www.samajalive.in
Friday, December 12, 2025
27.1 C
Bhubaneswar

କଛପ ଗତିରେ ଚାଲିଛି ଝୁମ୍ପୁରା ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ

ଝୁମ୍ପୁରା: ଝୁମ୍ପୁରାଠାରେ ନୂତନ ଭାବରେ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ନୂତନ ବସଷ୍ଟାଣ୍ଡା ନିର୍ମାଣ କରୁଥିବା ଠିକା ସଂସ୍ଥା ନିର୍ଦ୍ଧାରିତ ସମୟ ମଧ୍ୟରେ କାମକୁ ଆଗେଇ ନେବା ଦିଗରେ ଆଦୌ ଗୁରୁତ୍ୱ ଦେଉ ନଥିବା ଦେଖିବାକୁ ମିଳୁଛି। ସରକାର ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରୁଛନ୍ତି ଉନ୍ନୟନ କାର୍ଯ୍ୟ କରିବା ନିମନ୍ତେ। କିନ୍ତୁ କାମ କରୁଥିବା ଠିକାଦାର ଏବଂ କାମକୁ ତଦାରଖ କରୁଥିବା ବିଭାଗୀୟ ଯନ୍ତ୍ରୀମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ କାମଗୁଡିକୁ ଆଗେଇ ନେବା ଦିଗରେ କାର୍ଯ୍ୟ କରୁଥିବା ଠିକାଦାରମାନଙ୍କୁ ତାଗିଦ କରୁନଥିବାରୁ ଉନ୍ନୟନ କାର୍ଯ୍ୟଗୁଡିକ ଠିକଣା ସମୟରେ ଶେଷ ହୋଇ ପାରୁନଥିବା ଅଭିଯୋଗ ହୋଇଛି। ଝୁମ୍ପୁରାର ନୂତନ ବସଷ୍ଟାଣ୍ଡ ପାଇଁ ନିର୍ମାଣ ହେଉଥିବା ରାସ୍ତାକୁ ମଧ୍ୟ ଶେଷ କରିବା ଦିଗରେ ଆଗ୍ରହ ପ୍ରକାଶ କରୁନଥିବା ଦେଖିବାକୁ ମିଳିଛି। ଝୁମ୍ପୁରା ବଜାରର ନୂତନ ବସଷ୍ଟାଣ୍ଡ ନିର୍ମାଣ କରିବା କାମ ଆରମ୍ଭ ହେବାର ଏକ ବର୍ଷରୁ ଅଧିକ ସମୟ ଅତିକ୍ରାନ୍ତ ହୋଇଗଲାଣି ତଥାପି ଠିକାଦାର ବସଷ୍ଟାଣ୍ଡ ନିର୍ମାଣ କରିବା ପାଇଁ ବିଭାଗ ପରଫରୁ କେତେ ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି ସେ ସମ୍ପର୍କରେ ଜନସାଧାରଣଙ୍କ ଅବଗତି ନିମନ୍ତେ ସୂଚନା ଫଳକ ନିର୍ମାଣ କରାଯାଇ ନାହିଁ। ବସଷ୍ଟାଣ୍ଡ ନିର୍ମାଣ କରିବା ପାଇଁ କେତେ ଅନୁଦାନ ଆସିଛି କେଉଁ ବିଭାଗରୁ ଅର୍ଥ ଆସିଛି, କେତେଟଙ୍କା ଆସିଛି, କେଉଁ ଅଧିକାରୀ କାର୍ଯ୍ୟଟିକୁ ତଦାରଖ କରୁଛନ୍ତି ସେ ସମ୍ପର୍କରେ କୌଣସି ତଥ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟସ୍ଥଳରେ ଉଲ୍ଲେଖ ହୋଇପାରିଲା ନାହିଁ। ଝୁମ୍ପୁରା ବସଷ୍ଟାଣ୍ଡ ନିର୍ମାଣ ଅତି ମନ୍ଥର ଗତିରେ ଚାଲିଥିବାରୁ ଏହା କେବେ ସଂପୂର୍ଣ୍ଣ ହେବ ସେନେଇ ଅନିଶ୍ଚିତତା ଦେଖା ଦେଇଛି। ଝୁମ୍ପୁରା ବସଷ୍ଟାଣ ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରିବା ଦିଗରେ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ସ୍ୱତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories