www.samajalive.in
Saturday, December 6, 2025
15.1 C
Bhubaneswar

ଝାରସୁଗୁଡାରୁ ଗୋରୁ ବୋଝେଇ କଣ୍ଟେନର ଜବତ; ଉଦ୍ଧାର ହେଲେ ୫୪ ଗାଈ

ଝାରସୁଗୁଡା ଦେଇ ଛତିଶଗଡ଼ ରୁ ଝାରଖଣ୍ଡ ଓ ପଶ୍ଚିମବଙ୍ଗ କୁ ଚୋରା ଗୋରୁ ଚାଲାଣ ବେଧଡକ ଭାବରେ ଚାଲିଛି । ଲୋକେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ପୋଲିସ ନିରବଦ୍ରଷ୍ଟା ସାଜିଛି । ଗତକାଲି ରାତିରେ ଗୋରୁ ବୋଝେଇ କଣ୍ଟେନର ଜବତ ଘଟଣାରୁ ଏହା ପୁଣିଥରେ ପ୍ରମାଣିତ କରିଛି ।

ସୂଚନାଯୋଗ୍ୟ ଯେ,  ଗତକାଲି ବିଳମ୍ବିତ ରାତିରେ ଲୋକେ ରେଙ୍ଗାଲି ଥାନା ଅନ୍ତର୍ଗତ ଅମାପାଲି ଗ୍ରାମ ନିକଟରେ ଏକ ଗୋରୁ ବୋଝେଇ କଣ୍ଟେନରକୁ ଅଟକାଇ ଥିଲେ । ପଶ୍ଚିମବଙ୍ଗ ର (ଡବ୍ଲୁ ବି ୧୭ ୪୮୭୬) ନମ୍ବର ଥିବା କଣ୍ଟେନର୍ ଭିତରେ ୫୪ଟି ଗୋରୁ ଥିଲା । ଲୋକେ ଗାଡି ସହ ଚାଳକ ଓ ସହଯୋଗୀ ଙ୍କୁ ନେଇ ପୋଲିସ କୁ ହସ୍ତାନ୍ତର କରିଥିଲେ । ରେଙ୍ଗାଲି ଥାନା ପୋଲିସ କେସ୍ ନଂ ୧୨୯/୨୦ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଡ୍ରାଇଭର ସମେତ ୫ ଜଣ ଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ପଶ୍ଚିମବଙ୍ଗର ଟ୍ରକ୍ ଚାଳକ ସାମିମ୍ ଅହମ୍ମଦ, ରାୟଗଡ ଜିଲ୍ଲା ସରିଆ ଅଂଚଳର ଅବୋଧରାମ ୟାଦବ, ଭରତଲାଲ୍ ମିରି, ଅମାପାଲି ଗ୍ରାମର ନର ସାଗର ଓ ସୁବାସ ସାଗର ବୋଲି ଜଣା ପଡ଼ିଛି ।

- Advertisement -

ଅଭିଯୁକ୍ତଙ୍କ ନିକଟରୁ ପୋଲିସ୍ ୩୦ହଜାର ଟଙ୍କା ମଧ୍ୟ ଜବତ କରିଛି । ସମସ୍ତ ଗୋରୁ ଙ୍କୁ ପୋଲିସ୍ ଉଦ୍ଧାର କରି ଝାରସୁଗୁଡା ଶ୍ରୀକୃଷ୍ଣ ଗୋଶାଳା କୁ ପ୍ରଦାନ କରିଛି । ଏହି ସମସ୍ତ ଗୋରୁ ବେଆଇନ ଭାବରେ ପଶ୍ଚିମବଙ୍ଗ ଚାଲାଣ କରାଯାଉଥିଲା ବୋଲି ପଗିରଫ ବ୍ୟକ୍ତି ମାନେ ପୋଲିସ କୁ ସୂଚନା ଦେଇଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories