ଜିଓ ଟ୍ରୁ-୫ଜି ପାୱାରଡ୍ ୱାଇ-ଫାଇର ଶୁଭାରମ୍ଭ

- ନାଥଦ୍ୱାରାରେ ଜିଓ ଟ୍ରୁ-୫ଜି ଓ ଟ୍ରୁ-୫ଜି ପାୱାରଡ୍ ୱାଇ-ଫାଇର ଶୁଭାରମ୍ଭ

– ଭାରତର ଅଧିକ ଭିଡ଼ ଅଂଚଳରେ ଏହି ୱାଇ-ଫାଇର ଅନୁଭବ ମିଳିବ

– ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ବାରାଣାସୀ ପରେ ଚେନ୍ନାଇକୁ ଜିଓ ଟ୍ରୁ-୫ଜିର ସମ୍ପ୍ରସାରଣ

ଭୁବନେଶ୍ୱର: ସମସ୍ତଙ୍କ ପାଖରେ ୫ଜି ପହଂଚାଇବା ଲାଗି ଶିକ୍ଷାନୁଷ୍ଠାନ, ଧାର୍ମିକ ସ୍ଥଳ, ରେଳ ଷ୍ଟେସନ, ବସ୍ ଷ୍ଟାଣ୍ଡ୍‌, କମର୍ସିଆଲ୍ ହବ୍ ଭଳି ଅଧିକ ଭିଡ଼ ରହୁଥିବା ସ୍ଥାନରେ ଜିଓ ଟ୍ରୁ-୫ଜି ପାୱାରଡ୍ ୱାଇ-ଫାଇ ସେବାର ଶୁଭାରମ୍ଭ କରାଯାଇଥିବା ରିଲାଏନ୍ସ ଜିଓ ଇନ୍‌ଫୋକମ୍ ଲିମିଟେଡ୍ (ଜିଓ) ପକ୍ଷରୁ ଘୋଷଣା କରାଯାଇଛି । ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ବାରାଣାସୀରେ ନିକଟରେ ଶୁଭାରମ୍ଭ କରାଯାଇଥିବା ଜିଓ ଟ୍ରୁ-୫ଜି ସେବା ଏବଂ ଜିଓ ୱେଲ୍‌କମ ଅଫର ସହ ଏହି ସେବାକୁ ଯୋଡ଼ାଯାଇଛି । ଅଧିକରୁ ଅଧିକ ସହରରେ ଏହି ସେବା ପହଂଚାଇବା ଏବଂ ଟ୍ରୁ-୫ଜି ଲାଗି ପ୍ରସ୍ତୁତ ହାଣ୍ଡସେଟ୍ ଉପଲବ୍ଧତା ବଢ଼ାଇବା ଲାଗି ଜିଓ ଟିମ୍ ଅବିରତ କାର୍ଯ୍ୟ କରୁଛନ୍ତି ।

ଏକ ଶୁଭ ଆରମ୍ଭ ସ୍ୱରୂପ, ଜିଓ ଟ୍ରୁ-୫ଜି ସେବା ସହିତ ରାଜସ୍ଥାନର ନାଥଦ୍ୱାରାରେ ଜିଓ ପକ୍ଷରୁ ଆଜି ଜିଓ ଟ୍ରୁ-୫ଜି ପାୱାରଡ୍ ୱାଇ-ଫାଇ ସେବା ଆରମ୍ଭ କରାଯାଇଛି ।

ଜିଓ ୱେଲକମ୍ ଅଫର ଅବଧିରେ ଜିଓର ଗ୍ରାହକମାନେ ବିନା କୌଣସି ଚାର୍ଜରେ ଏହି ସେବା ପାଇପାରିବେ ଏବଂ ଅଣ-ଜିଓ ଗ୍ରାହକମାନେ ଜିଓକୁ ଆସି ପୂର୍ଣ୍ଣ ଏବଂ ଅସୀମିତ ସେବା ଅନୁଭବ ହାସଲ କରିବା ପୂର୍ବରୁ ମଧ ଏହି ସେବାକୁ ବ୍ୟବହାର କରିପାରିବେ । ଜିଓର “ଉଇ କେୟାର’ ଦର୍ଶନ ଯାହା ଏହାର ବ୍ରାଣ୍ଡ୍ ମୂଲ୍ୟବୋଧର ମୂଳମନ୍ତ୍ର ରହିଛି ସେଥିପ୍ରତି ଏହା ହେଉଛି ଆଉ ଏକ ପରିଚାୟକ ।

