www.samajalive.in
Saturday, December 6, 2025
23.1 C
Bhubaneswar

ଟ୍ରକ-ବସ ମୁହାଁମୁହିଁ ଧକ୍କା ; ଆଠ ମୃତ

ଝାଡଖଣ୍ଡ : ଝାଡଖଣ୍ଡର ପାକୁରରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ନେଇ ଆଜି ଖବର ମିଳିଛି। ଯାତ୍ରୀବାହୀ ବସ ସହ ଟ୍ରକ ମୁହାମୁହିଁ ଧକ୍କା ହୋଇ ଦୁର୍ଘଟଣାରେ ପ୍ରାୟ ୮ ଜଣଙ୍କ ଜୀବନ ଚାଲି ଯାଇଛି। ୧୬ ରୁ ଅଧିକ ଲୋକେ ଗଭୀର ଆହତ ହୋଇଛନ୍ତି। ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି। ଏହି ଦୁର୍ଘଟଣା ଅମରାପାଡା ଥାନା ଅନ୍ତର୍ଗତ ପଡେର କୋଲା ଗାଁ ନିକଟରେ ଘଟିଛି।
ମିଳିଥିବା ସୂଚନା ଅନୁଯାୟୀ, ଯାତ୍ରୀଙ୍କୁ ନେଇ ଯାଉଥିବା ଉକ୍ତ ବସ ଓ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି। ଟ୍ରକରେ ଗ୍ୟାସ ସିଲିଣ୍ଡର ବୋଝେଇ ହୋଇ ଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଉଦ୍ଧାର କାର୍ଯ୍ୟ କରାଯାଇଛି। ଗୁରୁତର ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅମରାପାଡା ଥାନା ପୁଲିସ କହିବାନୁଯାୟୀ, ଅନେକ ଲୋକେ ଅଚେତ ଅବସ୍ଥାରେ ରହିଛନ୍ତି। ଦୁର୍ଘଟଣାର କାରଣ ଏଯାଏଁ ଅସ୍ପଷ୍ଟ ରହିଛି। ମୃତକଙ୍କ ମଧ୍ୟରେ ମହିଳା ମଧ୍ୟ ସାମିଲ ରହିଛନ୍ତି। ରାସ୍ତାରେ ମୃତଦେହ ପଡିଥିବା ମଧ୍ୟ ପ୍ରାଥମିକ ତଦନ୍ତରୁ ଜଣାପଡିଛି।
ଆଜି ସକାଳେ ଲିଟ୍ଟିପାଡା – ଅମଡାପାଡା ମୁଖ୍ୟ ରାସ୍ତାରେ ପଡେରକୋଲା ନିକଟରେ ଏହି ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସୁଥିବା ଟ୍ରକ ଅନିୟନ୍ତ୍ରିତ ହୋଇ ବସ ସହ ଧକ୍କା ହୋଇଛି। ଧକ୍କା ଖୁବ ଜୋରରେ ହୋଇଥିବାରୁ ୨ଟି ଗାଡି ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି। ଅଧିକାଂଶ ମୃତକ ବସ ଯାତ୍ରୀ ଥିଲେ। ଦୁର୍ଘଟଣା ପରେ ସ୍ଥାନୀୟଲୋକେ ଘଟଣାସ୍ଥଳରେ ପହଞ୍ଚି ପୁଲିସକୁ ସୂଚନା ଦେଇଥିଲେ। ଘଟଣାର ତଦନ୍ତ ଜାରି ରହିଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories