www.samajalive.in
Wednesday, December 10, 2025
15.1 C
Bhubaneswar

ଟ୍ରକ-ବସ ମୁହାଁମୁହିଁ ଧକ୍କା ; ଆଠ ମୃତ

ଝାଡଖଣ୍ଡ : ଝାଡଖଣ୍ଡର ପାକୁରରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ନେଇ ଆଜି ଖବର ମିଳିଛି। ଯାତ୍ରୀବାହୀ ବସ ସହ ଟ୍ରକ ମୁହାମୁହିଁ ଧକ୍କା ହୋଇ ଦୁର୍ଘଟଣାରେ ପ୍ରାୟ ୮ ଜଣଙ୍କ ଜୀବନ ଚାଲି ଯାଇଛି। ୧୬ ରୁ ଅଧିକ ଲୋକେ ଗଭୀର ଆହତ ହୋଇଛନ୍ତି। ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି। ଏହି ଦୁର୍ଘଟଣା ଅମରାପାଡା ଥାନା ଅନ୍ତର୍ଗତ ପଡେର କୋଲା ଗାଁ ନିକଟରେ ଘଟିଛି।
ମିଳିଥିବା ସୂଚନା ଅନୁଯାୟୀ, ଯାତ୍ରୀଙ୍କୁ ନେଇ ଯାଉଥିବା ଉକ୍ତ ବସ ଓ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି। ଟ୍ରକରେ ଗ୍ୟାସ ସିଲିଣ୍ଡର ବୋଝେଇ ହୋଇ ଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଉଦ୍ଧାର କାର୍ଯ୍ୟ କରାଯାଇଛି। ଗୁରୁତର ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅମରାପାଡା ଥାନା ପୁଲିସ କହିବାନୁଯାୟୀ, ଅନେକ ଲୋକେ ଅଚେତ ଅବସ୍ଥାରେ ରହିଛନ୍ତି। ଦୁର୍ଘଟଣାର କାରଣ ଏଯାଏଁ ଅସ୍ପଷ୍ଟ ରହିଛି। ମୃତକଙ୍କ ମଧ୍ୟରେ ମହିଳା ମଧ୍ୟ ସାମିଲ ରହିଛନ୍ତି। ରାସ୍ତାରେ ମୃତଦେହ ପଡିଥିବା ମଧ୍ୟ ପ୍ରାଥମିକ ତଦନ୍ତରୁ ଜଣାପଡିଛି।
ଆଜି ସକାଳେ ଲିଟ୍ଟିପାଡା – ଅମଡାପାଡା ମୁଖ୍ୟ ରାସ୍ତାରେ ପଡେରକୋଲା ନିକଟରେ ଏହି ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସୁଥିବା ଟ୍ରକ ଅନିୟନ୍ତ୍ରିତ ହୋଇ ବସ ସହ ଧକ୍କା ହୋଇଛି। ଧକ୍କା ଖୁବ ଜୋରରେ ହୋଇଥିବାରୁ ୨ଟି ଗାଡି ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି। ଅଧିକାଂଶ ମୃତକ ବସ ଯାତ୍ରୀ ଥିଲେ। ଦୁର୍ଘଟଣା ପରେ ସ୍ଥାନୀୟଲୋକେ ଘଟଣାସ୍ଥଳରେ ପହଞ୍ଚି ପୁଲିସକୁ ସୂଚନା ଦେଇଥିଲେ। ଘଟଣାର ତଦନ୍ତ ଜାରି ରହିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories