www.samajalive.in
Sunday, December 7, 2025
14.1 C
Bhubaneswar

‘ନୀତି ଆୟୋଗଙ୍କ ବିତ୍ତୀୟ ସ୍ୱାସ୍ଥ୍ୟସୂଚୀରେ ଓଡ଼ିଶା ପ୍ରଥମ’

ଭୁବନେଶ୍ବର : ନୀତି ଆୟୋଗଙ୍କ ଦ୍ୱାରା ପ୍ରକାଶିତ ୨୦୨୫ର ବିତ୍ତୀୟ ସ୍ୱାସ୍ଥ୍ୟସୂଚୀରେ ଓଡ଼ିଶା ଦେଶର ସମସ୍ତ ରାଜ୍ୟକୁ ପଛରେ ପକାଇ ଶୀର୍ଷ ସ୍ଥାନରେ ରହିଛି ବୋଲି ଶଙ୍ଖଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ଡ. ସଂତୃପ୍ତ ମିଶ୍ର କହିଛନ୍ତି। ସେ କହିଥିଲେ ଯେ ବିଜେପିର ନେତା ଓ ମନ୍ତ୍ରୀଙ୍କ ଦ୍ୱାରା ବାରମ୍ବାର ନବୀନଙ୍କ ଶାସନ କାଳରେ କିଛି ହୋଇନାହିଁ ବୋଲି କରୁଥିବା ପ୍ରଚାର ଆଜି କେନ୍ଦ୍ର ସରକାରଙ୍କ ନୀତି ଆୟୋଗର ଏହି ରିପୋର୍ଟରେ ଭୁଲ୍‌ ପ୍ରମାଣିତ ହୋଇଛି। ଏହି ରିପୋର୍ଟକୁ ନେଇ ବିଜୁ ଜନତା ଦଳ ବିଜେପିକୁ ଘେରିଛି। ସାମ୍ବାଦିକ ସମ୍ମିଳନୀରେ ଡ.ମିଶ୍ର କହିଥିଲେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଏହି ସୂଚୀ ଜାରି କରାଯାଇଛି। ଏହି ସୂଚୀରେ ଓଡ଼ିଶା ପ୍ରଥମ ସ୍ଥାନ ହାସଲ କରି ଆଚିଭର ବର୍ଗରେ ରହିଛି। ନୀତି ଆୟୋଗର ଏହି ରିପୋର୍ଟ ଅନୁଯାୟୀ, ୨୦୧୪-୧୫ରୁ ୨୦୨୧-୨୨ ପର୍ଯ୍ୟନ୍ତ ଲଗାତାର ଭାବେ ଓଡ଼ିଶା ପ୍ରଥମ ସ୍ଥାନ ହାସଲ କରି ଆସୁଛି। ଦୀର୍ଘ ସମୟ ଧରି ବିତ୍ତୀୟ ଶୃଙ୍ଖଳା ପ୍ରଦର୍ଶନ କରିବାରେ ଓଡ଼ିଶା ଉଦାହରଣ ସୃଷ୍ଟି କରିଛି। ନୀତି ଆୟୋଗଙ୍କ ଏହି ରିପୋର୍ଟ ଅନୁଯାୟୀ ସାମଗ୍ରିକ ୬୭.୮ପଏଣ୍ଟ ପାଇ ଓଡ଼ିଶା ପ୍ରଥମ ସ୍ଥାନରେ ରହିଥିବାବେଳେ ୫୫.୨ ପଏଣ୍ଟ ପାଇ ଛତିଶଗଡ଼ ଦ୍ୱିତୀୟ ଓ ୫୩.୬ ପଏଣ୍ଟ ପାଇ ଗୋଆ ତୃତୀୟ ସ୍ଥାନରେ ରହିଛି। ପ୍ରଥମ ସ୍ଥାନରେ ଥିବା ଓଡ଼ିଶା ଦ୍ୱିତୀୟ ସ୍ଥାନରେ ଥିବା ଛତିଶଗଡ଼ଠାରୁ ୧୨ ପଏଣ୍ଟ ବୃହତ୍ ବ୍ୟବଧାନରେ ରହିଛି। ନବୀନଙ୍କ ଦୂରଦର୍ଶୀ ନେତୃତ୍ୱ ଯୋଗୁଁ ଓଡ଼ିଶାକୁ ନୀତି ଆୟୋଗ ଭଳି କେନ୍ଦ୍ରୀୟ ସଂସ୍ଥାରୁ ପ୍ରଶଂସା ମିଳୁଛି। ଆଜିର ଏହି ଉପଲବ୍ଧିକୁ ଓଡ଼ିଶାବାସୀଙ୍କ ସମ୍ମୁଖରେ ବିଜେପି ସ୍ବୀକାର କରିବାର ଆବଶ୍ୟକତା ଅଛି ବୋଲି ଡ.ମିଶ୍ର କହିଥିଲେ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories