧ ରାଜେଶ୍ କୁମାର ସ୍ବାଇଁଙ୍କ ନିର୍ଦ୍ଦେଶ କ୍ରମେ ରାଇକିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ କେଶବ ଚନ୍ଦ୍ର ମଲ୍ଲିକ, ସାରଥୀ କହଁର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ତାଲିମ୍ ଶିବିରରେ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ବାଳିକା ୧୫ ଓ ବାଳକ ୫୫ ଜଣ ସମୁଦାୟ ୭୦ ଜଣ ବିଦ୍ୟାର୍ଥୀ ଯୋଗଦାନ କରିଥିଲେ। ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ ସଞ୍ଜୟ ପାତ୍ର ଯୋଗଦାନ କରିଥିଲେ। ସେକ୍ରେଟାରୀ ତଥା ମୁଖ୍ୟ କାର୍ଯ୍ଯ ନିର୍ବାହୀ ଅଧିକାରୀ ସିଇଓ, ବ୍ଲକ୍ ସ୍କୁଲ୍ ସ୍ପୋର୍ଟସ ଆସୋସିଏସନ୍ ଅଧିକାରୀ କାର୍ତ୍ତିକ ନାୟକ ଶିବିରକୁ ପରିଚାଳନା କରିଥିଲେ। ପୁରୀ ଜିଲ୍ଲାର ଆତ୍ମ ସୁରକ୍ଷା ପ୍ରଶିକ୍ଷକ ଦେବଦତ୍ତ ମିଶ୍ର ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ସଇଳେନ୍ଦ୍ର ଦିଗାଲ, ଶ୍ରୀ ଛନ୍ଦା ପ୍ରଧାନ, ବିଜୟା କୁମାରୀ କାଣ୍ଡୁଲିନା ,ରବିନ୍ ସାହୁ, କବିତା ପ୍ରଧାନ, ଜଗନ୍ନାଥ ବେହେରା, ନରେଶ ଚନ୍ଦ୍ର ନାୟକ ପ୍ରମୁଖ କ୍ରୀଡ଼ା ଶିକ୍ଷକ ମାନେ ଯୋଗ ଦେଇ ସହୋଯୋଗ କରିଥିଲେ।
Popular Categories