ରିଲାଏନ୍ସ ଜିଓ ଇନ୍‌ଫୋକମ୍ ଲିମିଟେଡ୍‌ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଆକାଶ ଏମ୍ ଅମ୍ବାନି କହିଛନ୍ତି ଯେ, “ମାନବତା ପ୍ରତି ସେବା ହେଉଛି ଭାରତୀୟ ସଂସ୍କୃତିର ଏକ ସ୍ନେହଭରା ଦିଗ ଯାହାର ମୂଳ ଆମର ସାମାଜିକ-ଧାର୍ମିକ ପରମ୍ପରାରେ ଦେଖିବାକୁ ମିଳୁଛି ।

ପୂର୍ବରୁ କୁହାଯାଇଥିବା ଅନୁସାରେ ୫ଜି କେବଳ କିଛି ସ୍ୱଚ୍ଛଳ କିମ୍ବା ବୃହତ ସହରରେ ବାସ କରୁଥିବା ଲୋକଙ୍କ ପାଇଁ ଏକ ସ୍ୱତନ୍ତ୍ର ସେବା ହୋଇ ରହିବନାହିଁ । ଏହା ଭାରତର ପ୍ରତି ନାଗରିକ, ପ୍ରତି ଘର ଏବଂ ପ୍ରତି ବ୍ୟବସାୟ ପାଇଁ ନିଶ୍ଚିତ ରୂପେ ଉପଲବ୍ଧ ହେବ । ପ୍ରତି ଭାରତୀୟଙ୍କ ପାଖରେ ଜିଓ ଟ୍ରୁ-୫ଜି ପହଂଚାଇବା ଦିଗରେ ଏହା ହେଉଛି ଏକ ପଦକ୍ଷେପ ।

ଆଜି ଆମେ ପବିତ୍ର ସହର ନାଥଦ୍ୱାରା ଏବଂ ପ୍ରଭୁ ଶ୍ରୀନାଥଜୀଙ୍କ ମନ୍ଦିରରେ ପ୍ରଥମ ଟ୍ରୁ-୫ଜି ୱାଇ-ଫାଇ ସେବାର ଶୁଭାରମ୍ଭ କରିଛୁ । ଏହା ସହିତ ଆମେ ଏଭଳି ଆହୁରି ଅଧିକ ସ୍ଥାନରେ ଏହି ସେବା ପହଂଚାଇବୁ ଏବଂ ଆମ ସେବାକୁ ବ୍ୟବହାର କରିବା ଲାଗି ସେମାନଙ୍କୁ ସୁଯୋଗ ଦେବୁ । ଏହା ସହିତ ଜିଓ ଟ୍ରୁ-୫ଜି ୱେଲକମ୍ ଅଫରରେ ଯୋଡ଼ି ହେବା ଲାଗି ଆମେ ଆମର ବୃହତ ସହର ଚେନ୍ନାଇକୁ ସ୍ୱାଗତ କରୁଛୁ ।’’

ନିକଟରେ ହୋଇଥିବା ଉନ୍ମୋଚନ ଅବସରରେ ଦିଆଯାଇଥିବା ପ୍ରତିଶ୍ରୁତି ଅନୁସାରେ ଜିଓ ଟ୍ରୁ-୫ଜିକୁ ଆହୁରି ଅଧିକ ସହରକୁ ସମ୍ପ୍ରସାରିତ କରାଯିବ ଏବଂ ଜିଓ ୱେଲକମ୍ ଅଫରରେ ସାମିଲ କରାଯିବ । ଏବେ ଚେନ୍ନାଇରେ ଆମନ୍ତ୍ରିତ କରାଯାଇଥିବା ଜିଓ ବ୍ୟବହାରକାରୀମାନେ ୧ ଜିବିପିଏସ୍ ପର୍ଯ୍ୟନ୍ତ ଅସୀମିତ ଡାଟାକୁ ହାସଲ କରିପାରିବେ ଏବଂ ଜିଓ ଟ୍ରୁ-୫ଜିର ଅନୁଭବ ନେଇପାରିବେ ।

Comments are closed.