ଭୋଟ ବର୍ଜନ କଲେ ବଳଭନ୍ଦ୍ରପୁର ଗ୍ରାମବାସୀ

ଝୁମ୍ପୁରା: ଝୁମ୍ପୁରା ବ୍ଲକ ନାରଦପୁର ପଞ୍ଚାୟତର ବଳଭନ୍ଦ୍ରପୁର ଗ୍ରାମବାସୀ ମୌଳକ ସୁବିଧାରୁ ବଞ୍ଚିତ ହୋଇ ରହିଥିବାରୁ ଆଜି ଅନୁଷ୍ଠିତ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିଥିବା ଦେଖିବାକୁ ମିଳିଛି। ଏହି ଗ୍ରାମର ୬ ନମ୍ବର ୱାର୍ଡରେ ବର୍ତ୍ତମାନ ୪୨୪ ଭୋଟର ରହିଛନ୍ତି ,ସେହିପରି ୭ ନମ୍ବର ୱାର୍ଡରେ ୩୮୩ ଭୋଟର ଏବଂ ୮ ନମ୍ବର ୱାର୍ଡରେ ୨୪୭ ଜଣ ଭୋଟର ରହିଛନ୍ତି। ଗ୍ରାମରେ ରହିଥିବା ବିଭିନ୍ନ ସମସ୍ୟାକୁ ଦୂର କରିବା ପାଇଁ ଗ୍ରାମବାସୀ ପ୍ରଶାସନକୁ ବାରମ୍ବାର ଅବଗତି କରିଆସୁଥିଲେ ମଧ୍ୟ ପ୍ରଶାସନର ଅଧିକାରୀ ମାନେ ଗ୍ରାମର ସମସ୍ୟା ଗୁଡିକ ସମାଧାନ କରିବା ଦିଗରେ ଗୁରୁତ୍ୱ ଦେଉ ନଥିବାରୁ ଗତ ଜାନୁଆରୀ ୨୬ ତାରିଖ ଦିନ ୫ ଦଫା ଦାବି ନେଇ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବର୍ଜନ କରିବା ପାଇଁ ଗ୍ରାମବାସୀ ବ୍ଲକ ଠାରୁ ଆରମ୍ଭ କରି ଜିଲାସ୍ତରରେ ରହିଥିବା ଅଧିକାରୀ ପର୍ଯ୍ୟନ୍ତ ଲିଖିତ ଅଭିଯୋଗ କରିଥିଲେ। ପ୍ରଶାସନ ପାଖରେ ଅଭିଯୋଗ ହେବା ପରେ ପ୍ରଶାସନର ଅଧିକାରୀ ବିଡିଓ,ଚମ୍ପୁଆ ଉପ ଜିଲାପାଳ ଉକ୍ତ ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ । ପ୍ରଶାସନ ନିର୍ବାଚନ ସରିବା ପରେ ଦାବି ପୂରଣ କରାଯିବ ବୋଲି ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଥିଲେ କିନ୍ତୁ ଗ୍ରାମବାସୀ ମାନେ ନିର୍ବାଚନ ପୂର୍ବରୁ ଦାବି ପୂରଣ ପାଇଁ ଦାବି କରିଥିଲେ। ପ୍ରଶାସନ ପକ୍ଷରୁ କୌଣସି ଦାବି ପୂରଣ କରିନଥିବାରୁ ବଳଭନ୍ଦ୍ରପୁର ଗ୍ରାମବାସୀ ଆଜି ଅନୁଷ୍ଠିତ ହୋଇଥିବା ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିଥିବା ଦେଖିବାକୁ ମିଳିଛି।

 

prayash

ଭୋଟର ତାଲିକାରେ ନାମ ନଥିବାରୁ ୭୨ ଜଣ ଭୋଟ ଦେବାରୁ ବଞ୍ଚିତ
ଝୁମ୍ପୁରା ବ୍ଲକ ଟୁକୁଡିହା ପଞ୍ଚାୟତର ୪ ନମ୍ବର ୱାର୍ଡ ମନୋହରପୁର ଗ୍ରାମର ୭୨ ଜଣ ଭୋଟର ଭୋଟ ଦେବାରୁ ବଞ୍ଚିତ ହୋଇଥିବା ସମ୍ପର୍କରେ ଅଭିଯୋଗ କରିଛନ୍ତି। ଏହି ଗ୍ରାମର ଭୋଟର ମାନେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ରସବନ୍ତଳା ଠାରେ ଅନୁଷ୍ଠିତ ହୋଇଥିବା ମତଦାନ କେନ୍ଦ୍ରକୁ ଭୋଟ ଦେବାକୁ ଯାଇଥିଲେ କିନ୍ତୁ ମନୋହାରପୁର ଗ୍ରାମର ୭୨ ଜଣ ଭୋଟରଙ୍କ ନାମ ଭୋଟର ତାଲିକାରେ ନଥିବାରୁ ମତଦାନ କରିବା ପାଇଁ ଆସିଥିବା ଅଧିକାରୀ ମାନେ ଉକ୍ତ ଭୋଟର ମାନଙ୍କୁ ମତଦାନ କରିବା ପାଇଁ ଅନୁମତି ପ୍ରଦାନ କରିନଥିଲେ।

kalyan agarbati

Comments are closed.