www.samajalive.in
Saturday, December 6, 2025
16.1 C
Bhubaneswar

ଓଡ଼ିଶା ଟେଲିକମ୍‍ ବଜାରରେ ଜିଓର ରାଜସ୍ୱ ବଜାର ଅଂଶ ଦେଶରେ ସର୍ବାଧିକ: ଟ୍ରାଇ ରିପୋର୍ଟ

ଭୁବନେଶ୍ୱର: ସବୁଠୁ ପସନ୍ଦର ଟେଲିକମ୍‍ କମ୍ପାନୀ ଭାବେ ଓଡ଼ିଶାରେ ଉଲ୍ଲେଖନୀୟ ପ୍ରଦର୍ଶନ ଜାରି ରଖି ରିଲାଏନ୍ସ ଜିଓ ୨୦୨୦ ସେପ୍ଟେମ୍ବର ସୁଦ୍ଧା ଶେଷ ହୋଇଥିବା ତ୍ରୟମାସରେ ରାଜ୍ୟରେ ଟେଲିକମ୍‍ କ୍ଷେତ୍ରର ମୋଟ ରାଜସ୍ୱର ୫୧.୮% ବଜାର ଅଂଶ ହାସଲ କରିଥିବା ଭାରତୀୟ ଟେଲିକମ୍‍ ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ପ୍ରକାଶିତ ସଦ୍ୟତମ ଆର୍ଥିକ ରିପୋର୍ଟରୁ ଜଣାପଡ଼ିଛି। ଓଡିଶାରେ ଜିଓ ହାସଲ କରିଥିବା ଏହି ସଫଳତା ସାରା ଦେଶରେ ଯେକୌଣସି ଅପରେଟରଙ୍କ ତୁଳନାରେ ସର୍ବାଧିକ ବୋଲି ଏହି ରିପୋର୍ଟରୁ ଜଣାପଡ଼ିଛି।

୨୦୨୦ର ଜୁଲାଇ-ସେପ୍ଟେମ୍ବର ତ୍ରୟମାସରେ ଓଡ଼ିଶାରେ ରିଲାଏନ୍ସ ଜିଓର ମୋଟ ରାଜସ୍ୱ ୬.୬ ପ୍ରତିଶତ ବୃଦ୍ଧି ପାଇ ୬୩୩ କୋଟି ଟଙ୍କା ହୋଇଥିବା ବେଳେ ଏହି ସମୟରେ ଓଡିଶାରେ ଟେଲିକମ୍‍ ବଜାରର ମୋଟ ରାଜସ୍ୱ ୧୨୨୨ କୋଟି ଟଙ୍କାକୁ ବୃଦ୍ଧି ପାଇଥିବା ଟ୍ରାଇ ରିପୋର୍ଟରୁ ଜଣାପଡ଼ିଛି। ରିପୋର୍ଟ ଅନୁସାରେ, ଏହି ତ୍ରୟମାସରେ ରାଜ୍ୟରେ ଏୟାରଟେଲ୍‍ର ମୋଟ୍‍ ରାଜସ୍ୱ ୪୩୫ କୋଟି ଟଙ୍କା ହୋଇଥିବା ବେଳେ ଭୋଡାଫୋନ୍‍ ଆଇଡିଆର ପାଖାପାଖି ୮୦ କୋଟି ଟଙ୍କା ଏବଂ ବିଏସ୍‍ଏନ୍‍ଏଲ୍‍ ୭୦ କୋଟି ଟଙ୍କା ରହିଥିଲା।
ଏଠାରେ ଏହା ଉଲ୍ଲେଖଯୋଗ୍ୟ ଯେ ରାଜ୍ୟର ପ୍ରଥମ ଟେଲିକମ୍‍ ଅପରେଟର ଭାବେ ରିଲାଏନ୍ସ ଜିଓ ଏପ୍ରିଲ୍‍-ଜୁନ୍‍ ତ୍ରୟମାସରେ ଟେଲିକମ୍‍ କ୍ଷେତ୍ରର ମୋଟ ରାଜସ୍ୱର ୫୦ ପ୍ରତିଶତରୁ ଅଧିକ ବଜାର ଅଂଶ ହାସଲ କରିଥିଲା।

- Advertisement -

ବର୍ତମାନର ମହାମାରୀ ସ୍ଥିତି ଯୋଗୁଁ ଅଧିକ ସଂଖ୍ୟକ ବ୍ୟବହାରକାରୀ ଘରେ ରହି କାମ କରିବା ଏବଂ ଛାତ୍ରଛାତ୍ରୀମାନଙ୍କ ଅନଲାଇନ୍‍ ପାଠପଢ଼ା ଜାରି ରହିଥିବାରୁ ସେପ୍ଟେମ୍ବର ତ୍ରୟମାସରେ ମଧ୍ୟ ଡାଟା ବ୍ୟବହାରରେ ଉଲ୍ଳେଖନୀୟ ବୃଦ୍ଧି ଘଟିଛି। ସାରା ରାଜ୍ୟରେ ମୋବାଇଲ୍‍ ବ୍ୟବହାରକାରୀଙ୍କ ପାଇଁ ହାଇସ୍ପିଡ୍‍ ଇଟଂରନେଟ୍‍ ପ୍ରଦାନ କରୁଥିବା ରିଲାଏନ୍ସ ଜିଓ ପକ୍ଷରୁ ରାଜ୍ୟର ୧୯ଟି ପ୍ରମୁଖ ସହର ଯଥା ଭୁବନେଶ୍ୱର, କଟକ, ପୁରୀ, ଜଟଣୀ, ଅନୁଗୁଳ, ସମ୍ବଲପୁର, ରାଉରକେଲା, ଝାରସୁଗୁଡ଼ା, ବ୍ରଜରାଜନଗର, ସୁନ୍ଦରଗଡ଼, ବଲାଙ୍ଗୀର, କେନ୍ଦୁଝର, ଭବାନୀପାଟଣା, କୋରାପୁଟ, ରାୟଗଡ଼ା, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ରୋଡ୍‍, ଭଦ୍ରକ ଆଦିରେ ଏହାର ଜିଓଫାଇବର୍‍ ହାଇସ୍ପିଡ୍‍ ବ୍ରଡବ୍ୟାଣ୍ଡ୍‍ ସେବାର ସମ୍ପ୍ରସାରଣ କରିଛି ଏବଂ ଓଡ଼ିଶାର ଅନ୍ୟ ପ୍ରମୁଖ ସହରଗୁଡ଼ିକରେ ଏହାର ସେବାକୁ ଦ୍ରୁତ ଗତିରେ ସମ୍ପ୍ରସାରିତ କରୁଛି।

ରିଲାଏନ୍ସ ଜିଓ ଏହାର ବ୍ୟାପକ ୪ଜି ନେଟ୍‍ୱର୍କକୁ ସମ୍ପ୍ରସାରଣ କରି ଓଡ଼ିଶାରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି ଏବଂ ନିରବଚ୍ଛିନ୍ନ ହାଇସ୍ପିଡ୍‍ ଇଟଂରନେଟ୍‍ ସେବା ବଳରେ ନିରନ୍ତର ଭାବେ ରାଜ୍ୟରେ ଜିଓ ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ୨୦୧୯ ଡିସେମ୍ବର ଠାରୁ ଉଭୟ ଗ୍ରାହକ ବଜାର ଅଂଶ ଓ ରାଜସ୍ୱ ବଜାର ଅଂଶରେ ରାଜ୍ୟରେ ଏକ ନମ୍ବର ହୋଇ ଜିଓ ସମ୍ପୂର୍ଣ୍ଣ ରୂପେ ବଜାରରେ ଅଗ୍ରଣୀ ସ୍ଥାନରେ ରହିଛି। ଟ୍ରାଇ ପକ୍ଷରୁ ନିକଟରେ ଅଗଷ୍ଟ ମାସପାଇଁ ଜାରି କରାଯାଇଥିବା ମୋବାଇଲ୍‍ ଗ୍ରାହକଙ୍କ ତଥ୍ୟ ଅନୁଯାୟୀ, ଅଗଷ୍ଟ ମାସରେ ରିଲାଏନ୍ସ ଜିଓ ସର୍ବାଧିକ ସଂଖ୍ୟକ ଗ୍ରାହକ ଓଡ଼ିଶାରେ ଯୋଡ଼ି ଓଡ଼ିଶାରେ ୧.୩୪ କୋଟି ମୋବାଇଲ୍‍ ଗ୍ରାହକଙ୍କ ସହ ୪୦%ରୁ ଅଧିକ ଗ୍ରାହକ ବଜାର ଅଂଶ ହାସଲ କରିଛି।

Hot this week

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

Related Articles

Popular Categories