www.samajalive.in
Sunday, December 14, 2025
19.1 C
Bhubaneswar

ଗାଁର ମୁଖ୍ୟରାସ୍ତାରେ ଧାନତଳି ରୋଇଲେ ଗ୍ରାମବାସୀ

ଝରିଗାଁ : ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅର୍ନ୍ତଗତ ଗୋମିଓଡା ଗ୍ରାମକୁ ଯାତାୟତ ନିମନ୍ତେ ପକ୍କା ରାସ୍ତା ନଥିବାରୁ ଗ୍ରାମବାସୀ ଅଭିନବ ପ୍ରତିବାଦ କରିଛନ୍ତି। ଏହି ଗ୍ରାମକୁ ସ୍ଥାୟୀ ପକ୍କା ରାସ୍ତା ନଥିବାରୁ ଗ୍ରାମବାସୀ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ପ୍ରତିବାଦ ପୂର୍ବକ ଗ୍ରାମବାସୀ ଗୋମିଓଡା ରୁ ଦାବରିଗୁଡା ପର୍ଯ୍ୟନ୍ତ ଗ୍ରାମର ମୁଖ୍ୟ ରାସ୍ତାରେ ଧାନତଳି ରୋଇଛନ୍ତି। ବର୍ଷାଦିନେ ଗ୍ରାମର ମୁଖ୍ୟ ରାସ୍ତା କାଦୁଅ ହେଉଥିବା ଦେଖିବାକୁ ମିଳିଛି। ବର୍ଷାଦିନେ ବିଦ୍ୟାର୍ଥୀମାନେ ବିଦ୍ୟାଳୟ, ଅଙ୍ଗନୱାଡି ଯିବାପାଇଁ ସମସ୍ୟା ଦେଖାଯାଉଛି। ସେହିପରି ଗ୍ରାମକୁ ଆମ୍ବୁଲାସ ଆସି ନପାରିବାରୁ ଲୋକମାନେ ଚିକିତ୍ସାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି। ଯଦି ପ୍ରଶାସନିକ ଅଧିକାରୀ ନ ଚେତନ୍ତି ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବ ବୋଲି ଗ୍ରାମବାସୀ ଚେତାବନି ଦେଇଛନ୍ତି। ଅନ୍ୟପକ୍ଷରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଅରୁଣ ପଟ୍ଟନାୟକ କହିଛନ୍ତି, ଅଳ୍ପ ଦିନ ମଧ୍ୟରେ ପଞ୍ଚାୟତ ତରଫରୁ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories