www.samajalive.in
Saturday, December 13, 2025
27.1 C
Bhubaneswar

ଗୁଣ୍ଡୁଣିଆଁରେ ବିଜୁ ଜନତାଦଳର ପଞ୍ଚାୟତସ୍ତରୀୟ ସାଂଗଠନିକ ବୈଠକ

ଝୁମ୍ପୁରା: ଝୁମ୍ପୁରା ବ୍ଲକ ଗୁଣ୍ଡୁଣିଆଁ ଖେଳ ପଡିଆ ଠାରେ ବିଜୁ ଜନତା ଦଳର ପଞ୍ଚାୟତସ୍ତରୀୟ ସାଂଗଠନିକ ବୈଠକ ଶୁକ୍ରବାର ଦିନ ପଞ୍ଚାୟତ ସଭାପତି ବୁଧୁରାମ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ସାଂଗଠନିକ ବୈଠକରେ ଝୁମ୍ପୁରା ବ୍ଲକ ବିଜୁ ଯୁବ ଜନତାଦଳର ସଭାପତି ହରିଭକ୍ତ କୁନା ଗିରି, ଉଖୁଣ୍ଡା ସମିତି ସଭ୍ୟ ରାଧାକାନ୍ତ ନାଏକ, ବାରିଆ ସମିତି ସଭ୍ୟ ଶିବଚରଣ ପ୍ରଧାନ, ଗୁଣ୍ଡୁରିଆଁ ସମିତି ସଭ୍ୟ ମାଣିକରାମ ମହାନ୍ତ, ସୁଶାନ୍ତ କୁମାର ପ୍ରଧାନ, ଯଦୁମଣି ବାରିକ ପ୍ରମୁଖ ଯୋଗଦାନ କରିଥିଲେ। ଏହି ପଞ୍ଚାୟତସ୍ତରୀୟ ସାଂଗଠନିକ ବୈଠକରେ ଯୋଗଦାନ କରିଥିବା କର୍ମକର୍ତ୍ତା ମାନେ କହିଲେ ବର୍ତ୍ତମାନ ରାଜ୍ୟ ସରକାର ଗ୍ରାମାଞ୍ଚଳରେ ରହିଥିବା ସ୍ୱୟଂସହାୟକ ଗୋଷ୍ଠି ମାନଙ୍କୁ ଆତ୍ମ ନିର୍ଭରଶୀଳ କରିବା ନିମନ୍ତେ ବିଭିନ୍ନ ଯୋଜନା କରିଛନ୍ତି।

ସରକାର ସ୍ୱୟଂ ସହାୟକ ଗୋଷ୍ଠିର ମହିଳାମାନଙ୍କୁ ୧ ଟଙ୍କା ସୁଧରେ ବ୍ୟାଙ୍କରୁ ଋଣ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି। ତା ସହିତ ଗୋଷ୍ଠିର ସଦସ୍ୟାମାନଙ୍କୁ ପନିପରିବା ଚାଷ ଠାରୁ ଆରମ୍ଭକରି ଛେଳିଚାଷ, କୁକୁଡା ଚାଷ, ମତ୍ସ୍ୟଚାଷ, ମହିଳାମାନଙ୍କୁ ଅଧିକ ସୁଦୃଢ କରିବା ନିମନ୍ତେ ଉତ୍ପାଦିକା ଗୋଷ୍ଠି ଗଠନ କରି ସମୂହ ଭାବରେ ତାଙ୍କୁ ବିଭିନ୍ନ ପ୍ରକାର ସୁବିଧା ଯୋଗାଇ ଦେଇଛନ୍ତି। ମହିଳାମାନଙ୍କ ନିମନ୍ତେ ସ୍ୱତନ୍ତ ଭାବରେ ସ୍ମାର୍ଟ କାର୍ଡର ବ୍ୟବସ୍ଥା କରିଛନ୍ତି। ସରକାର କରିଥିବା ଯୋଜନାରେ ଗ୍ରାମାଞ୍ଚଳର ଗରିବ ଲୋକମାନଙ୍କୁ ସରକାରଙ୍କ ଯୋଜନା ସମ୍ପର୍କରେ ଅବଗତ କରିବା ସହିତ ଯେଉଁ ବ୍ୟକ୍ତି ସରକାରୀ ଯୋଜନାରୁ ବଞ୍ଚିତ ହୋଇଛନ୍ତି ସେମାନଙ୍କୁ ତୁରନ୍ତ ସରକାର କରିଥିବା ଯୋଜନାରେ ସାମିଲ କରିବା ଦିଗରେ ବିଜୁ ଜନତା ଦଳର କର୍ମୀମାନେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।

- Advertisement -

ଆଗାମୀ ଦିନରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳର କର୍ମୀମାନେ ମତଭେଦ ନରଖି ନିଷ୍ଠାର ସହିତ କାର୍ଯ୍ୟକଲେ ମୁଖ୍ୟମନ୍ତ୍ରୀ ହାତମୁଠା ଅଧିକ ସୁଦୃଢ ହୋଇ ପାରିବ ବୋଲି କହିଲେ। ଏହି ପଞ୍ଚାୟତସସ୍ତରୀୟ ସାଂଗଠିକ ବୈଠକରେ ଯୋଗଦାନ କରିଥିବା ସଦସ୍ୟମାନେ ପଞ୍ଚାୟତରେ ବିଭିନ୍ନ ଗ୍ରାମରେ ରହିଥିବା ସମସ୍ୟା ଗୁଡିକ ଉପସ୍ଥାପନ କରିବା ସହିତ ଗ୍ରାମରେ ରହିଥିବା ସମସ୍ୟାଗୁଡିକ ଯଥାଶିଘ୍ର ସମାଧାନ କରିବା ଦିଗରେ ବିଜୁ ଜନତା ଦଳର ବ୍ଲକ ଏବଂ ଜିଲାସ୍ତରରେ ରହିଥିବା କର୍ମୀମାନେ ସ୍ୱତନ୍ତ ଧ୍ୟାନ ଦିଅନ୍ତୁ। ଏହି ସାଂଗଠନିକ ବୈଠକରେ ଶତାଧିକ ବିଜୁ ଜନତା ଦଳର ସକ୍ରିୟ କର୍ମୀ ମାନେ ଉପସ୍ଥିତ ରହି ସୁଚିନ୍ତତ ମତାମତ ରଖିଥିଲେ।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories