ଗ୍ୟାସ ଟ୍ୟାଙ୍କି ଫାଟି ମହିଳାଙ୍କ ମୃତ୍ୟୁ
ଝୁମ୍ପୁରା : ଝୁମ୍ପୁରା ଗ୍ରାମର ଜଣେ ମହିଳା ରୋଷେଇ କରୁଥିବା ସମୟରେ ଗ୍ୟାସ ଟ୍ୟାଙ୍କି ଫାଟି ଯିବାରୁ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଝୁମ୍ପୁରା ଗ୍ରାମର ନିମଳ ରାମଙ୍କ ସ୍ତ୍ରୀ ପୁନମ୍ ଲୋହାନି ବୁଧବାର ଦିନ ସକାଳୁ ରୋଷେଇ କରୁଥିବା ସମୟରେ କୌଣସି କାରଣରୁ ଗ୍ୟାସ ଚୂଲାରୁ ନିଆଁ ବାହାରି ଟ୍ୟାଙ୍କିରେ ଲାଗି ଯାଇଥିଲା ଏବଂ ଗ୍ୟାସ ସିଲିଣ୍ଡର ଫାଟି ଯାଇ ମହିଳାଙ୍କ ଉପରେ ନିଆଁ ଲାଗି ଯାଇଥିଲା। ପରିବାର ଲୋକ ଉଦ୍ଧାର କରି ସଙ୍ଗେ ସଙ୍ଗେ ଝୁମ୍ପୁରା ଡାକ୍ତରଖାନାକୁ ଚିକିତ୍ସା କରିବା ପାଇଁ ନେଇଥିଲେ, ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Comments are closed.