www.samajalive.in
Saturday, December 6, 2025
23.1 C
Bhubaneswar

ଓମିକ୍ରନ ହେଉଛି କରୋନା: ବିଶେଷଜ୍ଞ

ନୂଆଦିଲ୍ଲୀ: ସାରା ବିଶ୍ୱକୁ ଡରାଉଛି ଓମିକ୍ରନ ଭୂତାଣୁ । ଓମିକ୍ରନ ସଂକ୍ରମଣ ଦିନକୁ ଦିନ ଦୃତ ଗତିରେ ବଢ଼ିବାରେ ଲାଗିଛି । ଓମିକ୍ରନ ସଂକ୍ରମଣକୁ ନେଇ ବିଶେଷଜ୍ଞ ମାନେ ପ୍ରତିକ୍ରିୟା ରଖିଛନ୍ତି । ବିଶେଷଜ୍ଞ ମାନେ କହିଛନ୍ତି କି, ଓମିକ୍ରନକୁ ଅବହେଳା କରନ୍ତୁନାହିଁ । ଏହା ଡେଲ୍ଟାଠୁ କମ୍‍ କ୍ଷତିକାରକ ହେଲେ ଏହା ଟିକାକରଣର ପ୍ରତିରୋଧକ ଶକ୍ତିକୁ ଅତିକ୍ରମ କରି ସଂକ୍ରମିତ କରୁଛି । ସୁସ୍ଥ ହୋଇଥିବା ରୋଗୀଙ୍କୁ ଏହା ପୁଣି ସଂକ୍ରମିତ କରିପାରେ । ଏହି ବପଦ କରୋନା ଠାରୁ ୨ରୁ ୩ଗୁଣା ଅଧିକ ହୋଇପାରେ । ଓମିକ୍ରନକୁ ନେଇ ଏମସର ମେଡିସିନ ବିଭାଗର ଡାକ୍ତର ଅରବିନ୍ଦ କୁମାର ମଧ୍ୟ ମତ ରଖିଛନ୍ତି ।

ଡାକ୍ତର ଅରବିନ୍ଦ କହିଛନ୍ତି, ଓମିକ୍ରନ୍ କୁ ସାମାନ୍ୟ ବୋଲି ଭାବି ଅବହେଳା କରନ୍ତୁନାହିଁ । ଆମ ଦେଶର ଜନସଂଖ୍ୟା ହିସାବରେ ଏହି ମାମଲା ଗମ୍ଭୀର ହୋଇପାରେ । ଓମିକ୍ରନ ହେଉଛି କରୋନା । ଏହାକୁ ଭିନ୍ନ ବୋଲି ଭାବନ୍ତୁନାହିଁ । ଏହା ଖୁବ୍‍ ଅଳ୍ପ ସମୟ ଭିତରେ ବହୁ ଆକ୍ରାନ୍ତ କରିବ । ଯେଉଁ ଲୋକମାନେ ଅସୁସ୍ଥ, ହୃଦଘାତ, ମଧୁମେହ କିମ୍ବା ରକ୍ତଚାପ, କର୍କଟ ଇତ୍ୟାଦି ଥାଏ, ତେବେ ଏହା ସେମାନଙ୍କ ପାଇଁ ବିପଦ ସୃଷ୍ଟି କରିବ ।

- Advertisement -

ଏଥିପ୍ରତି ଲୋକ ମାନେ ସତର୍କ ରହିବା ଜରୁରୀ । ଓମିକ୍ରନ୍‍ ଭାରତରେ ବହୁ କ୍ଷୀପ୍ର ବେଗରେ ଗତିକରୁଛି । ସମଗ୍ର ଦେଶରେ ୧୦୦୦ ମାମଲାରେ ୨୦୦ ଲୋକ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି । ଅଧିକ ସଂକ୍ରମିତ ହେଲେ ବହୁ ବିପଦର ସାମ୍ନା କରିବାକୁ ପଡ଼ିବ ବୋଲି କହିଛନ୍ତି ଡାକ୍ତର ଅରବିନ୍ଦ କୁମାର । ବିଏଲକେ ମେଡିକାଲର ଡାକ୍ତର ଓମତକ୍ରନକୁ ନେଇ ମଧ୍ୟ ନିଜର ମତ ରଖିଛନ୍ତି । ସେ କହିଛନ୍ତି କି, ଓପିଡରେ କରୋନା ସଂକ୍ରମିତଙ୍କ ଏତେ ଫୋନ୍‍ ଆସୁଛି ଯେ ଫୋନ୍‍ ଉଠାଇବା ବନ୍ଦ ହେଉନାହିଁ । ପୂର୍ବ ୩ମାସରେ କରୋନାରୋଗୀ ମେଡିକାଲରେ ନଥିଲେ । ହେଲେ ବର୍ତ୍ତମାନ କରୋନା ରୋଗୀଙ୍କ ସଂଖ୍ୟା ବଢ଼ିବାର ଲାଗିଛି । ଏଥି ଲାଗି ଆମେ କହିବୁ ଓମିକ୍ରନକୁ ଆପଣ ଆଦୌ ହାଲୁକାରେ ନିଅନ୍ତୁ ନାହିଁ ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories