www.samajalive.in
Saturday, December 6, 2025
14.1 C
Bhubaneswar

ସରକାରଙ୍କ ଆମ୍ଲାନ ଯୋଜନା ବାଟବଣା ; ରାସ୍ତାରେ ପଡିଛି ଆଇରନ ବଟିକା

ହରଭଙ୍ଗା : ସ୍କୁଲ ପିଲାଙ୍କଠାରେ ଲୌହ ଭଳି (ଆଇରନ) ପରିମାଣ କମକୁ ଦୃଷ୍ଟିରେ ରଖି ସରକାର ଅମ୍ଲାନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହି ଯୋଜନାରେ ୧ ବର୍ଷଠାରୁ ୧୯ବର୍ଷ ପର୍ଯ୍ୟନ୍ତ ସ୍କୁଲ ପଢା ଛାତ୍ରଛାତ୍ରୀଙ୍କ ପାଇଁ ଆଇରନ ବଟିକା ଯୋଗାଇ ଦିଆଯାଉଛି। ମାତ୍ର ପିଲାଙ୍କୁ ଆଇରନ ବଟିକା ଦେବା ବଦଳରେ ମାଳ ମାଳ ବଟିକା ବାହାରେ ଫିଙ୍ଗାଯାଉଥିବା ଚିତ୍ର ଏବେ ସାମନାକୁ ଆସିଛି। ଏଭଳି ଏକ ଚିତ୍ର ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଛତ୍ରଙ୍ଗ ୟୁଜିଏମ.ଇ ସ୍କୁଲ ପାଚେରୀ ପଛପଟେ ଦେଖିବାକୁ ମିଳିଛି। ସ୍କୁଲ ପାଚେରୀ ପଛପଟେ ଆଇରନ ବଟିକାର ଏକାଧିକ ଷ୍ଟ୍ରିପ୍‌‌ ପଡିଥିବା ଦେଖିବାକୁ ମିଳିଛି।ଯାହା ଫଳରେ ପିଲାଙ୍କୁ ବଟିକା ଦିଆଯାଉନଥିବା ଏକ ପ୍ରକାର ସ୍ପଷ୍ଟ ହୋଇଛି।
ସୂଚନା ଥାଉ କି ୨୦୧୪ରୁ ଅମ୍ଲାନ ଯୋଜନାରେ ଆନେମିଆକୁ ନିୟନ୍ତ୍ରଣ ପାଇଁ ସରକାର ପ୍ରତ୍ୟେକ ସ୍କୁଲର ଛାତ୍ରଛାତ୍ରୀଙ୍କ ପାଇଁ ଆଇରନ ବଟିକା ଯୋଗାଇ ଦେଉଛନ୍ତି। ଏହାକୁ ସପ୍ତାହକୁ ଥରେ ପିଲାଙ୍କୁ ଖାଇବାକୁ ଦିଆଯାଉଛି। ଏବଂ ୬ମାସରେ ଥରେ ପିଲାଙ୍କ ଆଇରନ ପରିମାଣ ପରୀକ୍ଷା କରାଯାଉଛି।  ତୁରନ୍ତ ଏ ଦିିଗରେ ସ୍ୱତନ୍ତ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି। ଏ ସର୍ମ୍ପକରେ ହରଭଙ୍ଗା ବ୍ଲକ ମେଡିକାଲ ଅଫିସର ଡାକ୍ତର ଶ୍ରୀମନ୍ତ ସ୍ୱାଇଁଙ୍କୁ ପଚାରିବାରୁ ଅମ୍ଲାନ ଯୋଜନାରେ ଆନେମିଆ ଭଳି ରକ୍ତହୀନତାକୁ ନିୟନ୍ତ୍ରଣ ପାଇଁ ଏହି ଯୋଜନାରେ ପ୍ରତ୍ୟେକ ସ୍କୁଲକୁ ଆଇରନ ବଟିକା ଯୋଗାଇ ଦିଆଯାଉଛି। ମାତ୍ର ଏହାର ସଠିକ ବ୍ୟବହାର ପ୍ରତି ସ୍କୁଲ କତୃପକ୍ଷ ଦୃଷ୍ଟି ଦେଉନଥିବାରୁ ଆନେମିଆ ନିୟନ୍ତ୍ରଣ ଫେଲ ହେବାକୁ ବସିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories