www.samajalive.in
Saturday, December 6, 2025
14.1 C
Bhubaneswar

ମହଙ୍ଗା ପଡ଼ିଲା ରେଳରୁ କୋଇଲା ଚୋରି ; ବିଦ୍ୟୁତ୍‌ ଆଘାତରେ ଯୁବକ ଗୁରୁତର

ଲଖନପୁର : ଝାରସୁଗୁଡ଼ା ଜିଲା ବେଲପାହାଡ଼ ପୌରାଞ୍ଚଳ ଆନ୍ତର୍ଗତ ନୂଆପଡ଼ାଠାରେ ଛିଡ଼ା ହୋଇଥିବା ଏକ କୋଇଲା ବୋଝେଇ ମାଲବାହୀ ରେଳରୁ କୋଇଲା ଚୋରି କରିବା ଜଣେ ଯୁବକକୁ ମହଙ୍ଗା ପଡ଼ିଛି । ଏଥିରେ ରେଳର ବିଦ୍ୟୁତ୍‌ ଆଘାତରେ ଗୁରୁତର ଆହତ ହୋଇଥିବା ଯୁବକ ଜଣକ ନୂଆପଡ଼ାର ଯୁବକ ମେହମୁଦ ଆଲମ (୪୦) ବୋଲି ଜଣାପଡ଼ିଛି।
ସୂଚନା ଯୋଗ୍ୟ, ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ସାଢେ ୧୦ଟାରେ ବ୍ରଜରାଜନଗର ପଟରୁ ଛତିଶଗଡ଼ ପଟକୁ ଯାଉଥିବା ଏକ କୋଇଲା ବୋଝେଇ ମାଲବାହୀ ରେଳ ଲାଇନ ମୁକ୍ତ ନଥିବାରୁ ବେଲପାହାଡ଼ ପୌରାଞ୍ଚଳ ଆନ୍ତର୍ଗତ ନୂଆପଡ଼ାଠାରେ କିଛି ସମୟ ଧରି ଛିଡ଼ାହୋଇ ରହିଥିଲା। ଏହି ସମୟରେ ନୂଆପଡ଼ାର ଯୁବକ ମେହମୁଦ ଆଲମ ଛିଡ଼ା ହୋଇଥିବା ଏହି କୋଇଲା ବୋଝେଇ ରେଳ ବଗିରେ ଚଢ଼ି କୋଇଲା ଚୋରି କରୁଥିଲେ। ଫଳରେ ଦୁର୍ଭାଗ୍ୟ ବଶତଃ ରେଳର ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ସେ ରେଳ ବଗି ଭିତରେ ଗୁରୁତର ଆହତ ହୋଇ ପଡ଼ିଯାଇଥିଲେ। ଏହି ରେଳ ବିଦ୍ୟୁତ୍‌ ଆଘାତରେ ମେହମୁଦ ଆଲମଙ୍କ ଶରିର ସର୍ବାଧିକ ସ୍ଥାନ ପୋଡ଼ିଯାଇଥିବା ଦେଖିବାକୁ ମିଳିଛି। ସେ ରେଳ ବଗିରେ ସେମିତି ପଡ଼ିରହିଥିଲେ। ଘଟଣାର କିଛି ସମୟ ପାରେ ରେଳଟି ଚାଲିବା ଆରମ୍ଭ ହୋଇଥିଲା। ସ୍ଥାନୀୟଲୋକ ଏହା ଦେଖି ରେଳକୁ ଅଟକାଇବାକୁ ଚେଷ୍ଟା କରିଥିବା ବେଳେ ପ୍ରାୟ ୧୦୦ ମିଟର ଗଡ଼ିବା ପରେ ଗୁମାଡେରା ଜେ-ଟାଇପ ରେଳ ଫାଟକ ନିକଟରେ ଅଟକିଥିଲା। ସ୍ଥାନୀୟ ଲୋକେ ରେଳରୁ ମେହମୁଦ ଆଲମଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ବେଲପାହାଡ଼ସ୍ଥିତ ଟିଆରଏଲ କ୍ରୋସାକି ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଅଧିକ ଚିକିତ୍ସା ନିମନ୍ତେ ସେଠାରୁ ତାଙ୍କୁ ପୁଣି ରାଉରକେଲା ସ୍ଥିତ ଆଇଜିଏଚ୍ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories