www.samajalive.in
Saturday, December 6, 2025
14.1 C
Bhubaneswar

ଝାରସୁଗୁଡା ଉପନିର୍ବାଚନ ; ସକାଳ ୯ଟା ସୁଦ୍ଧା ୯.୭୫% ମତଦାନ

ଝାରସୁଗୁଡା : ଆଜି ଭୋଟ୍‌‌ ଦେଉଛି ଝାରସୁଗୁଡା। ଉପନିର୍ବାଚନରେ ଶାନ୍ତି ଶୃଙ୍ଖଳାରେ ମତଦାନ ଚାଲିଥିବା ବେଳେ ସବୁ ବୁଥରେ ଲାଗିଛି ସିସିଟିଭି। ସକାଳ ୯ଟା ସୁଦ୍ଧା ୯.୭୫% ମତଦାନ ହୋଇଛି। ସମ୍ବେଦନଶୀଳ ବୁଥରେ ଅଧିକ ଫୋର୍ସ ମୁତୟନ କରାଯାଇଛି। ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ଚାଲିବ ମତଦାନ। ମୋଟ ୨୫୩ ବୁଥରେ କଡା ସୁରକ୍ଷା ମଧ୍ୟରେ ପୋଲିଂ। ଏହି ଉପନିର୍ବାଚନ ପାଇଁ ୨୬ଟି ପିଙ୍କ୍ ବୁଥରେ ମହିଳା କର୍ମଚାରୀ ନିୟୋଜିତ ହୋଇଛନ୍ତି। ମୋଟ ୧୦୧୨ ପୁଲିଂ ଅଧିକାରୀ ନିୟୋଜିତ ହୋଇଛନ୍ତି। ୧୧୬ ସମ୍ବେଦନଶୀଳ ବୁଥ ଥିବାବେଳେ ସମସ୍ତ ବୁଥରେ ହେଉଛି ୱେବକାଷ୍ଟିଂ । ଏହି ଉପନିର୍ବାଚନରେ ୧ ଲକ୍ଷ ୧୦ ହଜାର ୬୧୯ ପୁରୁଷ, ୧ ଲକ୍ଷ ୧୧ ହଜାର ୩୭ ମହିଳା ଏବଂ ୬୩ ଜଣ କିନ୍ନର ଭୋଟର ଭୋଟ ଦେବେ। ଆଇନଶୃଙ୍ଖଳା ରକ୍ଷା ପାଇଁ ମୋଟ ୧୮୧୪ ପୁଲିସ ଏବଂ ୭ ପ୍ଲାଟୁନ୍‌ କେନ୍ଦ୍ରୀୟ ପୁଲିସ ଫୋର୍ସ (ସିଆରପିଏଫ)ଙ୍କୁ ନିୟୋଜିତ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories