www.samajalive.in
Sunday, December 7, 2025
14.1 C
Bhubaneswar

ମେଧା ଅନ୍ୱେଷଣ ପ୍ରତିଯୋଗିତା

ଝୁମ୍ପୁରା: ଝୁମ୍ପୁରା ବ୍ଲକ ଅସନପାଟ ସ୍ଥିତ ବିଜେଏସ୍‌‌ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ୪ର୍ଥ ଶ୍ରେଣୀଠାରୁ ଆରମ୍ଭ କରି ୧୦ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ନେଇ ଉପଖଣ୍ଡସ୍ତରୀୟ ମେଧା ଅନ୍ୱେଷଣ ପ୍ରତିଯୋଗିତା ଅସନପାଟ କ୍ଲଷ୍ଟରର ସିଆରସିସି ଗୁରୁ ଚରଣ ନାଏକଙ୍କ ପ୍ରତ୍ୟକ୍ଷ ତ୍ୱତାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି ମେଧା ଅନ୍ୱେଷଣ ପ୍ରତିଯୋଗିତାରେ ଉପଖଣ୍ଡର ବିଭିନ୍ନ ସ୍ଥାନରେ ରହିଥିବା ୪୦ରୁ ଊର୍ଦ୍ଧ୍ବ ବିଦ୍ୟାଳୟରୁ ୩୫୫ ଜଣ ମେଧାବୀ ଛାତ୍ରଛାତ୍ରୀ ଯୋଗଦାନ କରି ସାଧାରଣ ଜ୍ଞାନ ଉପରେ ଆଧାରିତ ପ୍ରତିଯୋଗିତାରେ ଭାଗ ନେଇଥିଲେ। ମେଧା ଅନ୍ୱେଷଣ ପ୍ରତିଯୋଗିତାର ପରୀକ୍ଷାକୁ ପରିଚାଳନା କରିଥିଲେ ବିଜେଏସ୍‌‌ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନବଘନ ନାଏକ, ଶିକ୍ଷକ ଲଳିତ କୁମାର ମହାନ୍ତ, ସୁମନ୍ତ କୁମାର ଭୋଇ, ଶରତ ଚନ୍ଦ୍ର ନାଏକ, ବିଶ୍ୱଜିତ ନାଏକ, ସୁମନ୍ତ କୁମାର ନାଏକ, ବିଶ୍ୱ ରଞ୍ଜନ ଭୁତିଆ, ଶିକ୍ଷୟତ୍ରୀ ସୁଜାତା ମହାନ୍ତ ପ୍ରମୁଖ। କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ଉପଖଣ୍ଡ ସମ୍ବାଦିକ ସଂଘର ସଦସ୍ୟ ତଥା ଝୁମ୍ପୁରା ବ୍ଲକର ବରିଷ୍ଠ ସାମ୍ବଦିକ ଶଶିଭୂଷଣ ସାହୁଙ୍କ ସମେତ ଗଜେନ୍ଦ୍ର ମାଝୀ, ପୁଷ୍ପକ କୁମାର ମହାନ୍ତ, ଜେଠୁରାମ ମହାକୁଡ, ହରିଶ୍ଚନ୍ଦ୍ର ମହାନ୍ତ। ଏହି ମେଧା ଅନ୍ୱେଷଣ ପ୍ରତିଯୋଗିତାରେ ଚତୁର୍ଥ ଶ୍ରେଣୀରୁ ୭୫ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିବାବେଳେ ୫ମ ଶ୍ରେଣୀରୁ ୭୮ ଜଣ ସେହିପରି ୬ଷ୍ଠ ଶ୍ରେଣୀରୁ ୩୭ ଜଣ, ୭ ମ ଶ୍ରେଣୀରୁ ୫୦ ଜଣ, ୮ମ ଶ୍ରେଣୀରୁ ୪୬ ଜଣ, ନବମ ଶ୍ରେଣୀରୁ ୪୭ ଜଣ ଏବଂ ଦଶମ ଶ୍ରେଣୀରୁ ୨୨ ଜଣ ଛାତ୍ରଛାତ୍ରୀ ମେଧା ଅନ୍ୱେଷଣ ପ୍ରତିଯୋଗିତାରେ ଭାଗ ନେଇଥିଲେ। ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଛନ୍ତି ଦଶମ ଶ୍ରେଣୀର ଛାତ୍ର ତୁଷାର କୁମାର ମହାନ୍ତ, ପ୍ରଜ୍ଞାପରମିତା ମହାନ୍ତ, ସୁମନ୍ତ କୁମାର ବାରିକ, ନବମ ଶ୍ରେଣୀରୁ କେତକୀ ମହାନ୍ତ, ରାଜା ବେହେରା, ସୌମ୍ୟରଞ୍ଜନ ପ୍ରଧାନ, ଅଷ୍ଟମ ଶ୍ରେଣୀରୁ ଭକ୍ତି ପ୍ରିୟା ପ୍ରଧାନ, ଏପ୍ରିଲି ନାଏକ, ଅମ୍ରିତା ବାରିକ, ସପ୍ତମ ଶ୍ରେଣୀରୁ ମୌକ୍ତିକା ମହାନ୍ତ, ସ୍ମିତାଞ୍ଜଳି କୁଙ୍କେଲ, ରାଜ ରାଜେଶ୍ୱରୀ ମହାନ୍ତ, ଷଷ୍ଠ ଶ୍ରେଣୀରୁ ସମୀର ରଞ୍ଜନ ପ୍ରଧାନ, ରଞ୍ଜିତା ମହାନ୍ତ, ଶୁଭସ୍ମିତା ମହାକୁଡ, ୫ମ ଶ୍ରେଣୀରୁ ଯାଜ୍ଞସେନୀ ମହାନ୍ତ, ଭାରତୀ ବାରିକ, ସୁପ୍ରିୟା ମହାନ୍ତ ସେହିପରି ଚତୁର୍ଥ ଶ୍ରେଣୀରୁ ଚୁମକି ରାଣୀ ମହାକୁଡ, ଆଶୁତୋଷ ଗିରି, ଲିପ୍ସା ମହାକୁଡ ପ୍ରମୁଖ କୃତିତ୍ୱ ଅର୍ଜନ କରିଛନ୍ତି। ମେଧା ଅନ୍ୱେଷଣ ପ୍ରତିଯୋଗିତାରେ କୃତିତ୍ୱ ଲାଭ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସ୍ୱାଧୀନତା ଦିବସ ଅବସରରେ ବିଜେଏସ୍‌‌ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆଠାରେ ପୁରସ୍କାର ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି ବୋଲି ଆୟୋଜକ କମିଟି ତରଫରୁ ସୂଚନା ପ୍ରଦାନ କରାଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories