www.samajalive.in
Thursday, December 11, 2025
14.1 C
Bhubaneswar

୧୫ରେ ଜିଲାପାଳ କାର୍ଯ୍ୟାଳୟ ଘେରିବ ବିଜେପି

ସମ୍ବଲପୁର: ୨୦୨୪ ନିର୍ବାଚନ ପାଇଁ ରାଜନୈତିକ ଦଳଗୁଡିକ ନିଜର ପ୍ରାକ ପ୍ରସ୍ତୁତି ଓ ରଣନୀତିଗୁଡ଼ିକୁ ଚୂଡାନ୍ତ କରିବା ଆରମ୍ଭ କରିଛନ୍ତି। ଏଣୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଗାମୀ ୧୫ ତାରିଖରେ ସାରା ରାଜ୍ୟରେ ଜିଲାପାଳମାନଙ୍କ କାର୍ଯ୍ୟାଳୟ ଘେରାଉ କରି ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସଜାଡିବାକୁ ଦାବି କରିବ। ଏହି କ୍ରମରେ ସମ୍ବଲପୁରର କଚେରୀରୋଡ ସ୍ଥିତ ଜିଲା ବିଜେପି କାର୍ଯ୍ୟାଳୟରେ ଆଗାମୀ ୧୫ ତାରିଖର ବିକ୍ଷୋଭ ପ୍ରଦର୍ଶନ ପାଇଁ ଏକ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ସଭାପତି ଗିରିଶ ପଟେଲଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ବିରୋଧି ଦଳ ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ନାଉରୀ ନାୟକଙ୍କ ସମେତ ଅନେକ ପଦାଧିକାରୀ ଉପସ୍ଥିତ ରହିଥିଲେ। ସ୍ଥାନୀୟ ଆଶାପାଲି ବିଦ୍ୟାଳୟ ପାଖରୁ ଏକ ବିଶାଳ ଶୋଭାଯାତ୍ରାରେ ଆନ୍ଦୋଳନକାରୀମାନେ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଆନ୍ଦୋଳନ କରିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା।

ଏହି ଅବସରରେ ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି ଯେ, ବିଗତ ୨୩ ବର୍ଷ ଧରି ରାଜ୍ୟରେ ନିରଙ୍କୁଶ ଭାବରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଶାସନ କରୁଥିବା ସରକାର ସବୁ କ୍ଷେତ୍ରରେ ବିଫଳ। ଅର୍ଥ ବଳ, ବାହୁବଳ, ଶାସନ କଳରେ ଅର୍ଜିତ ସଂଖ୍ୟା ଗରିଷ୍ଠତାର ଗର୍ବ ଓ ଅହଙ୍କାରରେ ଜର୍ଜରିତ ରାଜ୍ୟ ସରକାରଙ୍କ କୌଣସି ବିଭାଗର କାର୍ଯ୍ୟଶୈଳୀ ସନ୍ତୋଷଜନକ ନୁହେଁ। ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ରହିଥିବା ବିଭାଗ ଗୁଡିକର କାର୍ଯ୍ୟଶୈଳୀ ମଧ୍ୟ ପ୍ରଭାବଶୂନ୍ୟ ଓ ସମ୍ପୂର୍ଣ୍ଣ ଭାବରେ ବିଫଳ। ମୁଖ୍ୟମନ୍ତ୍ରୀ ନିଜେ ରାଜ୍ୟର ଗୃହ ବିଭାଗର ଦାୟିତ୍ୱରେ ରହିଥିବା ବେଳେ ଏହି ବିଭାଗର କାରନାମ ଓ ର୍ଦୁନାମ ଜନତାଙ୍କ ମଧ୍ୟରେ ବେଶ ନିନ୍ଦିତ। ରାଜ୍ୟବାସୀଙ୍କୁ ମୌଳିକ ଅଧିକାର ଓ ମୌଳିକ ସୁବିଧା ଯୋଗାଇ ପାରୁ ନ ଥିବା, ରାଜ୍ୟବାସୀଙ୍କୁ ସୁରକ୍ଷା ଯୋଗାଇ ପାରୁ ନ ଥିବା ଏହି ସରକାର ଜନ ମଙ୍ଗଳକାରୀ ନୁହେଁ। ଏହା ଜନବିରୋଧି ଓ ଗଣତନ୍ତ୍ର ହତ୍ୟାକାରୀ ସରକାର ହୋଇଥିବାରୁ ଶାସନରେ ରହିବାର କୌଣସି ଅଧିକାର ନାହିଁ ବୋଲି ବିରୋଧି ଦଳ ନେତା ଶ୍ରୀ ମିଶ୍ର କହିଛନ୍ତି।

- Advertisement -

ବିଜେପିର ରାଜ୍ୟ ଉପ ସଭାପତି ତଥା ରେଙ୍ଗାଲି ବିଧାୟକ ନାଉରୀ ନାୟକ କହିଛନ୍ତି ଯେ, ରାଜ୍ୟରେ ଦୈନନ୍ଦିନ ଘଟୁଥିବା ଅନେକ ଘଟଣା ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ପ୍ରଦର୍ଶିତ କରୁଛି। ସ୍ପଷ୍ଟ ଦିବାଲୋକରେ ଜନଗହଳିପୂର୍ଣ୍ଣ ସ୍ଥାନରେ ରାଜ୍ୟ କ୍ୟାବିନେଟର ଏକ ପ୍ରଭାବଶାଳୀ ମନ୍ତ୍ରୀ ନବ କିଶୋର ଦାସ ଙ୍କୁ ହତ୍ୟା କରାଯିବା ଘଟଣାରେ ରାଜ୍ୟର ଗୃହ ବିଭାଗର ମୁଖା ଖୋଲି ଦେଇଛି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତ ସମ୍ପୁର୍ଣ୍ଣ ବିପର୍ଯ୍ୟସ୍ତ ହୋଇଥିବା ବେଳେ ଚୋରି, ଡକାୟତି, ରାହଜାନୀ, ନାରୀ ନିର୍ଯ୍ୟାତନା, ବଳାତ୍କାର, ଅବାଧ ନିଶା କାରବାର ଆଦି ଅପରାଧିକ ଓ ଅସମାଜିକ ଘଟଣା ଉପରେ ସମ୍ବେଦହୀନ ସରକାର ଙ୍କ ବିରୋଧରେ ଭାଜପା ରଣହୁଙ୍କାର ଦେଇଛି ବୋଲି ବିଧାୟକ ଶ୍ରୀ ନାୟକ କହିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories