www.samajalive.in
Saturday, December 6, 2025
14.1 C
Bhubaneswar

ଉତ୍ତମ ସ୍ୱାସ୍ଥ୍ୟ ପାଇଁ କିଛି ଜାଣିବା କଥା

ଶ୍ୱେତ ରକ୍ତ କଣିକା ଶରୀରର ରୋଗପ୍ରତିରୋଧକ ଶକ୍ତି ଅଟେ। ଆମ ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ। ତେବେ ଏହାର ମାତ୍ରା କମିବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ବହୁ ସମସ୍ୟା ସୃଷ୍ଟି ହୋଇଥାଏ। ଏପରି କିଛି ଖାଦ୍ୟପଦାର୍ଥ ରହିଛି ଯାହାକୁ ନିଜ ଖାଦ୍ୟରେ ସାମିଲ କରିବା ଦ୍ୱାରା ଶରୀରରେ ଶ୍ୱେତ ରକ୍ତ କଣିକାର ମାତ୍ରା ବଢିଥାଏ। ଜାଣନ୍ତୁ ତାହା କ’ଣ
ବାଦାମ –
ସଭିଏଁ ଜାଣି ଥିବେ ଯେ, ବାଦାମ ଆମ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ଅଟେ। ନିୟମିତ କିମ୍ବା ସପ୍ତାହକୁ ୩ ରୁ ୪ ଥର ବାଦାମ ଖାଇବା ଦ୍ୱାରା ଶରୀରରେ ଶ୍ୱେତରକ୍ତ କଣିକା ବୃଦ୍ଧି ହୋଇଥାଏ।
ହଳଦୀ –
ଆପଣଙ୍କ ଖାଦ୍ୟରେ ନିୟମିତ ହଳଦୀକୁ ସାମିଲ କରନ୍ତୁ। ହଳଦୀ ବିନା କୌଣସି ବ୍ୟଞ୍ଜନ ଖାଆନ୍ତୁ ନାହିଁ। ହଳଦୀ ହାଡ଼କୁ ଶକ୍ତ କରିବା ସହ ବହୁ ରୋଗରୁ ଶରୀରକୁ ରକ୍ଷା କରିଥାଏ। ଏହା ରକ୍ତକୁ ସଫା ରଖିଥାଏ। ସପ୍ତାହକୁ ୩ ରୁ ୪ ଥର ହଳଦୀ ମିଶା କ୍ଷୀର ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ହୋଇଥାଏ।
ଅଦା ଓ ରସୁଣ –
ଆପଣ ନିୟମିତ ଖାଦ୍ୟରେ ଅଦା ଓ ରସୁଣ ସାମିଲ କରନ୍ତୁ। ଏହା ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରିବା ସହ ଶ୍ୱେତରକ୍ତ କଣିକା ସୃଷ୍ଟି କରିଥାଏ। ତେଣୁ ଏହାକୁ ନିଜ ଖାଦ୍ୟରେ ସାମିଲ କରନ୍ତୁ। ଏପରି କରିବା ଦ୍ୱାରା ଆପଣ ସୁସ୍ଥ ରହିପାରିବେ।
ଖଟାଯୁକ୍ତ ଫଳ –
ଖଟାଯୁକ୍ତ ଫଳର ସେବନ କରନ୍ତୁ। ଏଥିରେ ଭିଟାମିନ ସି ପ୍ରଚୁର ପରିମାଣରେ ଥାଏ। ଏହା ଶରୀରରେ ଶ୍ୱେତରକ୍ତ କଣିକାର ମାତ୍ରା ବଢାଇବାରେ ସାହାଯ୍ୟ କରିଥାଏ। ଆମ ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭକାରୀ ଅଟେ।ସେହିପରି ବହୁ ଲୋକଙ୍କୁ ଚା’ ପିଇବା ବେଶ ପସନ୍ଦ। ଏଭଳି ମଧ୍ୟ କେତେକ ଲୋକେ ଅଛନ୍ତି ଯେଉଁମାନଙ୍କ ସକାଳର ଆରମ୍ଭ ଏକ କପ ଚା’ରୁ ହୋଇଥାଏ। କାହାକୁ କ୍ଷୀର ଚା’, ଲାଲି ଚା’, ଅଦା ଓ ଗୁଜୁରାତି ପଡ଼ିଥିବା ଚା’, ତ କାହାକୁ ଗ୍ରୀନ୍‍ ଟି ପସନ୍ଦ। ମାତ୍ର ଆପଣ କଦଳୀ ଚା’ ବିଷୟରେ ଶୁଣିଛନ୍ତି କି ? ଜାଣନ୍ତୁ କଦଳୀ ଚା’କୁ କିପରି ପ୍ରସ୍ତୁତ କରିବେ ଓ ଏହା ସ୍ୱାସ୍ଥ୍ୟ ପାଇଁ କି ଉପକାର କରିଥାଏ
ପ୍ରସ୍ତୁତି ପ୍ରଣାଳୀ –
ଗ୍ୟାସରେ ମଧ୍ୟମ ଆଞ୍ଚରେ ଏକ ପାତ୍ର ବସାଇ ୨ କପ ପାଣି ଦିଅନ୍ତୁ। ଏହାପରେ କଦଳୀକୁ ଚୋପା ସହ ଖଣ୍ଡ ଖଣ୍ଡ କରି କାଟି ୧୫ ମିନିଟ ସିଝାନ୍ତୁ। ସିଝାଇବା ପରେ କଦଳୀକୁ କାଢି ସେ ପାଣିକୁ ଏକ କପକୁ କାଢନ୍ତୁ। ଏବେ ଏଥିରେ କିଛି ଡ଼ାଲଚିନି ଗୁଣ୍ଡ, କିଛି ମହୁ ମିଶାଇ ଗୋଳାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା କଦଳୀ ଚା’।
ସ୍ୱାସ୍ଥ୍ୟ ପାଇଁ ଏହାର ଉପକାରିତା –
ଦିନଯାକ ପରିଶ୍ରମ କରିବା ପରେ ରାତିରେ ଶୋଇବା ପୂର୍ବରୁ ଏହାକୁ ପିଇଲେ ସମସ୍ତ ଥକ୍କାପଣ ଦୂର ହେବା ସହ ଭଲ ନିଦ ହୋଇଥାଏ।
ହୃଦୟ ସହ ଜଡ଼ିତ ସମସ୍ତ ରୋଗରୁ ରକ୍ଷା ମିଳିଥାଏ।
ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ।
ହାଡ଼ ଶକ୍ତ ହୋଇଥାଏ।
ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ମଧ୍ୟ ମିଳିଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories