www.samajalive.in
Saturday, December 6, 2025
26.1 C
Bhubaneswar

ଜିଓ ଆଣିଲା ଦୀପାବଳୀ ଅଫର, ମିଳିବ ୧୦୦ପ୍ରତିଶତ କ୍ୟାସବ୍ୟାକ ସହିତ ୫୪୭.୫ଜିବି ଡାଟା

ନୂଆଦିଲ୍ଲୀ : ଜିଓ ସବୁବେଳେ ତାର ଗ୍ରାହକ ମାନଙ୍କ ପାଇଁ ନୂଆ ନୂଆ ଅଫର ଆଣିଥାଏ। ସେହିଭଳି ଏବେ କିଛି ଦିନ ପୂର୍ବେ ଜିଓ ଏକ ନୂଆ ଅଫର ଆଣିଛି। ଦୀପାବଳୀକୁ ଆଖି ଆଗରେ ରଖି ଜିଓ ଏହି ନୂଆ ଅଫର ଆଣିଛି। ଏହି ଅଫର ଅନୁସାରେ ୧୬୯୯ ଟଙ୍କାର ରିଚାର୍ଜ କରିବା ଦ୍ୱାରା ଅନଲିମିଟେଡ କଲିଙ୍ଗ ଏବଂ ପ୍ରତିଦିନ ୧୦୦ମେସେଜ ମିଳିବ। ଯାହାର ବୈଧତା ୧ବର୍ଷ।
ଜିଓର ଏହି ଅଫର ଅନୁସାରେ ସମୁଦାୟ ୫୪୭.୫ ଡାଟା ମିଳିବ। ଯାହାଦ୍ୱାରା ପ୍ରତିଦିନ ଆପଣ ୧.୫ ଜିବି ଡାଟା ପାଇପାରିବେ। ଏହି ପ୍ଳାନ ଦ୍ୱାରା ଜିଓ କମ୍ପାନୀ ତରଫରୁ ୧୦୦ ପ୍ରତିଶତ କ୍ୟାସବ୍ୟାକ ମଧ୍ୟ ଦିଆଯିବ। ୧୬୯୯ ଟଙ୍କାର ରିଚାର୍ଜ କରିବା ଦ୍ୱାରା ଗ୍ରାହକଙ୍କୁ ୫୦୦ ଟଙ୍କାର ତିିନୋଟି ଏବଂ ୨୦୦ ଟଙ୍କାର ଗୋଟିଏ ଭାଉଚର ମିଳିବ। ଏହିଭଳି ଭାବରେ କମ୍ପାନୀ ତରଫରୁ ଆପଣ ୧୭୦୦ ଟଙ୍କାର କ୍ୟାସବ୍ୟାକ ପାଇପାରିବେ।
ଏହି ଅଫରରେ କ୍ୟାସବ୍ୟାକ୍‍ ୧୪୯ ଟଙ୍କାରୁ ଆରମ୍ଭ କରି ୯,୯୯୯ ଟଙ୍କା ପର୍ଯ୍ୟନ୍ତ ଜିଓର ସମସ୍ତ ପ୍ଳାନରେ ଏହି ଅଫର ମିଳିବ। ଏହି ଅଫରର ସୁଭାରମ୍ଭ ଅକ୍ଟୋବର ୧୮ ତାରିଖରୁ ହୋଇସାରିଛି। ଯାହା ନଭେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ। ଜିଓର ଏହି ପ୍ଲାନ ଜିଓ ଆପ ଏବଂ ୱେବସାଇଟରୁ ନେଇପାରିବେ। ଜିଓର ଏହି କୁପନର ବ୍ୟବହାର ରିଲାଏନ୍ସ ଜିଓ ଡିଜିଟାଲ ଷ୍ଟୋରରେ କରିପାରିବେ। କିନ୍ତୁ ଏଥିପାଇଁ ଆପଣଙ୍କୁ ୫୦୦୦ ଟଙ୍କାର କ୍ରୟ କରିବାକୁ ପଡିବ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories