ଝାରପଡ଼ା ଜେଲ୍ରେ ବନ୍ଦୀଙ୍କୁ ନିର୍ଯାତନା
ଭୁବନେଶ୍ବର : ବନ୍ଦୀଙ୍କ ମଧ୍ୟରେ ସକରାତ୍ମକ ଭାବନା ସୃଷ୍ଟି କରିବା ସହ ସେମାନଙ୍କୁ ପରବର୍ତ୍ତୀ ଅବସ୍ଥାରେ ସ୍ବାବଲମ୍ବୀ କରିବା ଲାଗି ଜେଲ ସଂସ୍କାର ଯୋଜନା ଆରମ୍ଭ ହୋଇଥିଲା । ମାତ୍ର ସରକାରଙ୍କ ଯୋଜନା କେବଳ କାଗଜ କଲମରେ ରହିଯାଉଛି । ଅନେକ ଜେଲରେ କର୍ମଚାରୀଙ୍କ ଦାୟିତ୍ବହୀନତା େଯାଗୁ ଏହି ଯୋଜନା ବିଫଳ ହେଉଥିଲା ବେଳେ ଅନେକ କ୍ଷେତ୍ରରେ ମାନବାଧିକର ମଧ୍ୟ କ୍ଷୁଣ୍ଣ ହେଉଛି । ଜେଲ ଭିତରେ ବନ୍ଦୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲେ ମଧ୍ୟ ଏହା େଜଲର ଚାରିକାନ୍ଥ ଭିତରେ ହିଁ ରହିଯାଉଛି । ଅସୁସ୍ଥ ବନ୍ଦୀଙ୍କୁ ଠିକ ସମୟରେ ଚିକିତ୍ସା ସେବା େଯାଗାଇ ଦିଆଯାଉ ନ ଥିବା ବେଳେ ମେଡିକାଲକୁ ନେବା ପାଇଁ ଜାଣିଶୁଣି ବିଳମ୍ବ କରାଯାଉଛି । ଯିଏ ସାହସ କରି ମୁହଁ ଖୋଲୁଛି ତାକୁ ଅକଥନୀୟ ନିର୍ଯାତନା ଦିଆଯିବା ସହ ମିଥ୍ୟା ମାମଲାର ଭୟ ଦିଆଯାଉଛି । ରାଜଧାନୀ ଭୁବନେଶ୍ବରରେ ଥିବା ଝାରପଡା େଜଲରେ ଏପରି ନିର୍ଯାତନା ଦିଆଯାଉଥିବା ନେଇ ଅଭିେଯାଗ ହୋଇଛି ।
ଭୁବନେଶ୍ବର କୋର୍ଟକୁ ଆସିଥିବା କିଛି ବନ୍ଦୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ କହିଛନ୍ତି ଯେ ଝାରପଡା ଜେଲରେ ବନ୍ଦୀଙ୍କୁ ସକାଳ ୮ଟାରେ ଚା’ ଏବଂ ଚୁଡା କିମ୍ବା ସୁଜି ଦିଆଯାଇଥାଏ । ମାତ୍ର ସୁଜି ଓ ଚୁଡା ଅବସ୍ଥା ଦେଖିଲେ େଭାକ େହବ ନାହିଁ । ସେହିପରି ଦିନ ସାଢେ ୧୦ଟା ପରଠାରୁ ମଧ୍ୟାହ୍ନଭୋଜନ ବଣ୍ଟନ ଆରମ୍ଭ େହାଇଥାଏ । ତେବେ ଭାତ, ଡାଲି, ତରକାରୀ ଏକସଙ୍ଗରେ ଦିଆଯାଇ ନ ଥାଏ ବରଂ ପ୍ରତିଟି ଖାଦ୍ୟ ପାଇଁ ବାରମ୍ବାର ଲାଇନ େଦବାକୁ ପଡିଥାଏ । ରାତ୍ରଭୋଜନ ଅପରାହ୍ନ ୪ରୁ ସାଢେ ୪ଟା ମଧ୍ୟରେ ଦିଆଯାଇଥାଏ । ଏଠାରେ େଯଉଁ ରୁଟି ଦିଆଯାଇଥାଏ ତାକୁ ସଙ୍ଗେ ସଙ୍ଗେ ନ ଖାଇଲେ ଆଉ ଖାଇହେବ ନାହିଁ । େଯଉଁଦିନ େକାର୍ଟରେ ହାଜିରା ଥାଏ, ଯଦି େଫରିବାରେ େଡରି େହଲା େତବେ ରାତିସାରା ଉପାସ ରହିବାକୁ ପଡିଥାଏ । ଅସୁସ୍ଥ ବନ୍ଦୀମାନେ ରହୁଥିବା ଜେଲ ହସପିଟାଲରେ ମଧ୍ୟ ତଦ୍ରୂପ ଅବସ୍ଥା । ଏଠାରେ ଅସୁସ୍ଥ ବନ୍ଦୀମାନେ ତଳେ େଶାଉଥିବା ବେଳେ ବଡବଡିଆଙ୍କ ସମ୍ପର୍କୀୟଙ୍କୁ ବିନା ରୋଗରେ ଶଯ୍ୟା ଦିଆଯାଉଛି । େସହିପରି ଜେଲ ହସପିଟାଲରେ ରହୁଥିବା ବନ୍ଦୀଙ୍କ ଲାଗି ସ୍ବତନ୍ତ୍ର ଖାଦ୍ୟପେୟର ବ୍ୟବସ୍ଥା ଥିଲେ ମଧ୍ୟ ଏହା ସମସ୍ତଙ୍କୁ ମିଳୁନାହିଁ । ଇଏତ ଗଲା ଖାଦ୍ୟପେୟ ଅବ୍ୟବସ୍ଥା । ଜେଲ ଶୌଚାଳୟ ଅବସ୍ଥା ଆଖିରେ ନ ଦେଖିଲେ ବିଶ୍ବାସ କରିହେବ ନାହିଁ । ଶୌଚାଳୟ ନିୟମିତ ସଫେଇ ହେଉ ନ ଥିବା ବେଳେ ଅନେକ ସ୍ଥାନରୁ ଟାଇଲ ଉଠିଯାଇଛି । ଯେଉଁ ଶୌଚାଳୟ ଅବସ୍ଥା ସାମାନ୍ୟ ଭଲ ଅଛି ତାକୁ ବ୍ୟବହାର କରିବା ଲାଗି ପାଉଣା ଦେବାକୁ ପଡୁଛି । ଏପରିକି ଅସୁସ୍ଥ ବନ୍ଦୀଙ୍କ ଲାଗି ଉଦ୍ଦିଷ୍ଟ କମୋଡ ଟଏଲେଟ ବ୍ୟବହାର କରିବା ଲାଗି ଜଣେ ୱାର୍ଡର ୫୦୦ ଟଙ୍କା ଦାବି କରୁଛନ୍ତି । ଟଙ୍କା ନ ଦେଲେ ଟଏଲେଟ ଚାବି ନେଇ ପଳାଉଛନ୍ତି । ଏଠାରେ ସୂଚନାେଯାଗ୍ୟ ଯେ ଏହି ୱାର୍ଡର ଜଣକ ଜେଲରଙ୍କ ଭଳି କାମ କରୁଛନ୍ତି । ଝାରପଡ଼ା ଜେଲରେ ମନମାନି ଚଳାଇଥିବା ଏହି ୱାର୍ଡର ଏବଂ ତାଙ୍କ ସାଥୀଙ୍କ କାରନାମା ଓ ଅବ୍ୟବସ୍ଥା ସମ୍ପର୍କରେ ଅତିରିକ୍ତ ମହାନିର୍ଦେଶକ (କାରାଗାର) ମହେନ୍ଦ୍ର ପ୍ରତାପଙ୍କ ଦୃଷ୍ଟି ଆକର୍ଷଣ କରାଯିବାରେ ସେ କହିଛନ୍ତି ଯେ ସମ୍ପୃକ୍ତ ୱାର୍ଡର କାର୍ଯ୍ୟକଳାପ ନେଇ ତଦନ୍ତ କରାଯିବ । ଏହାଛଡା ଜେଲ ଭିତରେ ହେଉଥିବା ଅବ୍ୟବସ୍ଥା ନେଇ ସେ ଯାଞ୍ଚ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିେବ େବାଲି କହିଛନ୍ତି ।
Comments are closed.