www.samajalive.in
Tuesday, December 9, 2025
16.1 C
Bhubaneswar

କୁକୁଡା ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା ଘଟଣା ; ଭାଇ ମାରିଥିଲା ଗୁଳି, ୪ ଗିରଫ..

ଝାରସୁଗୁଡା : ଭାଇକୁ ହତ୍ୟା କଲା ଭାଇ। ମଙ୍ଗଳବାର ଝାରସୁଗୁଡ଼ା ବେହେରାପାଟ ନିକଟରେ ଘଟିଥିବା ଗୁଳିକାଣ୍ଡ ଘଟଣାର ବୁଧବାର ପର୍ଦ୍ଦାଫାଶ ହୋଇଛି। ସମ୍ପୃକ୍ତ ମାମଲାରେ ପୁଲିସ ଚାରି ଜଣ ଅଭିଯୁକ୍ତକୁ ଗିରଫ କରିଛି। କୁକୁଡ଼ା ବ୍ୟବସାୟକୁ ନେଇ ଭାଇ ଭାଇ ମଧ୍ୟରେ ଶତ୍ରୁତା ଦେଖାଦେଇଥିଲା। ଏହାକୁ ନେଇ ସମ୍ପର୍କୀୟ ଭାଇ ହତ୍ୟା କରିଥିବା ନେଇ ଝାରସୁଗୁଡ଼ା ଏସପି ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସାହାଜାହାନ ଖାଁଙ୍କୁ  ଅଭିଯୁକ୍ତ ମାନେ ପ୍ରଥମେ ହତ୍ୟା କରିବା ପରେ ଏକ କାରରେ ମୃତଦେହକୁ ନେଇ ଝାରସୁଗୁଡ଼ା ଓ ସମ୍ୱଲପୁର ଜିଲା ମଝିରେ ଥିବା ରମ୍ପେଲା ବ୍ରିଜରୁ ଫୋପାଡି ଦେଇଥିଲେ। ପୁଲିସ ଘଟଣା ସମ୍ପର୍କରେ ଜାଣିବା ପରେ ଚାରି ଜଣ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି। ଅଭିଯୁକ୍ତ ମାନେ ମଙ୍ଗଳ ବଜାରର ଇମ୍ରାନ ଖାଁ, ୱାଶିମ୍ ଅକ୍ରମ୍, ଆଯାଜ୍ ଖାଁ ଓ ସହବାଜ ଖାଁ। ଅଭିଯୁକ୍ତ ମାନଙ୍କ ଠାରୁ ପୁଲିସ ୧୮ଟି ଗୁଳି, ୨ଟି ବନ୍ଧୁକ, ହତ୍ୟାରେ ବ୍ୟବହାର ହୋଇଥିବା କାର, ଗୋଟିଏ ସ୍କୁଟି ସହିତ ଅଭିଯୁକ୍ତ ପିନ୍ଧିଥିବା ରକ୍ତ ଲଗା କପଡ଼ା ଜବତ କରିଛି।

ଗ୍ରାହକଙ୍କୁ ୩୭୦ ପେଟ୍ରୋଲ ପମ୍ପ ଠକିଛନ୍ତି – ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories