www.samajalive.in
Saturday, December 6, 2025
15.1 C
Bhubaneswar

କୁକୁଡା ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା ଘଟଣା ; ଭାଇ ମାରିଥିଲା ଗୁଳି, ୪ ଗିରଫ..

ଝାରସୁଗୁଡା : ଭାଇକୁ ହତ୍ୟା କଲା ଭାଇ। ମଙ୍ଗଳବାର ଝାରସୁଗୁଡ଼ା ବେହେରାପାଟ ନିକଟରେ ଘଟିଥିବା ଗୁଳିକାଣ୍ଡ ଘଟଣାର ବୁଧବାର ପର୍ଦ୍ଦାଫାଶ ହୋଇଛି। ସମ୍ପୃକ୍ତ ମାମଲାରେ ପୁଲିସ ଚାରି ଜଣ ଅଭିଯୁକ୍ତକୁ ଗିରଫ କରିଛି। କୁକୁଡ଼ା ବ୍ୟବସାୟକୁ ନେଇ ଭାଇ ଭାଇ ମଧ୍ୟରେ ଶତ୍ରୁତା ଦେଖାଦେଇଥିଲା। ଏହାକୁ ନେଇ ସମ୍ପର୍କୀୟ ଭାଇ ହତ୍ୟା କରିଥିବା ନେଇ ଝାରସୁଗୁଡ଼ା ଏସପି ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସାହାଜାହାନ ଖାଁଙ୍କୁ  ଅଭିଯୁକ୍ତ ମାନେ ପ୍ରଥମେ ହତ୍ୟା କରିବା ପରେ ଏକ କାରରେ ମୃତଦେହକୁ ନେଇ ଝାରସୁଗୁଡ଼ା ଓ ସମ୍ୱଲପୁର ଜିଲା ମଝିରେ ଥିବା ରମ୍ପେଲା ବ୍ରିଜରୁ ଫୋପାଡି ଦେଇଥିଲେ। ପୁଲିସ ଘଟଣା ସମ୍ପର୍କରେ ଜାଣିବା ପରେ ଚାରି ଜଣ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି। ଅଭିଯୁକ୍ତ ମାନେ ମଙ୍ଗଳ ବଜାରର ଇମ୍ରାନ ଖାଁ, ୱାଶିମ୍ ଅକ୍ରମ୍, ଆଯାଜ୍ ଖାଁ ଓ ସହବାଜ ଖାଁ। ଅଭିଯୁକ୍ତ ମାନଙ୍କ ଠାରୁ ପୁଲିସ ୧୮ଟି ଗୁଳି, ୨ଟି ବନ୍ଧୁକ, ହତ୍ୟାରେ ବ୍ୟବହାର ହୋଇଥିବା କାର, ଗୋଟିଏ ସ୍କୁଟି ସହିତ ଅଭିଯୁକ୍ତ ପିନ୍ଧିଥିବା ରକ୍ତ ଲଗା କପଡ଼ା ଜବତ କରିଛି।

ଗ୍ରାହକଙ୍କୁ ୩୭୦ ପେଟ୍ରୋଲ ପମ୍ପ ଠକିଛନ୍ତି – ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories