www.samajalive.in
Sunday, December 14, 2025
26.1 C
Bhubaneswar

୫-ଟି ସ୍କୁଲର ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଗ୍ରାମ୍ୟ ଉନ୍ନୟନ ଅଧିକାରୀ

ଝୁମ୍ପୁରା: ଝୁମ୍ପୁରା ବ୍ଲକର ନିଶ୍ଚିନ୍ତପୁରଠାରେ ରହିଥିବା ଅସୁଳେଶ୍ୱର ଉଚ୍ଚ ବିଦ୍ୟାଳୟରେ ହେଉଥିବା ଉନ୍ନୟନ କାର୍ଯ୍ୟଗୁଡିକ କିପରି ଚାଲଛିି ଗୁରୁବାର ତାର ଟିକିନିଖି ତଦାରଖ କରିଛନ୍ତି ଜିଲା ଗ୍ରାମ୍ୟ ଉନ୍ନୟନ ଅଧିକାରୀ। ଚଳିତ ବର୍ଷ ନିଶ୍ଚିନ୍ତପୁର ଉଚ୍ଚ ବିଦ୍ୟାଳୟକୁ ସରକାର ତରଫରୁ ୫-ଟିରେ ସାମିଲ କରି ସ୍କୁଲର ଉନ୍ନତିକରଣ କାର୍ଯ୍ୟ ବର୍ତ୍ତମାନ ଚାଲୁ ରହିଛି। ଉନ୍ନୟନ କାର୍ଯ୍ୟଗୁଡିକ ସଠିକ ଭାବରେ ନିର୍ମାଣ କରାଯାଉଛି କି ନାହିଁ, ତା’ସହିତ ହେଉଥିବା କାମଗୁଡିକ ଠିକ୍‌‌ ଭାବରେ ନିର୍ମାଣ କରାଯାଉଛି କି ନାହିଁ, କାମଗୁଡିକ ସଠିକ୍‌‌ ଭାବରେ ନିର୍ମାଣ କରିବା ଦିଗରେ ବିଶେଷ ଭାବରେ ଧ୍ୟାନ ଦେବାକୁ ପିଡି ବିଷୁପ୍ରସାଦ ଆଚାର୍ଯ୍ୟ ବ୍ଲକ ପ୍ରଶାସନକୁ ପରାମର୍ଶ ଦେବା ସହିତ ବିଭାଗ ତରଫରୁ ଧାର୍ଯ୍ୟ କରିଥିବା ସମୟ ସୀମା ମଧ୍ୟରେ ସମସ୍ତ କାର୍ଯ୍ୟ ଶେଷ କରିବା ପାଇଁ ଦାୟିତ୍ୱରେ ରହିଥିବା ସହକାରୀ ଯନ୍ତ୍ରୀ ସମେତ ଅନ୍ୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ବିଶେଷ କରି ବିଦ୍ୟାଳୟ ପରିସର ମଧ୍ୟରେ ନିର୍ମାଣ ହେଉଥିବା ବାଳିକାମାନଙ୍କ ନିମନ୍ତେ ଖେଳ ପଡ଼ିଆକୁ ସୁନ୍ଦର ଭାବରେ ନିର୍ମାଣ କରିବା ସହିତ ବିଦ୍ୟାଳୟରେ ଚାରିପାଖରେ ଲାଗୁଥିବା ଫୁଲ ଗଛଗୁଡିକର ସେବା ଯତ୍ନ ନେବା ସହିତ ଉନ୍ନତ ମାନର ରଙ୍ଗ ଦେବାକୁ ପରାମର୍ଶ ଦେଇଥିବା ଦେଖିବାକୁ ମିଳିଥିଲା। ସେହପରି ପାଇଖାନାଗୁଡିକ ସବୁ ଦିନ ସୁନ୍ଦର ଭାବରେ ବ୍ୟବହାର ହୋଇପାରିବ ସେହି ଢାଞ୍ଚାରେ ନିର୍ମାଣ କରିବା ସହିତ ପାନୀୟ ଜଳର ସୁବିଧାରରେ ଯେପରୀ ଅସୁବିଧା ନହେବ ସେଥିପାଇଁ ବିଶେଷ ଭାବରେ ଧ୍ୟାନ ଦେବାକୁ ବ୍ଲକ ପ୍ରଶାସନକୁ ପରାମର୍ଶ ଦେଇଥିଲେ। ପିଡି ଶ୍ରୀ ଆଚାର୍ଯ୍ୟ କାମ ତଦାରଖ କରିବା ସମୟରେ ଉପସ୍ଥିତ ରହିଥିଲେ ବିଡିଓ ବିଚିତ୍ର କୁମାର କର, ସହକାରୀ ଯନ୍ତ୍ରୀ ସ୍ୱାଗତିକା ଦାସ, ବୈଷୟିକ ସହାୟକ ପ୍ରଦୀପ କୁମାର ପଟ୍ଟନାୟକ, କନିଷ୍ଠ ଯନ୍ତ୍ରୀ ମୃନ୍ମମୟ ରାଉତରାୟ, ପିଇଓ ଶୁଭଦର୍ଶି କର, ସରପଞ୍ଚ ପୁଷ୍ପାଞ୍ଜଳି ମୁଣ୍ଡାଙ୍କ ସମେତ ବ୍ଲକର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories