ଭୁବନେଶ୍ବର: ସାରା ରାଜ୍ୟରେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନରେ ଡ୍ରାଇଭରମାନେ ସାମିଲ ହୋଇଛି। ଆଜି ପୁଲିସ ପକ୍ଷରୁ ବାଲେଶ୍ବରରେ ୧୦୦ରୁ ଅଧିକ ଆନ୍ଦୋଳନରତ ଡ୍ରାଇଭରଙ୍କୁ ଗିରଫ କରିଛି। ବିଭିନ୍ନ ଛକରେ ରାସ୍ତାରୋକ କରିଥିବା ଡ୍ରାଇଭରଙ୍କୁ ପୁଲିସ ଗିରଫ କରିଥିବା ସୂଚନା ମିଳିଛି। ସେଥିମଧ୍ୟରୁ କେବଳ ସୋର ବରଫ କଳ ଛକରୁ ୪୦ଜଣ ଡ୍ରାଇଭରଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି।
ଅରପକ୍ଷରେ ଡ୍ରାଇଭରଙ୍କ ବିଭିନ୍ନ ସମସ୍ୟା ଓ ଦାବୀ ସମ୍ପର୍କରେ ଅବଗତ ହେବା ପାଇଁ ତମାଣ୍ଡୋରେ ଆନ୍ଦୋଳନରତ ଡ୍ରାଇଭରଙ୍କୁ ବିଜେପି ବିଧାୟକ ଭେଟିଛନ୍ତି। ବିଜେତି ବିଧାୟକ ନାଉରୀ ନାଏକ ଓ ମୁକେଶ ମହାଲିଙ୍ଗଙ୍କ ସମେତ ତାଙ୍କ ସହିତ ଯାଇଥିବା ଏକ ସ୍ବତନ୍ତ୍ର ଦଳ ଆନ୍ଦୋଳନରତ ଡ୍ରାଇଭରମାନଙ୍କୁ ଭେଟିଥିଲେ ଏବଂ ସେମାନଙ୍କ ସହ ଆଲୋଚନା କରିଥିଲେ।



