www.samajalive.in
Thursday, December 11, 2025
15.1 C
Bhubaneswar

ଗାଁ ମୁଖିଆ ସମର୍ଥକଙ୍କ ଗୁଳିରେ ୯ ମୃତ, ୧୯ ଆହତ

ସୋନଭଦ୍ରା : ଉତ୍ତର ପ୍ରଦେଶର ସୋନଭଦ୍ରା ଜିଲା ଅନ୍ତର୍ଗତ ଉଭା ଗ୍ରାମ ବୁଧବାର ଜମି ବିବାଦକୁ ନେଇ ରକ୍ତରଞ୍ଜିତ ହୋଇଛି। ପୂର୍ବ ଉତ୍ତର ପ୍ରଦେଶର ଘରୱାଲ ଅଞ୍ଚଳରେ ଜମି ଦଖଲ ନେବାକୁ ଯାଇଥିବା ଗାଁ ମୁଖିଆଙ୍କ ସମର୍ଥକଙ୍କ ଗୁଳିରେ ୪ମହିଳାଙ୍କ ସହିତ ୯ଜଣ ପ୍ରାଣ ହରାଇଛନ୍ତି ଏବଂ ୧୯ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ପୁଲିସ ଏହି ଘଟଣାରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ଦୁଇ ଜଣଙ୍କୁ ଗିରଫ କରିଛି।
ଚଳଚ୍ଚିତ୍ରର କାହାଣୀ ପରି ଏହି ହତ୍ୟାକାଣ୍ଡର ପ୍ରେକ୍ଷାପଟ। ଉଭା ଗାଁ ମୁଖିଆ ଦୁଇ ବର୍ଷ ପୂର୍ବେ ଗାଁରେ ୩୬ଏକର (୯୦ବିଘା) ଜମି କିଣିଥିଲେ। ବୁଧବାର ନିଜ ସମର୍ଥକଙ୍କ ସହିତ ସେ ଏହି ଜମି ଦଖଲ ନେବାକୁ ପହଞ୍ଚିଥିଲେ। ଗ୍ରାମବାସୀ ତାଙ୍କୁ ଏଥିରେ ବିରୋଧ କରିଥିଲେ। ଏହି ଘଟଣାରେ ମୁଖିଆଙ୍କ ଲୋକେ ଗ୍ରାମବାସୀଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ଗୁଳିମାଡ଼ ଖାଇ ଘଟଣାସ୍ଥଳରେ ୯ଜଣଙ୍କ ପ୍ରାଣହାନି ଘଟିଥିଲା। ଅନ୍ୟ ପ୍ରାୟ ୧୯ଜଣ ଆହତ ହୋଇଥିଲେ। ପୁଲିସ ପହଞ୍ଚି ସେମାନଙ୍କୁ ଡାକ୍ତରଖାନା ପଠାଇଥିଲେ। ଜିଲାପାଳ ଅଙ୍କିତ କୁମାର ଅଗ୍ରୱାଲଙ୍କ ସୂଚନାନୁଯାୟୀ, ଜମିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ୯ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଆଉ କେତେଜଣ ଗୁରୁତର ଅଛନ୍ତି। ଜିଲା ହସ୍ପିଟାଲରେ ସେମାନଙ୍କ ଚିକିତ୍ସା ଚାଲିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାକୁ ଅତି ଗୁରୁତର ଭାବେ ଗ୍ରହଣ କରିଛନ୍ତି। ପୁଲିସ ମହାନିର୍ଦେଶକ ଓ.ପି ସିଂହଙ୍କୁ ବ୍ୟକ୍ତିଗତ ଭାବେ ଘଟଣାର ତଦାରଖ କରିବାକୁ ସେ ନିର୍ଦେଶ ଦେଇଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories