www.samajalive.in
Saturday, December 6, 2025
14.1 C
Bhubaneswar

ଝାଡଖଣ୍ଡ ମର୍ମନ୍ତୁଦ ସଡକ  ଦୁର୍ଘଟଣା ; ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି

ଝାଡଖଣ୍ଡ : ଝାଡଖଣ୍ଡର ପାକୁରରେ ଘଟିଥିବା ମର୍ମନ୍ତୁଦ ସଡକ  ଦୁର୍ଘଟଣାରେ ଯାତ୍ରୀବାହୀ ବସ ସହ ଟ୍ରକ ମୁହାମୁହିଁ ଧକ୍କା ହୋଇ ମୃତ୍ୟୁ ସଂଖ୍ୟା ୧୫ରେ ପହଞ୍ଚିଛି। ଅନ୍ୟ ଗୁରୁତର ଆହତ ବର୍ତ୍ତମାନ ଚିକିତ୍ସିତ ଅବସ୍ଥାରେ ରହିଛନ୍ତି।
ଯାତ୍ରୀବାହୀ ବସ ସହ ଟ୍ରକ ମୁହାମୁହିଁ ଧକ୍କା ହୋଇ ଦୁର୍ଘଟଣାରେ ପ୍ରଥମେ  ୮ ଜଣଙ୍କ ଜୀବନ ଚାଲି ଯାଇଥିବା ନେଇ ଜଣାପଡିଥିଲା।  ୧୬ ରୁ ଅଧିକ ଲୋକେ ଗଭୀର ଆହତ ହୋଇଥିଲେ ।  ଏହି ଦୁର୍ଘଟଣା ଅମରାପାଡା ଥାନା ଅନ୍ତର୍ଗତ ପଡେର କୋଲା ଗାଁ ନିକଟରେ ଘଟିଛି।
ଯାତ୍ରୀଙ୍କୁ ନେଇ ଯାଉଥିବା ଉକ୍ତ ବସ ଓ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି। ଟ୍ରକରେ ଗ୍ୟାସ ସିଲିଣ୍ଡର ବୋଝେଇ ହୋଇ ଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଉଦ୍ଧାର କାର୍ଯ୍ୟ କରାଯାଇଛି। ଗୁରୁତର ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅମରାପାଡା ଥାନା ପୁଲିସ କହିବାନୁଯାୟୀ, ଅନେକ ଲୋକେ ଅଚେତ ଅବସ୍ଥାରେ ରହିଛନ୍ତି। ମୃତକଙ୍କ ମଧ୍ୟରେ ମହିଳା ମଧ୍ୟ ସାମିଲ ରହିଛନ୍ତି।
ଆଜି ସକାଳେ ଲିଟ୍ଟିପାଡା – ଅମଡାପାଡା ମୁଖ୍ୟ ରାସ୍ତାରେ ପଡେରକୋଲା ନିକଟରେ ଏହି ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସୁଥିବା ଟ୍ରକ ଅନିୟନ୍ତ୍ରିତ ହୋଇ ବସ ସହ ଧକ୍କା ହୋଇଛି। ଧକ୍କା ଖୁବ ଜୋରରେ ହୋଇଥିବାରୁ ୨ଟି ଗାଡି ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି। ଅଧିକାଂଶ ମୃତକ ବସ ଯାତ୍ରୀ । ଦୁର୍ଘଟଣା ପରେ ସ୍ଥାନୀୟଲୋକେ ଘଟଣାସ୍ଥଳରେ ପହଞ୍ଚି ପୁଲିସକୁ ସୂଚନା ଦେଇଥିଲେ। ଘଟଣାର ତଦନ୍ତ ଜାରି ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories