www.samajalive.in
Saturday, December 6, 2025
26.1 C
Bhubaneswar

ଗଞ୍ଜେଇ ଚାଷ କଟାକୁ ବନ୍ଦ କରିବା ଦାବିରେ ଲାଗିଲା ମାଓ ବ୍ୟାନର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଳାପଡା ପଞ୍ଚାୟତ ବଇରକୁମ୍ପା ହାଇସ୍କୁଲ ନିକଟରେ ଲାଗିଲା ମାଓ ବ୍ୟାନର। କିଛି ଦିନର ନୀରବତା ପରେ ବ୍ୟାନର ଲଗାଇ ନିଜର ସ୍ଥିତି ଜାହିର କଲେ ମାଓବାଦୀ। ସେପଟେ ଏହି କେଳାପଡା ଅଂଚଳରେ ପ୍ରଥମ ଥର ଏମିତି ମାଓ ବ୍ୟାନର ଲାଗିଥିବା ଦେଖିବା ପରେ ସ୍ଥାନୀୟ ଅଂଚଳରେ ଏକ ପ୍ରକାର ଭୟର ବାତାବରଣ ଦେଖିବାକୁ ମିଳିଛି। ତେବେ ଗତ କିଛିଦିନ ହେଲା ରାଜ୍ୟ ପୁଲିସ ମୁଖିଆଙ୍କ ନିର୍ଦେଶ କ୍ରମେ କନ୍ଧମାଳ ଜିଲ୍ଲା ପୁଲିସ ବେଆଇନ ଗଂଜେଇ ଚାଷ ନଷ୍ଟ ଅଭିଯାନ ଆରମ୍ଭ କରିଥିବା ବେଳେ ପ୍ରଥମେ ପୁଲିସ ଏହି ଫିରିଙ୍ଗିଆ ବ୍ଲକରୁ ଏହି ଅଭିଯାନ ଆରମ୍ଭ କରିଥିଲା। ଲାଗିଥିବା ମାଓ ବ୍ୟାନରରେ ଏହି ଗଂଜେଇ ଗଛ କଟାକୁ ବନ୍ଦ କରିବା ପାଇଁ ଉଲ୍ଲେଖ ରହିଥିବା ବେଳେ ଗତ କିଛିଦିନ ତଳେ ପୁଲିସ ଗଂଜେଇ ଚାଲାଣ କରୁଥିବା ନେଇ ଅଭିଯୋଗ ହେବା ପରେ ଅଂଚଳର ଜନସାଧାରଣ ଫିରିଙ୍ଗିଆ ଥାନାକୁ ପୋଡି ଦେଇଥିଲେ। ଏହି ଘଟଣାରେ ନିଲମ୍ବିତ ହୋଇଥିବା ତତ୍କାଳୀନ ଥାନା ଅଧିକାରୀଙ୍କୁ ଗିରଫ କରିବା ନେଇ ବ୍ୟାନରରେ ଉଲ୍ଲେଖ ରହିଛି। ତେବେ ବୁଧବାର ସକାଳୁ ମାସରୀପଡା ନୂଆପଦର ମୁଖ୍ୟ ରାସ୍ତାର ବଇରୀକୁମ୍ପା ହାଇସ୍କୁଲ ନିକଟରେ ରାସ୍ତାକଡ଼ରେ ଥିବା ଏକ ଆମ୍ବ ଗଛରେ ଏହି ପୋଷ୍ଟର ଲାଗି ଥିବା ଦେଖିବାକୁ ମିଳିଛି ଏବଂ ବ୍ୟାନରର ଶେଷରେ ସିପିଆଇ ମାଓବାଦୀ କନ୍ଧମାଳ ଲେଖାଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଗଂଜେଇ କଟା ଆରମ୍ଭ ହେବା ପରେ କିଛି ଗଂଜେଇ ମାଫିଆ ମାଓବାଦୀଙ୍କ ନାଁ ନେଇ ଏହି ପୋଷ୍ଟର ଲଗାଇଥିବା ପୁଲିସ କହିଥିବା ବେଳେ ବ୍ୟାନରକୁ ନେଇ ଜନସାଧାରଣ ଭୟଭୀତ ନହେବା ପାଇଁ ଫିରିଙ୍ଗିଆ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ଅନୁରୋଧ କରିଛନ୍ତି ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories