www.samajalive.in
Friday, December 12, 2025
27.1 C
Bhubaneswar

ରାଜ୍ୟ ବିକାଶରେ କେନ୍ଦୁଝରର ରହିଛି ଗୁରୁତ୍ୱପୂର୍ଣ୍ଣ ଅବଦାନ; ଚାଷୀ,ମହିଳା ଓ ଯୁବସମାଜ ପ୍ରଗତିର ସାରଥୀ–ମୁଖ୍ୟମନ୍ତ୍ରୀ

କେନ୍ଦୁଝରଗଡ: କେନ୍ଦୁଝର ସହର ଉପକଣ୍ଠ କବିତ୍ରା ଠାରେ ୪୮୧କୋଟି ଟଙ୍କା ବ୍ୟୟରେ ନବନିର୍ମିିତ ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଜିଲାବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିିତ କରିଛନ୍ତି। ଦିନିକିଆ ତୋଫାନୀ ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ସୋମବାର ପୂର୍ବାହ୍ନ ସାଢ଼େ ୧୧ଟାରେ ହେଲିକେପ୍ଟର ଯୋଗେ ଆସି କେନ୍ଦୁଝର ଠାରେ ପହଞ୍ଚି ପ୍ରଥମେ ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲକୁ ଉଦ୍‍ଘାଟନ କରିବା ଅବସରରେ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିଥିଲେ। ଏହାପରେ ମେଡିକାଲ କଲେଜ ସମ୍ମୁଖ ପଡିଆରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ‘ଜୟ ମା’ ତାରିଣୀ ଏବଂ ବିପ୍ଳବୀ ଧରଣୀଧରଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ ଜିଲାର ବିକାଶ ପାଇଁ ୪୭୦୩ କୋଟି ୨୪ଲକ୍ଷ ଟଙ୍କା ବ୍ୟୟରେ ୨୫୯ଟି ପ୍ରକଳ୍ପ ଜିଲାବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିିତ କରିଥିଲେ। ଖଣିବହୁଳ କେନ୍ଦୁଝର ଜିଲା ରାଜ୍ୟ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିବା ସହ ଚାଷୀ ମହିଳା ଓ ଯୁବବର୍ଗ ଆମ ରାଜ୍ୟ ପ୍ରଗତିର ସାରଥୀ ବୋଲି କହିଥିଲେ।

କେନ୍ଦୁଝରରେ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବା ଦ୍ୱାରା କେନ୍ଦୁଝରବାସୀ ଉନ୍ନତମାନର ଚିକିତ୍ସା ସୁବିଧା ପାଇବା ସହ ଆଉ କଟକ ଭୁବନେଶ୍ୱର ଯିବାକୁ ପଡିବ ନାହିଁ ବୋଲି କହିଥିଲେ। ଧରଣୀଧର ମେଡିକାଲ କଲେଜ ଜିଲା ତଥା ରାଜ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଜିଲାବାସୀଙ୍କ ଆଶାକୁ ପୂରଣ କରିପାରିଛି ବୋଲି କହିଥିଲେ। ଆଗାମୀ ଦିନରେ ଏହି ମେଡିକାଲ କଲେଜରେ କର୍କଟରୋଗ ନିରାକରଣ କେନ୍ଦ୍ର ସହ ନର୍ସିଂ କଲେଜ ଖୁବ୍‍ ଶିଘ୍ର କାର୍ଯ୍ୟକ୍ଷମ ହେବବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମିଶନ ଶକ୍ତି ଜରିଆରେ ଜିଲାର ୧୪୩୭୨ ସ୍ୱୟଂ ସହାୟକ ଗୋଷ୍ଠୀ ଅଧିନରେ ୧ଲକ୍ଷ ୫୮ହଜାର ୬୫୫ଜଣ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ବିନା ସୁଧରେ ୩୭୮କୋଟି ଟଙ୍କା ଆର୍ଥୀକ ଋଣ ସହାୟତା ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଜିଲାରେ ଉଚ୍ଚ ଶିକ୍ଷାର ବିକାଶ ପାଇଁ ଧରଣୀଧର ବିଶ୍ୱବିଦ୍ୟାଳୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ବେଳେ ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ବିପ୍ଳବୀ ଧରଣୀଧରଙ୍କ ଫଟୋଚିତ୍ର ପ୍ରଦାନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଛାତ୍ରଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟ ଘୋଷଣାପତ୍ର ପ୍ରଦାନ କରିଥିଲେ।

- Advertisement -

ଏଥିସହ ମିଶନ ଶକ୍ତି ଅଧିନରେ ଥିବା ୨ଟି ସ୍ୱୟଂ ସହାୟିକା ଗୋଷ୍ଠୀକୁ ସୁଧମୁକ୍ତ ୨୦ଲକ୍ଷ ଟଙ୍କାର ବ୍ୟାଙ୍କ ଋଣ ପ୍ରଦାନ ଏବଂ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ୨୫ଲକ୍ଷ ୭୫୭ଟଙ୍କା ସୁଧଛାଡ ପ୍ରମାଣପତ୍ର ପ୍ରଦାନ କରିଥିଲେ। ସଭା ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ଦୁଇଜଣ ମହିଳା ହିତାଧିକାରୀଙ୍କୁ ରେଟ୍ରୋ ଫିଟେଡ୍‍ ସ୍କୁଟର ପ୍ରଦାନ କରିଥିଲେ। କେନ୍ଦୁଝର ଜିଲା ଭୂୟାଁ ସାଂସ୍କୃତିକ ସଙ୍ଗଠନ, ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟର ପୁରାତନ ଛାତ୍ରସଂସଦ ଓ ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଫଟୋଚିତ୍ର, ଉପଢ଼ୌକନ ଦେଇ ସମ୍ବର୍ଦ୍ଧିିତ କରାଯାଇଥିଲା।

ଲୋକସଭା ସଦସ୍ୟା ଇଂ ଚନ୍ଦ୍ରାଣୀ ମୁର୍ମୁ ଓ କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ କେନ୍ଦୁଝର ଜିଲାବାସୀଙ୍କ ଦୀର୍ଘବର୍ଷର ଦାବି ବୃହତ୍‍ ଇସ୍ପାତ କାରଖାନା କେନ୍ଦୁଝର ଜିଲାରେ ପ୍ରତିଷ୍ଠା କରିବା ଦାବିକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରିଥିଲେ। ଏଥିସହ କେନ୍ଦୁଝର ଜିଲା କ୍ରୀଡାକ୍ଷେତ୍ରରେ ଅଗ୍ରଣୀ ଭୂମିକା ନିଭାଇ ଆସିଥିବା କେନ୍ଦୁଝର ଷ୍ଟାଡିୟମର ପୁନଃରୁଦ୍ଧାର ଓ ଅତ୍ୟାଧୁନିକିକରଣ ପାଇଁ ୧୦୦କୋଟି ଟଙ୍କାର ବ୍ୟୟବରାଦ ସହ ଖଣିବହୁଳ କେନ୍ଦୁଝର ଜିଲାର ବାଂଶପାଳ ଓ ବସନ୍ତପୁର ଠାରେ ଦଚଇଟି ପେଲେଟ୍‍ କାରଖାନା ପ୍ରତିଷ୍ଠା ନିମନ୍ତେ ସଦର ବିଧାୟକ ଶ୍ରୀ ମାଝୀ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ତଥା ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର, ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ, ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ, ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ ପ୍ରମୁଖ ନିଜ ନିଜ ଅଭିବ୍ୟକ୍ତି ପ୍ରଦାନ କରିଥିବା ବେଳେ ଶେଷରେ ଜିଲାପରିଷଦ ସଭାପତି ସାଗରିକା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ୫-ଟି ସଚିବ ଭି.କେ.ପାଣ୍ଡିଆନ ଓ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ସୁଶ୍ରୀ ଲକ୍ଷ୍ମୀ ନାଏକ ମଞ୍ଚାସୀନ ହୋଇଥିବା ବେଳେ ଜିଲାପାଳ ଆଶିଷ ଠାକରେ ଓ ଆରକ୍ଷୀ ଅଧିକ୍ଷକ ମିତ୍ରଭାନୁ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରତିଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories