www.samajalive.in
Saturday, December 6, 2025
14.1 C
Bhubaneswar

ଜାଇକା’ର ବେପରୁଆ କାମ – ଭୁଶୁଡିଲା କାନ୍ଥ, ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାରର ୪ ସଦସ୍ୟ

https://youtu.be/y9rYUqf1K6E

କଟକ ସହର ଯୋବ୍ରା ଅଂଚଳରେ ଜାଇକା ପକ୍ଷରୁ ଚାଲିଥିବା କାମ ଯୋଗୁ ଗୋଟିଏ ଘରର ଦୁଇ ବଖରା କାନ୍ଥ ଓ ବନ୍ଧରେ ଫାଟ ସୃଷ୍ଟି ହୋଇଥିବା ବେଳେ ବୁଧବାର ସନ୍ଧ୍ୟାରେ ପ୍ରଥମ ବଖରା ଘରର ଦୁଇ ପଟ କାନ୍ଥ ଭୁଶୁଡି ପଡିଛି। ସୌଭାଗ୍ୟବଶତଃ ସେଠାରେ ରହୁଥିବା ଗୋଟିଏ ପରିବାରର ୪ ଜଣ ସଦସ୍ୟ ଅଳ୍ପକେ ମୃତ୍ୟୁମୁଖରୁ ରକ୍ଷା ପାଇଯାଇଛନ୍ତି। ସମ୍ପୃକ୍ତ ସଂସ୍ଥାର ବେପରୁଆ କାର୍ଯ୍ୟ ପାଇଁ ମଙ୍ଗଳବାର ସେହି ବାସଗୃହରେ ଫାଟ ଦେଖାଦେବା ସହ ପାନୀୟ ଜଳ ପାଇପ ଫାଟି ଯିବାରୁ ଶତାଧିକ ପରିବାର ସକାଳୁ ସନ୍ଧ୍ୟା ଯାଏଁ ପାଇପ ଯୋଗେ ପାନୀୟ ଜଳ ନ ପାଇ ନାହିଁ ନଥିବା ହଇରାଣ ହୋଇଥିଲେ। ପରେ ସେହି ପାଇପ ମରାମତି କରାଯାଇ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ପୁଣି ସନ୍ଧ୍ୟାରେ ସେହି ସ୍ଥାନରେ ପାଇପ ଫାଟି ଯାଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଅନଭିଜ୍ଞ କଣ୍ଟ୍ରାକ୍ଟର ଦ୍ୱାରା କାମ ହେଉଥିବାରୁ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଛି କିନ୍ତୁ ଉପରିସ୍ଥ ଅଧିକାରୀ ସବୁ ଜାଣି ସବୁ ଦେଖି ମଧ୍ୟ ନିରବ ରହୁଛନ୍ତି।

- Advertisement -

ପ୍ରାୟ ଶତାଧିକ ପରିବାର ପାଇପ ଜଳ ଉପରେ ନିର୍ଭର କରୁଥିବାରୁ ପୁଣି ଜଳ ଯୋଗାଣ ନେଇ ସମସ୍ୟା ସୃଷ୍ଟି ହେବା ଆଶଙ୍କା ରହିଛି। ପୂର୍ବରୁ ମଧ୍ୟ ସେହିଠାରେ ଜାଇକା କାମ ଯୋଗୁ ସମ୍ପୃକ୍ତ ପାନୀୟ ଜଳ ପାଇପ ଅନେକ ଥର ଫାଟି ଯିବାରୁ ଅସୁବିଧା ସୃଷ୍ଟି ହୋଇଥିଲା। ସେଠାରେ କାମ କରୁଥିବା ଜାଇକା କର୍ମଚାରୀମାନେ ଏ ସମ୍ପର୍କରେ ମୁହଁ ଖୋଲୁ ନାହାନ୍ତି। ଅନ୍ୟ ପକ୍ଷରେ ସିଏମସି ଓ ଜଳ ଯୋଗାଣ ବିଭାଗ ପକ୍ଷରୁ ଲୋକମାନଙ୍କୁ ଟ୍ୟାଙ୍କର ଯୋଗେ ଜଳ ଯୋଗାଇବା ବ୍ୟବସ୍ଥା ମଧ୍ୟ କରାଯାଇନାହିଁ।

ଜାଇକା ପକ୍ଷରୁ ସେହି ଗୋଟିଏ ସ୍ଥାନରେ ଏଥରକୁ ମିଶାଇ ୫ରୁ ଅଧିକ ଥର ଖୋଳାଯାଇ କାମ ହେଉଥିବାରୁ ଓ ନିକଟସ୍ଥ ଘରକୁ ସୁରକ୍ଷା ଦେବା ପାଇଁ କୌଣସି ପଦକ୍ଷେପ ନିଆଯାଇନଥିବାରୁ ସମ୍ପୃକ୍ତ ଘର କାନ୍ଥ ଭୁଶୁଡି ପଡିଥିବା ଜଣାପଡିଛି। ଏ ନେଇ ତୁରନ୍ତ ପଦକ୍ଷେପ ନେବା ସହ ଭୁଶୁଡି ପଡିଥିବା ଘର ପାଇଁ କ୍ଷତିପୂରଣ ଦେବାକୁ ଦାବି ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories