www.samajalive.in
Wednesday, December 10, 2025
14.1 C
Bhubaneswar

ଝାଡଖଣ୍ଡ ମର୍ମନ୍ତୁଦ ସଡକ  ଦୁର୍ଘଟଣା ; ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି

ଝାଡଖଣ୍ଡ : ଝାଡଖଣ୍ଡର ପାକୁରରେ ଘଟିଥିବା ମର୍ମନ୍ତୁଦ ସଡକ  ଦୁର୍ଘଟଣାରେ ଯାତ୍ରୀବାହୀ ବସ ସହ ଟ୍ରକ ମୁହାମୁହିଁ ଧକ୍କା ହୋଇ ମୃତ୍ୟୁ ସଂଖ୍ୟା ୧୫ରେ ପହଞ୍ଚିଛି। ଅନ୍ୟ ଗୁରୁତର ଆହତ ବର୍ତ୍ତମାନ ଚିକିତ୍ସିତ ଅବସ୍ଥାରେ ରହିଛନ୍ତି।
ଯାତ୍ରୀବାହୀ ବସ ସହ ଟ୍ରକ ମୁହାମୁହିଁ ଧକ୍କା ହୋଇ ଦୁର୍ଘଟଣାରେ ପ୍ରଥମେ  ୮ ଜଣଙ୍କ ଜୀବନ ଚାଲି ଯାଇଥିବା ନେଇ ଜଣାପଡିଥିଲା।  ୧୬ ରୁ ଅଧିକ ଲୋକେ ଗଭୀର ଆହତ ହୋଇଥିଲେ ।  ଏହି ଦୁର୍ଘଟଣା ଅମରାପାଡା ଥାନା ଅନ୍ତର୍ଗତ ପଡେର କୋଲା ଗାଁ ନିକଟରେ ଘଟିଛି।
ଯାତ୍ରୀଙ୍କୁ ନେଇ ଯାଉଥିବା ଉକ୍ତ ବସ ଓ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି। ଟ୍ରକରେ ଗ୍ୟାସ ସିଲିଣ୍ଡର ବୋଝେଇ ହୋଇ ଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଉଦ୍ଧାର କାର୍ଯ୍ୟ କରାଯାଇଛି। ଗୁରୁତର ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅମରାପାଡା ଥାନା ପୁଲିସ କହିବାନୁଯାୟୀ, ଅନେକ ଲୋକେ ଅଚେତ ଅବସ୍ଥାରେ ରହିଛନ୍ତି। ମୃତକଙ୍କ ମଧ୍ୟରେ ମହିଳା ମଧ୍ୟ ସାମିଲ ରହିଛନ୍ତି।
ଆଜି ସକାଳେ ଲିଟ୍ଟିପାଡା – ଅମଡାପାଡା ମୁଖ୍ୟ ରାସ୍ତାରେ ପଡେରକୋଲା ନିକଟରେ ଏହି ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସୁଥିବା ଟ୍ରକ ଅନିୟନ୍ତ୍ରିତ ହୋଇ ବସ ସହ ଧକ୍କା ହୋଇଛି। ଧକ୍କା ଖୁବ ଜୋରରେ ହୋଇଥିବାରୁ ୨ଟି ଗାଡି ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି। ଅଧିକାଂଶ ମୃତକ ବସ ଯାତ୍ରୀ । ଦୁର୍ଘଟଣା ପରେ ସ୍ଥାନୀୟଲୋକେ ଘଟଣାସ୍ଥଳରେ ପହଞ୍ଚି ପୁଲିସକୁ ସୂଚନା ଦେଇଥିଲେ। ଘଟଣାର ତଦନ୍ତ ଜାରି ରହିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories