www.samajalive.in
Sunday, December 14, 2025
19.1 C
Bhubaneswar

ଝାରସୁଗୁଡ଼ାରେ ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ ସମାରୋହ

ଝାରସୁଗୁଡ଼ା : ସ୍ବାଧୀନୋତ୍ତର ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ୧୧୯ତମ ଜୟନ୍ତୀ ସୋମବାର ଝାରସୁଗୁଡ଼ାସ୍ଥିତ ହୋଟେଲ ମେଘଦୂତରେ ଅନୁଷ୍ଠିତ ହୋଇଯାଇଛି। ବରଗଡ଼ରୁ ପ୍ରକାଶିତ ପାକ୍ଷିକ ପତ୍ରିକା ‘କୋଶଲ ଟାଇମ୍‌’ ଆନୁକୂଲ୍ୟରେ ଆୟୋଜିତ ଏହି ଜୟନ୍ତୀ ଓ ସମ୍ବର୍ଦ୍ଧନା ସମାରୋହରେ ବହୁ ବୁଦ୍ଧିଜୀବୀ ଯୋଗଦେଇ ଏହି ମହାନ ଜନନେତାଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ତାଙ୍କ ବ୍ୟକ୍ତିତ୍ଵର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମର ମୁଖ୍ୟଅତିଥି ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ଦୈନିକ ‘ସମାଜ’ର ମୁଦ୍ରକ ଓ ପ୍ରକାଶକ ନିରଞ୍ଜନ ରଥ କହିଥିଲେ ଯେ ଜନପ୍ରତିନିଧିର ଅର୍ଥ ହେଉଛି ତ୍ୟାଗ ଓ ସେବା ଯାହା ସ୍ବର୍ଗତ ଚୌଧୁରୀ ନିଜ କର୍ମ ଓ ଆଚରଣରେ ପ୍ରମାଣିତ କରିଥିଲେ । ଜମିଦାରବଂଶଜ ହୋଇ ମଧ୍ୟ ସେ ବିଳାସରୁ ବହୁଦୂରରେ ଥିଲେ। ମୁଖ୍ୟମନ୍ତ୍ରୀ ପଦ ଅଳଂକୃତକରି ମଧ୍ୟ ନିଃସ୍ବ ଥିଲେ। ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସେ କାଳବିଳମ୍ବ ନକରି ନିଜ ସରକରୀ ବାସଭବନ ପରିତ୍ୟାଗ କରି ନିଜ ଘରକୁ ଫେରି ଆସିଥିଲେ। ଅତ୍ୟନ୍ତ ସରଳ ଓ ନିଷ୍କପଟ ବ୍ୟକ୍ତିତ୍ବର ଅଧିକାରୀ ସ୍ବର୍ଗତ ଚୌଧୁରୀ ଶିକ୍ଷାରୁ ଭିତ୍ତିଭୂମି ବିକାଶ ଯାଏ ଓଡ଼ିଶାର ଯେଉଁ ସଶକ୍ତ ଭିତ୍ତି ସ୍ଥାପନ କରି ଯାଇଛନ୍ତି ତାହା ଅତୁଳନୀୟ ।
ମୁଖ୍ୟବକ୍ତା କଟକ ଗୋବିନ୍ଦପୁର ଡିଗ୍ରୀ କଲେଜର ଅଧ୍ୟାପକ ଡଃ.ଶୁଭ୍ରାଂଶୁ ପଟ୍ଟନାୟଙ୍କ ସହ ପୂର୍ବତନ ବିଧାୟକ ତଥା ଶତାୟୁ ବରିଷ୍ଠ ନାଗରିକ ମକରଧ୍ୱଜ ପ୍ରଧାନ, ଝାରସୁଗୁଡ଼ାର କ୍ରୀଡ଼ା ସଂଗଠକ ତାପସ ରାୟ ଚୌଧୁରୀ, ସମ୍ବଲପୁର ଆକାଶବାଣୀ କେନ୍ଦ୍ର ମୁଖ୍ୟ ପ୍ରଫୁଲ୍ଲ ମାଝି, ଝାରସୁଗୁଡ଼ା ଏସ.ପି ରାହୁଲ ପି.ଆର, ଓଡ଼ିଶା କ୍ରିକେଟ ଆସୋସିଏସନ ଯୁଗ୍ମ-ସମ୍ପାଦକ ମେହେତାବ୍‌ ଖାନ, ଝାରସୁଗୁଡ଼ା ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷା ବଲବିନ୍ଦର କୌର ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷା, ସଂସ୍କୃତିର ସୁରକ୍ଷା ସହ ହୀରାକୁଦ ଡ୍ୟାମ, ବୁର୍ଲା ଇଞ୍ଜିନିୟରିଂ କଲେଜ, ରାଉରକେଲା ଇସ୍ପାତ କାରଖାନା ଇତ୍ୟାଦି ପ୍ରତିଷ୍ଠା ପଛରେ ଥିବା ନବକୃଷ୍ଣ ଚୌଧୁରୀଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ।
ଏହି ଅବସରରେ କରୋନାରେ ପ୍ରାଣ ହରାଇଥିବା ପୁଲିସ ଏସଆଇ ରାଜକିଶୋର ସାମଦଙ୍କ ପତ୍ନୀ ସୀମାରାଣୀ ସର୍ଦାର, ସହିଦ ପ୍ରକାଶ ସାହୁଙ୍କ ପତ୍ନୀ ବରଗଡ଼ର ଶାଶ୍ୱତୀ ସାହୁ, ସହିଦ ଦୀପକସେନ ଭୋଇଙ୍କ ଭାଇ ଅରବିନ୍ଦ ଭୋଇ, ସହିଦ ବେଣୁଧର ନାଏକଙ୍କ ପିତା ସୁନ୍ଦରଗଡ଼, ଲାଠିକଟା ନିବାସୀ କୁମ୍ଭକର୍ଣ୍ଣ ନାଏକ, ଏୟାର୍ ଫୋର୍ସ ଫ୍ଲାଇଟ ଇଞ୍ଜିନିୟର ହରେକୃଷ୍ଣ ପଟେଲଙ୍କ ପତ୍ନୀ ଝାରସୁଗୁଡ଼ା ଝିଲ୍ଲାପାଲିର ସୁରଭି ପଟେଲ, ଦିବଂଗତ ସାମ୍ବାଦିକ ସମ୍ବଲପୁର ନିବାସୀ ଅଜିତ ନାଏକଙ୍କ ଧର୍ମପତ୍ନୀ ଅଧ୍ୟାପିକା ପ୍ରଜ୍ଞା ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାବ୍ୟତୀତ ଭିନ୍ନକ୍ଷମ ଗାୟତ୍ରୀ ସାହୁ, ଦୃଷ୍ଟିବାଧିତ କୋମଲ ଅଗ୍ରୱାଲ, ଦିବ୍ୟାଙ୍ଗ ନୃତ୍ୟାଙ୍ଗନା ଜୁଲି କର, କୁନି ସନ୍ତରଣକାରୀ ଦୁର୍ଗାପ୍ରସାଦ ସିଦ୍ଦାର, ଅନୀମା ଓରାମ, ସମାଜସେବୀ ବୀରେନ୍ଦ୍ର ପ୍ରସାଦ ମିଶ୍ର, ସରକାରୀ ଚାକିରିରେ ଅଧିଷ୍ଠିତ ଗିରିଧାରୀ କିସାନ ଓରଫ ମାୟା କିନ୍ନରଙ୍କୁ ସମ୍ମାନୀତ କରାଯାଇଥିଲା । କୋଶଲ ଟାଇମର ସମ୍ପାଦକ ସଞ୍ଜୀବ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଛାତ୍ରୀ ଦେବସ୍ମିତା ଦାଶ ପରିଚାଳନାରେ ସହାୟତା କରିଥିଲେ । ଧନ୍ୟବାଦ ଦେଇଥିଲେ ଅଧ୍ୟାପିକା ମନ୍ଦାକିନୀ ଶତପଥୀ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories